ରୁଷିଆରେ ୟୁକ୍ରେନ୍‌ର ଆକ୍ରମଣ: ଭାରତୀୟଙ୍କ ସମେତ ୪ ମୃତ

ମସ୍କୋ,୧୮ା୫:ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଛନ୍ତି। ମସ୍କୋ ଉପକଣ୍ଠ ଖିମ୍‌କିଠାରେ ୟୁକ୍ରେନ୍‌ର ଡ୍ରୋନ୍‌ ମାଡ଼ରେ ଏକ ଘର ଜଳିଯାଉଥିବା ଦେଖିବାକୁ ମିଳିଛି। ଜଣେ ଭାରତୀୟ କର୍ମଚାରୀ ପ୍ରାଣ ହରାଇଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଦୂତାବାସ ଅଧିକାରୀମାନେ ଆକ୍ରମଣସ୍ଥଳ ପରିଦର୍ଶନ କରିବା ସହ ହସ୍ପିଟାଲ ଯାଇ ଆହତ ଭାରତୀୟ କର୍ମଚାରୀଙ୍କୁ ଭେଟିଛନ୍ତି। ସ୍ଥାନୀୟ ଏକ କମ୍ପାନୀ ପରିଚାଳନାରେ କାମ କରୁଥିବା ଭାରତୀୟ କର୍ମଚାରୀଙ୍କ ମୃତ୍ୟୁରେ ଦୂତାବାସ ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି।

Dharitri – Odisha’s No.1 Odia Daily

Share