ବ୍ୟାଙ୍କ ଷ୍ଟ୍ରଙ୍ଗ ରୁମ୍‌ କାଟିବାରେ ବିଫଳ, ହତାଶ ହୋଇ ଫେରିଗଲେ ଲୁଟେରା

ବଡ଼ବିଲ,୧୮ା୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ସବ୍‌ଡିଭିଜନ୍‌ ଅଫିସରଙ୍କ କାର୍ଯ୍ୟାଳୟରୁ ମାତ୍ର ୧ଶହ ମିଟର ଦୂର ଏଲଆଇସି ବିଲ୍ଡିଂର ତଳ ମହଲାରେ ଥିବା ୟୁକୋ ବ୍ୟାଙ୍କ ବଡ଼ବିଲ ଶାଖାରୁ ଲୁଟ ଉଦ୍ୟମ ହୋଇଛି। ଦୁର୍ବୃତ୍ତ ଷ୍ଟ୍ରଙ୍ଗ ରୁମ୍‌ କାଟିବାରେ ବିଫଳ ହେବାରୁ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି। ପୋଲିସ ସାଇଣ୍ଟିଫିକ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ସବୁଦିନ ଭଳି ଶନିବାର ଅପରାହ୍ନରେ ବ୍ୟାଙ୍କ ବନ୍ଦ କରି ସୋମବାର ସକାଳେ ୟୁକୋ ବ୍ୟାଙ୍କ, ବଡବିଲ ଶାଖା ଖୋଲିଥିଲା। ବ୍ୟାଙ୍କ ଖୋଲିବା ପରେ ବ୍ୟାଙ୍କର ସମସ୍ତ ଜିନିଷପତ୍ର ଇତସ୍ଥତ ହୋଇପଡ଼ିଥିବା କର୍ମଚାରୀ ଦେଖିଥିଲେ। ପରେ ଲୁଟ ଉଦ୍ୟମ ହୋଇଥିବା ଜଣାପଡିଥିଲା। ତୁରନ୍ତ ଏ ନେଇ ବଡବିଲ ପୋଲିସକୁ ବ୍ୟାଙ୍କର ଶାଖା ପରିଚାଳକ ସନ୍ଦିପ ଶୁଭଙ୍କର ଜେନା ଅବଗତ କରିଥିଲେ। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ବ୍ୟାଙ୍କର ଭୋଲ୍ଡ (ଷ୍ଟ୍ରଙ୍ଗ ରୁମ) ସମ୍ମୁଖରେ ଗ୍ୟାସ ସାହାଯ୍ୟରେ ଲୁହା କାଟିବା ନିମନ୍ତେ ବ୍ୟବହାର କରାଯାଉଥିବା ପାଇପ, ଏକ ଲୁହା କରତ ଓ ଏକ ସ୍କୃ-ଡ୍ରାଇଭରକୁ ଜବତ କରିଥିଲା।

କେନ୍ଦୁଝର ଜିଲା ମୁଖ୍ୟାଳୟସ୍ଥିତ ସାଇଣ୍ଟିଫିକ ଟିମ ତଦନ୍ତରେ ପୋଲିସର ସହାୟତା କରୁଛି। ତେବେ ବ୍ୟାଙ୍କର ଶାଖା ପରିଚାଳକ ସନ୍ଦିପଙ୍କ କହିବା ଅନୁଯାୟୀ, ସିସି କ୍ୟାମେରା ଗୁଡ଼ିକର ତାର ବିଚ୍ଛିନ୍ନ ସମୟକୁ ଆଧାର କରି ଗତ ଶନିବାର ରାତି ୧୨ ଟାରୁ ଗୋଟାଏ ମଧ୍ୟରେ ଲୁଟ ଉଦ୍ୟମ ହୋଇଥିବା ଜଣାପଡିଛି। ଦୁର୍ବୃତ୍ତ ବ୍ୟାଙ୍କ ପଛପାଖରେ ଥିବା ଝରକା କାଚ ଭାଙ୍ଗିବା ସହ ଗ୍ରିଲ କାଟି ଭିତରେ ପ୍ରବେଶ କରିଥିଲେ। ପ୍ରଥମେ ସିସି କ୍ୟାମେରା ସଂଯୋଗ ତାର ଓ ଆଲାର୍ମ ସିଷ୍ଟମକୁ କାଟି ବିଚ୍ଛିନ୍ନ କରିଦେଇଥିଲେ।

ଗ୍ୟାସ କଟର ସାହାୟତାରେ ଷ୍ଟ୍ରଙ୍ଗ ରୁମ କାଟିବାକୁ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡ଼ିଛି। ପାଇପ୍‌, ଏକ ଲୁହା କଟା କରତ, ଏକ ବଡ ସ୍କୃ-ଡ୍ରାଇଭର ଛାଡିଯାଇ ପଳାୟନ କରିଥିବା ଜଣାପଡ଼ିଛି। ସୂଚନା ଥାଉକିଳ ୨୦୧୯ରେ ମଧ୍ୟ ଉକ୍ତ ବ୍ୟାଙ୍କରୁ ଅନୁରୂପ ଭାବେ ଲୁଟ ଉଦ୍ୟମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri