ଜୁଲାଇ ୪ରେ ବ୍ରିଟେନ୍‌ ନିର୍ବାଚନ, ସୁନକ୍‌ଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ଲଣ୍ଡନ୍‌,୨୨ା୫: ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଅନେକ ମାସ ଧରି ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟାଇ ବୁଧବାର ସନ୍ଧ୍ୟାରେ ଏନେଇ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ଘୋଷଣା କରିଛନ୍ତି। ୨୦୧୦ରୁ ଦେଶରେ କ୍ଷମତାସୀନ ଥିବା ଦକ୍ଷିଣପନ୍ଥୀ କଞ୍ଜରଭେଟିଭ୍‌ ପାର୍ଟି ପାଇଁ ଏହି ନିର୍ବାଚନ ଅସ୍ତିତ୍ୱ ବଜାୟ ପାଇଁ ଅଗ୍ନିପରୀକ୍ଷା ହେବ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି।

ଲଣ୍ଡନ୍‌ର ୧୦ ଡାଉନିଂ ଷ୍ଟ୍ରିଟ୍‌ରୁ ପ୍ରଥମ ଭାରତୀୟ ବ୍ରିଟିଶ ପ୍ରଧାନମନ୍ତ୍ରୀ ସୁନକ୍‌ କହିଛନ୍ତି, ଗତ ୫ ବର୍ଷ ଦେଶ ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସର୍ବାଧିକ ଆହ୍ବାନପୂର୍ଣ୍ଣ ରହିଥିଲା। ଆଗାମୀ ଦିନଗୁଡ଼ିକରେ ମୁଁ ଆପଣମାନଙ୍କ ପ୍ରତ୍ୟେକ ଭୋଟ ପାଇଁ ସଂଘର୍ଷ କରିବି। ଆମ ପାଖରେ ଏକ ସ୍ପଷ୍ଟ ଯୋଜନା ରହିଛି। ଆସନ୍ତା ସପ୍ତାହରେ ପାର୍ଲାମେଣ୍ଟ ଭଙ୍ଗ କରାଯିବ। ଏହା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।

କିଛିଦିନ ହେଲା ସୁନକ୍‌ଙ୍କ ବିରୋଧରେ ଶାସକ କଞ୍ଜରଭେଟିଭ୍‌ ପାର୍ଟିର କେତେଜଣ ଏମ୍‌ପି ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଦାବି କରିଆସୁଛନ୍ତି। ଜଣେ ଏମ୍‌ପି ଦଳର ସାମ୍ପ୍ରତିକ ସ୍ଥିତିକୁ ଭୟଙ୍କର ବୋଲଇ ଦର୍ଶାଇଛନ୍ତି। ବ୍ରିଟେନରେ ସାଧାରଣ ନିର୍ବାଚନ ସାଧାରଣତଃ ଗୁରୁବାର ଅନୁଷ୍ଠିତ ହୋଇଥାଏ। ୧୯୩୧ ଅକ୍ଟୋବର ୨୭ରୁ ଏହି ପରମ୍ପରା ପ୍ରଚଳିତ। ଜୁଲାଇ ୪ ମଧ୍ୟ ଗୁରୁବାର ପଡ଼ୁଛି। ପାର୍ଲାମେଣ୍ଟର ପ୍ରଥମ ବୈଠକର ୫ ବର୍ଷ ପୂରଣ ହେବା ପରେ ପାର୍ଲାମେଣ୍ଟକୁ ଭଙ୍ଗ କରାଯାଇଥାଏ। ବର୍ତ୍ତମାନର ପାର୍ଲାମେଣ୍ଟ ୨୦୨୪ ଡିସେମ୍ବର ୧୭ରେ ୫ ବର୍ଷ ପୂରଣ କରିଥାନ୍ତା। କିନ୍ତୁ ଦଳ ଭିତରେ ସୁନକ୍‌ଙ୍କ ବିରୋଧରେ ବିଦ୍ରୋହ ବଢ଼ିବାରେ ଲାଗିଥିବାରୁ ସେ ଆଗୁଆ ନିର୍ବାଚନ ପାଇଁ ଘୋଷଣା କରିଛନ୍ତି।

ପାର୍ଲାମେଣ୍ଟ ଭଙ୍ଗ ହେବା ପରେ ନିର୍ବାଚନ ପ୍ରସ୍ତୁତି ପାଇଁ ୨୫ ଦିନ ସମୟ ଦିଆଯାଇଥାଏ। ନିର୍ଦ୍ଧାରିତ ପ୍ରକ୍ରିୟାର ପାଳନ ହୋଇଥିଲେ, ୨୦୨୫ ଜାନୁଆରୀ ୨୮ ପୂର୍ବରୁ ବ୍ରିଟେନରେ ନିର୍ବାଚନ ହୋଇଥାନ୍ତା। ପ୍ରକାଶ ଯେ, ୪୪ ବର୍ଷୀୟ ସୁନକ୍‌ ହେଉଛନ୍ତି, ଇନ୍‌ଫୋସିସ୍‌ ସହପ୍ରତିଷ୍ଠାତା ଏନ୍‌.ଆର୍‌. ନାରାୟଣମୂର୍ତ୍ତିଙ୍କ ଜ୍ୱାଇଁ। ନାରାୟଣମୂର୍ତ୍ତିଙ୍କ ଝିଅ ଅକ୍ଷତା ଓ ଋଷି ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଉଭୟଙ୍କ ମିଳିତ ସମ୍ପତ୍ତି ପରିମାଣ ଚଳିତ ବର୍ଷ ୬୨୯ରୁ ୬୫୧ ନିୟୁତ ପାଉଣ୍ଡକୁ ବୃଦ୍ଧି ପାଇଛି। ଏଥିସହ ୬୧୦ ନିୟୁତ ପାଉଣ୍ଡର ଅଧିକାରୀ କିଙ୍ଗ୍‌ ଚାଲର୍‌ସଙ୍କଠାରୁ ଏହି ଦମ୍ପତି ଅଧିକ ଧନୀ ମାନ୍ୟତା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri