UGC NET June 2025 ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ କେବେ ହେବ ପରୀକ୍ଷା, ଶେଷ ତାରିଖ…

ନୂଆଦିଲ୍ଲୀ,୧୭।୪: ଏନ୍‌ଟିଏ ଜୁନ ୨୦୨୫ ରେ UGC NET ର ବିଜ୍ଞପ୍ତି ପ୍ରକାଶ କରିଛି। ଏହା ସହିତ ଆବେଦନ ପୋର୍ଟାଲ ମଧ୍ୟ ଖୋଲିଛି। ପ୍ରାର୍ଥୀମାନେ ୧୬ ଏପ୍ରିଲରୁ ପରୀକ୍ଷାରେ ଲାଗି ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ମେ’ ୭ ରହିଛି। ପ୍ରାର୍ଥୀମାନେ ଫି’ ଜମା କରିବା ପାଇଁ ଆଉ ଗୋଟିଏ ଦିନ ଅର୍ଥାତ ମେ’ ୮ ପର୍ଯ୍ୟନ୍ତ ସମୟ ପାଇବେ। ଏହି ପରୀକ୍ଷା ଜୁନ ୨୧ ରୁ ଜୁନ ୩୦ ମଧ୍ୟରେ ହେବ ବୋଲି କୁହାଯାଇଛି। ଛାତ୍ରୀଛାତ୍ରମାନେ https://ugcnet.nta.ac.in / www.nta.ac.in କୁ ଯାଇ ଆବେଦନ କରିପାରିବେ।
ପ୍ରାର୍ଥୀମାନେ ଗତ କିଛି ଦିନ ଧରି UGC NET ଜୁନ-୨୦୨୫ ପରୀକ୍ଷା ତାରିଖକୁ ଅପେକ୍ଷା କରିଥିଲେ। NTA ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପରୀକ୍ଷାର ଦାୟିତ୍ୱ ଜାତୀୟ ପରୀକ୍ଷା ସଂସ୍ଥାକୁ ହସ୍ତାନ୍ତର କରିଛି। ବିଜ୍ଞପ୍ତି ଅନୁସାରେ ଆଡମିଟ୍‌ କାର୍ଡ ପ୍ରକାଶନର ତାରିଖ, ସହର ଏବଂ କେନ୍ଦ୍ର ବିଷୟରେ ସୂଚନା ପରେ ଦିଆଯିବ।
UGC NET ଜୁନ ୨୦୨୫ ଗୁରୁତ୍ୱପୂର୍ଣ୍ଣ ତାରିଖ :
-ଜୁନ ୨୦୨୫ ରେ UGC NET ପାଇଁ ଆବେଦନ କରିବାର ତାରିଖ: ଏପ୍ରିଲ ୧୬ ରୁ ମଇ ୦୭ ରାତି ୧୧:୫୯
-ପରୀକ୍ଷା ଫିସ ଦେବାର ଶେଷ ତାରିଖ: ୮ ମଇ ରାତି ୧୧:୫୯
-ଅନଲାଇନ ଆବେଦନ ଫର୍ମରେ ତ୍ରୁଟି ସଂଶୋଧନ ତାରିଖ: ୦୯ ମଇ ରୁ ୧୦ ମଇ ୨୦୨୫
-ପରୀକ୍ଷା କେନ୍ଦ୍ରର ସହର କେବେ ଘୋଷଣା କରାଯିବ: ଏ ବିଷୟରେ ସୂଚନା ପରେ ଦିଆଯିବ।
-NTA ୱେବସାଇଟ ରୁ କେବେ ଆଡମିଟ କାର୍ଡ ଡାଉନଲୋଡ ପାଇଁ ଉପଲବ୍ଧ ହେବ: ସୂଚନା ପରେ ଦିଆଯିବ।
-UGC NET ପରୀକ୍ଷା କେବେ ଅନୁଷ୍ଠିତ ହେବ: ୨୧ ଜୁନ ୨୦୨୫ ରୁ ୩୦ ଜୁନ ୨୦୨୫ ମଧ୍ୟରେ (ଏହା ଆନୁମାନିକ ତାରିଖ)
କେତେ ଫି ନିଆଯିବ?
ଜୁନ ୨୦୨୫ରେ UGC NET ପାଇଁ, ସାଧାରଣ ବର୍ଗର ପ୍ରାର୍ଥୀମାନଙ୍କୁ ୧୧୫୦ ଟଙ୍କା ଫି’ ଦେବାକୁ ପଡିବ। EWS ବର୍ଗର ସାଧାରଣ ପ୍ରାର୍ଥୀ ଏବଂ OBC ପ୍ରାର୍ଥୀମାନଙ୍କୁ ୬୫୦ ଟଙ୍କା ଫି ଜମା କରିବାକୁ ପଡିବ। ଏହା ବ୍ୟତୀତ ST-SC ଏବଂ PWD ଏବଂ ତୃତୀୟ ଲିଙ୍ଗ ପ୍ରାର୍ଥୀଙ୍କ ପାଇଁ ଏହି ଫି’ ୩୨୫ ଟଙ୍କା ସ୍ଥିର କରାଯାଇଛି।
ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ:
-ପ୍ରାର୍ଥୀମାନେ https://ugcnet.nta.ac.in ରେ UGC NET-୨୦୨୫ ପରୀକ୍ଷା ପାଇଁ ଅନଲାଇନରେ ଆବେଦନ କରିପାରିବେ। ଅନ୍ୟ କୌଣସି ମାଧ୍ୟମରେ ପୂରଣ ହୋଇଥିବା ଆବେଦନ ଗ୍ରହଣ କରାଯିବ ନାହିଁ।
-ଯଦି ଜଣେ ପ୍ରାର୍ଥୀ ଗୋଟିଏରୁ ଅଧିକ ଆବେଦନ ଫର୍ମ ପୂରଣ କରନ୍ତି, ତେବେ ତାହା ନାକଚ ହୋଇଯିବ।
-ସମସ୍ତ ପ୍ରାର୍ଥୀ NTA ୱେବସାଇଟରେ ଉଲ୍ଲେଖିତ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବେ। ଯଦି ଏହା କରାଯାଏ ନାହିଁ, ତେବେ ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବ।
-ସୂଚନା ଆବେଦନରେ ଉଲ୍ଲେଖ କରାଯାଇଥିବା ଇମେଲ ଆଇଡି କିମ୍ବା ଫୋନ ନମ୍ବରକୁ ପଠାଯିବ, ତେଣୁ ଏହା ସଠିକ ହେବା ଗୁରୁତ୍ୱପୂର୍ଣ୍ଣ।
– NTA ଏହା ମଧ୍ୟ କହିଛି ଯେ ଯଦି କୌଣସି ପ୍ରାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାରେ ଅସୁବିଧା ହୁଏ, ତେବେ ସେମାନେ ୦୧୧  ୪୦୭୫୯୦୦୦ / ୦୧୧  ୬୯୨୨୭୭୦୦ ରେ କିମ୍ବା ugcnet@nta.ac.in ରେ ଇମେଲ କରିପାରିବେ।

Enter your email to get our daily news in your inbox.

All Right Reserved By Dharitri.Com

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri