ବୁଲଡଗ୍‌ ଉପରେ ପ୍ରତିବନ୍ଧକ ଲଗେଇବ ବ୍ରିଟେନ

ଇଂଲଣ୍ଡ,୧୫।୯: ବ୍ରିଟିଶ ସରକାର ଆମେରିକୀୟ ଏକ୍ସଏଲ ବୁଲି କୁକୁର ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଏହି ପ୍ରଜାତିର କୁକୁରମାନେ ବ୍ରିଟେନର ଅନେକ ଲୋକଙ୍କୁ ଆକ୍ରମଣ କରିଛନ୍ତି। ଏହି ଲୋକମାନଙ୍କ ମଧ୍ୟରୁ କେତେକଙ୍କର ମୁତ୍ୟୁ ଘଟିଛି। ତେବେ ଏନେଇ ବ୍ରିଟେନରେ ବିବାଦ ଦେଖାଦେଇଛି। କୁକୁରମାନଙ୍କର ଏହି ଆକ୍ରମଣରେ ଖୋଦ୍‌ ପଶୁ କିମ୍ବା ସେମାନଙ୍କ ମାଲିକ ଦାୟୀ ରହିବେ କି ସେନେଇ ଚର୍ଚ୍ଚା ଜୋର ଧରିଛି। ବ୍ରିଟେନର ଗୃହ ସଚିବ ସୁଏଲା ବ୍ରାଭରମ୍ୟାନ କହିଛନ୍ତି, ଏହି ପ୍ରଜାତିର କୁକୁରମାନେ ବିଶେଷ ଭାବରେ ପିଲାମାନଙ୍କ ପାଇଁ ବିପଦ। ଗତ ସପ୍ତାହରେ ବ୍ରିଟେନରେ ୧୧ ବର୍ଷର ଶିଶୁ ସମେତ ତିନି ଜଣଙ୍କୁ ଆମେରିକୀୟ ଏକ୍ସଏଲ ବୁଲି ପ୍ରଜାତିର କୁକୁରମାନେ ଆକ୍ରମଣ କରଛନ୍ତି।

ଏହି କୁକୁରମାନଙ୍କୁ ଦେଶରେ ନିଷେଧ କରିବା ପାଇଁ ବ୍ରିଟେନ ସରକାର ଘୋଷଣା କରିଛନ୍ତି। ଆମେରିକୀୟ ବୁଲି କୁକୁର ତା’ ଓଜନ ପାଇଁ ସାରା ବିଶ୍ୱରେ ଜଣାଶୁଣା। ଯଦି ଏକ ବୁଲି କୁକୁର ୨୦ ଇଞ୍ଚରୁ ଅଧିକ ଲମ୍ବା ତେବେ ଏହାକୁ ଏକ୍ସଏଲ ଶ୍ରେଣୀଭୁକ୍ତ କରାଯାଏ। ୱାଶିଂଟନ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଏହି କୁକୁରମାନଙ୍କର ଓଜନ ୬୦ କିଲୋଗ୍ରାମ ପର୍ଯ୍ୟନ୍ତ। ସେମାନଙ୍କର ମୂଲ୍ୟ ୧୨୦୦ରୁ ୧୨ହଜାର ଡଲାର ମଧ୍ୟରେ ରହିଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO)ର ରିପୋର୍ଟ ଅନୁଯାୟୀ, କୁକୁର ଆକ୍ରମଣ ଏବେ ବିଶ୍ୱବ୍ୟାପୀ ସମସ୍ୟା ପାଲଟିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କୁକୁର ଆକ୍ରମଣରେ ଆହତ ହେଉଛନ୍ତି। ପ୍ରତିବର୍ଷ ଆମେରିକାରେ ପ୍ରାୟ ୪୫ ଲକ୍ଷ ଲୋକ କୁକୁର ଆକ୍ରମଣର ଶିକାର ହୁଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଛି ଆତଙ୍କବାଦୀ ଚେର, ପାକିସ୍ତାନ ସହ ରହିଛି…

ଭୁବନେଶ୍ୱର,୧୧ା୪: ଆତଙ୍କବାଦୀ କଳା କାରନାମାର ହୋଇଛି ପର୍ଦ୍ଦାଫାଶ। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଭୁବନେଶ୍ୱରରୁ ଆତଙ୍କୀଙ୍କୁ ଆସି ଧରିଛି ଦିଲ୍ଲୀ ପୋଲିସ। କ୍ୟାପିଟାଲ…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ହର୍ମୁଜ ସଙ୍କଟ ମଧ୍ୟରେ ୪ ଇରାନୀ ଟ୍ୟାଙ୍କରକୁ ଭାରତରେ ପ୍ରବେଶ ଅନୁମତି, ସିକ୍କା ବନ୍ଦରରେ…

ନୂଆଦିଲ୍ଲୀ,୧୧ା୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅନୁରୋଧରେ ଭାରତର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଇରାନୀ ତୈଳ ନେଇଯାଉଥିବା ୪ଟି ଆମେରିକା ଦ୍ୱାରା ଅନୁମୋଦିତ ଟ୍ୟାଙ୍କରକୁ ଗୁଜରାଟର ସିକ୍କା ବନ୍ଦରରେ ଡକିଂ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri