UGC ନୂଆ ନିୟମ ୨୦୨୬: କ’ଣ ଏହି ସମାନତା ନିୟମାବଳୀ ଏବଂ କାହିଁକି ହେଉଛି ବିରୋଧ?

ନୂଆଦିଲ୍ଲୀ,୨୭।୧: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ନୂତନ ‘ସମାନତା ନିୟମାବଳୀ ୨୦୨୬’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ହେଉଥିବା ଜାତିଭିତ୍ତିକ ଭେଦଭାବକୁ ରୋକିବା ପାଇଁ କେନ୍ଦ୍ର ସରକାର ଏହି ନିୟମ ଜାରି କରିଛନ୍ତି। ତେବେ ଏହି ନିୟମକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ସାଧାରଣ ବର୍ଗର ଛାତ୍ରଛାତ୍ରୀ ଏବଂ କେତେକ ସଂଗଠନ ପକ୍ଷରୁ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଉଛି।

କଣ ଏହି ନୂଆ ନିୟମ?
UGC ର ଏହି ନୂତନ ନିୟମ ଅନୁଯାୟୀ, ପ୍ରତ୍ୟେକ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଏକ ସମାନ ସୁଯୋଗ କେନ୍ଦ୍ର ଏବଂ ଏକ ଇକ୍ୱିଟି କମିଟି ଗଠନ କରାଯିବ। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି, ଜାତିଭିତ୍ତିକ ଭେଦଭାବ ସମ୍ବନ୍ଧୀୟ ଅଭିଯୋଗର ଶୁଣାଣି କରିବା। SC, ST ଏବଂ OBC ବର୍ଗର ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରେ ସୁରକ୍ଷା ଓ ସହାୟତା ପ୍ରଦାନ କରିବା। ୨୪ ଘଣ୍ଟିଆ ହେଲ୍ପଲାଇନ, ଇକ୍ୱିଟି ସ୍କ୍ୱାଡ୍ ଏବଂ ଆମ୍ବାସାଡର ନିଯୁକ୍ତ କରିବା।

କାହିଁକି ହେଉଛି ବିରୋଧ?
‘ସବର୍ଣ୍ଣ ସେନା’ ଏବଂ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନେ UGC ମୁଖ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି। ଆନ୍ଦୋଳନକାରୀଙ୍କ ଅନୁସାରେ, ଏହି ନିୟମରେ କେବଳ ସଂରକ୍ଷିତ ବର୍ଗଙ୍କ ପାଇଁ ବ୍ୟବସ୍ଥା ରହିଛି, କିନ୍ତୁ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଅଭିଯୋଗ ଶୁଣିବା ପାଇଁ କୌଣସି ସ୍ପଷ୍ଟ ନିୟମ ନାହିଁ। ଏହି ନିୟମର ଅପବ୍ୟବହାର କରାଯାଇ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ବୃଦ୍ଧି ପାଇପାରେ ବୋଲି ସେମାନେ ଆଶଙ୍କା କରିଛନ୍ତି।ଏହି ନିୟମ ସମାନତା ବଦଳରେ କ୍ୟାମ୍ପସରେ ଜାତିଭିତ୍ତିକ ବିଭାଜନ ଓ ଅଶାନ୍ତି ସୃଷ୍ଟି କରିବ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି।

ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AISA) ଏହି ନୂଆ ନିୟମକୁ ସମର୍ଥନ ଜଣାଇଛି। ତେବେ ବିବାଦକୁ ନେଇ କହିଛି ଯେ ରୋହିତ ଭେମୁଲା ଏବଂ ପାୟଲ ତଡଭୀଙ୍କ ଭଳି ଛାତ୍ରଛାତ୍ରୀଙ୍କ ବଳିଦାନ ପରେ ଏହି ନିୟମ ଆସିଛି। ତେବେ ନିୟମରେ ରହିଥିବା କେତେକ ଅସ୍ପଷ୍ଟତା ଶିକ୍ଷାନୁଷ୍ଠାନଗୁଡ଼ିକୁ ମନଇଚ୍ଛା କାର୍ଯ୍ୟ କରିବାକୁ ସୁଯୋଗ ଦେଇପାରେ।

ବଢ଼ୁଥିବା ବିରୋଧକୁ ଦେଖି ସରକାର ସ୍ପଷ୍ଟ କରିଛନ୍ତି ଯେ, ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ ନିୟମରେ ଏକ ନୂତନ ବ୍ୟବସ୍ଥା ଯୋଡ଼ାଯିବ, ଯାହାଦ୍ୱାରା କାହାରି ପ୍ରତି ପାତରଅନ୍ତର ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

ଖୁସିଖବର: ଯୁଦ୍ଧ ମଧ୍ୟରେ ଭାରତରେ ପହଞ୍ଚିଲା ଏତେ ମେଟ୍ରିକ ଟନ୍‌ ଗ୍ୟାସ, ଏବେ କମିଯିବ…

ନୂଆଦିଲ୍ଲୀ,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅନେକ ଦେଶର ଜାହାଜ ହର୍ମୁଜ ପ୍ରଣାଳୀ ପାର୍‌ କରିପାରିନଥିଲେ, କିନ୍ତୁ ଦୁଇଟି ଭାରତୀୟ ଜାହାଜକୁ ଅନୁମତି…

ରୋହିତ-ବିରାଟଙ୍କ ଟେଷ୍ଟ ଅବସର ପଛରେ କିଏ? ଗମ୍ଭୀରଙ୍କ ବଡ଼ ବୟାନ: ‘ଭୁଲ୍ ହୋଇଥାଇପାରେ’

କୋଲକାତା,୧୬।୩: ଭାରତୀୟ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଷ୍ଟାର୍ ବ୍ୟାଟସମ୍ୟାନ୍ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା…

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପ୍ରଥମ ତାଲିକା ପ୍ରକାଶ କଲା ଭାଜପା, ଏଥର ପୁଣି ମମତା-ଶୁଭେନ୍ଦୁଙ୍କ କଡ଼ା ଟକ୍କର

କୋଲକାତା,୧୬ା୩: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଭାଜପା ୧୪୪ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଭାରତୀୟ ଜନତା ପାର୍ଟି ଶୁଭେନ୍ଦୁ ଅଧିକାରୀ ଏବଂ ଦିଲୀପ ଘୋଷଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri