Posted inଜାତୀୟ

ରାଜ୍ୟରେ ବଦଳିବ ରାଜନୈତିକ ସମୀକରଣ, ଭାଜପା ସହିତ ପୁଣି ହାତ ମିଳାଇ ବାଜି ପଲଟାଇ ଦେବେ କି ଉଦ୍ଧବ

ମୁମ୍ବାଇ,୬।୩: ମହାରାଷ୍ଟ୍ର ରାଜନୀତିରୁ ବଡ ସଙ୍କେତ ଆସୁଛି। ସୂତ୍ର ଅନୁଯାୟୀ, ଲୋକ ସଭା ନିର୍ବାଚନ ପୂର୍ବରୁ ଉଦ୍ଧବ ଠାକରେଙ୍କ ଦଳ ଶିବସେନା ଭାଜପା ସହ ଯୋଗାଯୋଗ କରୁଥିବା କୁହାଯାଉଛି। ସୂଚନାନୁସାରେ, ଭାଜପା ମେଣ୍ଟରେ ସାମିଲ ହେବା ପାଇଁ ଶିବସେନାର ଠାକରେ ଦଳ ପୁଣିଥରେ ସକ୍ରିୟ ହୋଇଛନ୍ତି। ତେବେ ଏହା କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟକୁ ଏକ ବଡ଼ ଝଟକା ଦେଇପାରେ। ୟୁପି ଏବଂ ବିହାରରେ ତାଙ୍କର ଅନେକ ସହଯୋଗୀ ଭାଜପାରେ ଯୋଗ ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ମଧ୍ୟ ଦ୍ୱିତୀୟ ଝଟକା ଲାଗିପାରେ।

କିଛି ମାସ ପୂର୍ବେ ଉଦ୍ଧବ ଠାକରେ କଂଗ୍ରେସ ଏବଂ ଏନସିପି ସହଯୋଗରେ ମହାରାଷ୍ଟ୍ରରେ ସରକାର ଚଳାଉଥିଲେ। ପରେ ଏନସିପି ଏବଂ ଶିବସେନା ମଧ୍ୟରେ ବିଭାଜନ ହୋଇଥିଲା। ଉଦ୍ଧବ ଠାକରେ ଏବଂ ଶରଦ ପାୱାର ନିଜ ନିଜ ଦଳରେ ଅଲଗା ହୋଇଗଲେ। ବର୍ତ୍ତମାନ, ଯଦି ଉଦ୍ଧବଙ୍କ ପକ୍ଷରୁ ଏଭଳି ପ୍ରୟାସ କରାଯାଉଛି, ତେବେ ରାଜ୍ୟର ମହାବିକାଶ ଅଗାଡିରେ ଭୂକମ୍ପ ଆସିପାରେ। ବିଶ୍ୱାସ କରାଯାଉଛି ଯେ ଉଦ୍ଧବ ଠାକରେ ୟୁ-ଟର୍ନ ନେଇ ବାଜି ପଲଟାଇବା ମନୋଭାବରେ ଅଛନ୍ତି। ଯଦି ଶିବସେନା ଠାକରେ ଗୋଷ୍ଠୀ ପୁଣିଥରେ ଭାଜପାରେ ଯୋଗ ଦିଅନ୍ତି। ତେବେ ରାଜ୍ୟରେ ରାଜନୈତିକ ସମୀକରଣ ବଦଳିଯିବ। ଏହା ସହିତ କଂଗ୍ରେସର ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟର ଅବସ୍ଥା ଆହୁରି ଦୁର୍ବଳ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri