ଆଷ୍ଟ୍ରାଜେନିକା ଟିକା ନେଲେ ବୋରିସ ଜନ୍‌ସନ

ଲଣ୍ଡନ,୨୦।୩: ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ଆଷ୍ଟ୍ରାଜେନିକା କୋଭିଡ-୧୯ ଟିକା ନେଇଛନ୍ତି। ପ୍ରଥମ ଡୋଜ ଟିକା ନେବାପରେ ଜନ୍‌ସନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, କୋଭିଡ-୧୯ ଆଷ୍ଟ୍ରାଜେନିକା ଟିକା ନେବା ପରେ ସେ କୌଣସି କଷ୍ଟ ଅନୁଭବ କରିନାହାନ୍ତି। କୋଭିଡ୍‌- ୧୯ ଟିକା ନେବା ସମ୍ପୂର୍ଣ୍ଣ ନିରାପଦ। ଏନେଇ ସେ ଜନସାଧାରଣଙ୍କୁ ଟିକା ନେବାକୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଜନ୍‌ସନ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ଡାକ୍ତରମାନଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ସେ କରୋନାରୁ ମୁକ୍ତ ହୋଇଥିଲେ।

Share