କ୍ରିକେଟ୍‌ରେ କମାଲ୍‌ କଲା ଉଗାଣ୍ଡା: ୨୦୨୪ ବିଶ୍ୱକପ୍‌ରେ ହୋଇପାରେ ସାମିଲ୍‌

ନୂଆଦିଲ୍ଲୀ,୨୭।୧୧: ଉଗାଣ୍ଡା କ୍ରିକେଟ ଦଳ ଏକ ସ୍ମରଣୀୟ ବିଜୟ ହାସଲ କରିଛି। ଏହି ଦଳ ଟି-୨୦ କ୍ରିକେଟରେ ଜିମ୍ବାୱେକୁ ୫ ଉଇକେଟରେ ପରାସ୍ତ କରିଛି। ପ୍ରଥମ ଥର ପାଇଁ ଉଗାଣ୍ଡା କ୍ରିକେଟରେ ଏକ ବଡ ଦଳକୁ ପରାସ୍ତ କରିଛି। ବିଶେଷ କଥା ହେଉଛି ପ୍ରଥମ ଥର ପାଇଁ ଉଗାଣ୍ଡା ଦଳ ପୂର୍ଣ୍ଣ ଆଇସିସି ସଦସ୍ୟ ବିପକ୍ଷରେ ପଡ଼ିଆକୁ ଓହ୍ଲାଇଥିଲା।
ଆଇସିସିର ପୂର୍ଣ୍ଣ ସଦସ୍ୟ ମଧ୍ୟରେ କେବଳ ୧୨ଟି ଟିମ୍‌ ଅଛନ୍ତି। ଜିମ୍ବାୱେ ମଧ୍ୟ ଏଥିରେ ସାମିଲ ଅଛି। ତେଣୁ ଜିମ୍ବାୱେ ଉପରେ ଉଗାଣ୍ଡାର ବିଜୟର ଅନେକ ଅର୍ଥ ରହିଛି। ଏହି ବିଜୟ କେବଳ ଉଗାଣ୍ଡାରେ କ୍ରିକେଟ ବୃଦ୍ଧି କରିବ ନାହିଁ, ବରଂ ଯଦି ସବୁକିଛି ଠିକ ହୁଏ ତେବେ ଏହି ଦଳ ବିଶ୍ୱକପ ୨୦୨୪ରେ ମଧ୍ୟ ପ୍ରବେଶ କରିପାରିବ।
ଟି-୨୦ ବିଶ୍ୱକପ ୨୦୨୪ ପାଇଁ ‘ଆଫ୍ରିକୀୟ ରିଜନ୍‌ ଯୋଗ୍ୟତା’ ମ୍ୟାଚରେ ଉଗାଣ୍ଡା ଏହି ବିଜୟ ହାସଲ କରିଛି। ଏଥିରେ ୭ ଦଳ ଅଂଶଗ୍ରହଣ କରୁଛନ୍ତି। ଏଥିରୁ ଶୀର୍ଷ -୨ ଦଳ ଆଗାମୀ ବର୍ଷ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ର ୨୦ଟି ଦଳ ମଧ୍ୟରେ ପ୍ରବେଶ କରିବେ। ଉଗାଣ୍ଡା ଏବେ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନ ଅଧିକାର କରିଛି। ଯଦି ଉଗାଣ୍ଡା ଅବଶିଷ୍ଟ ଯୋଗ୍ୟତା ପର୍ଯ୍ୟାୟରେ ଏହି ପ୍ରଦର୍ଶନ ଜାରି ରଖେ, ତେବେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳିବା ପାଇଁ ଦ୍ୱାର ଖୋଲିବ।
‘ଆଫ୍ରିକୀୟ ରିଜନ୍‌ ଯୋଗ୍ୟତା’ ରେ ନାମ୍ବିଆ ୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ କେନିଆ ଏବଂ ୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ଉଗାଣ୍ଡା ରହିଛି। ଏଥି ସହିତ ଜିମ୍ବାୱେର ଆକାଉଣ୍ଟରେ ଏପର୍ଯ୍ୟନ୍ତ ମାତ୍ର ୨ ପଏଣ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri