Categories: ବାଣିଜ୍ୟ

ୟୁକୋ ବ୍ୟାଙ୍କର ୯୨୯.୭୬ କୋଟି ଲାଭ

ଭୁବନେଶ୍ୱର,୧୫।୫: ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାାଙ୍କ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ୍‌ ୯୨୯.୭୬ କୋଟି ଟଙ୍କା ନେଟ୍‌ ଲାଭ ଉପାର୍ଜନ କରିଛି। ବ୍ୟାଙ୍କର ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ଆର୍ଥିକ ଫଳାଫଳ ଜାନୁୟାରୀ-ମାର୍ଚ୍ଚରେ ୩୧୨.୧୮ କୋଟି ଟଙ୍କାର ନେଟ୍‌ ଲାଭ ସଂଗ୍ରହ କରି ପୂର୍ବ ଆର୍ଥିକ ବର୍ଷର ଏହି ଅବଧି ତୁଳନାରେ ୨୯୦.୧୧% ଅଭିବୃଦ୍ଧି ହାର ହାସଲ କରିପାରିଛି। ଏହି ସମୟ ମଧ୍ୟରେ ବ୍ୟାଙ୍କର କାର୍ଯ୍ୟକାରୀ ଲାଭର ପରିମାଣ ପୂର୍ବ ଆର୍ଥିକ ବର୍ଷର ମାର୍ଚ୍ଚ ମାସ ତୁଳନାରେ ୧୫.୬୩ % ଅଭିବୃଦ୍ଧି ହାର ୪୭୯୭.୪୩ କୋଟି ଟଙ୍କାରେ ପହଞ୍ଚିପାରିଛି। ବ୍ୟାଙ୍କର ମୋଟ୍‌ ସୁଧ ଆୟ ପୂର୍ବ ବର୍ଷ ମାର୍ଚ୍ଚ ମାସ ତୁଳନାରେ ୧୬.୯୭% ଅଭିବୃଦ୍ଧି ହାରରେ ୧୬୫୨.୩୮ କୋଟିରେ ପହଞ୍ଚିଛି। ବ୍ୟାଙ୍କର ଅନ୍ୟାନ୍ୟ ଆୟ ପୂର୍ବ ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୭୧୯.୧୫ କୋଟି ଟଙ୍କା ହୋଇଥିବା ବେଳେ ଏହା ୨୦୨୧-୨୨ ଆର୍ଥିକ ବର୍ଷର ମାର୍ଚ୍ଚ ଶେଷ ସୁଦ୍ଧା ୫୮୮.୯୫ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ବ୍ୟାଙ୍କର ମୋଟ୍‌ ବ୍ୟବସାୟ ପୂର୍ବ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ୩,୨୪,୩୨୪.୨୦ କୋଟି ହୋଇଥିବା ବେଳେ ଏହା ଗତ ଆର୍ଥିକ ବର୍ଷର ମାର୍ଚ୍ଚ ଶେଷ ସୁଦ୍ଧା ୩,୫୩,୮୫୦.୨୪ କୋଟି ଟଙ୍କାରେ ପହଞ୍ଚି ୯.୧୦% ଅଭିବୃଦ୍ଧି ହାର ହାସଲ କରିପାରିଛି। ସେହିପରି ବ୍ୟାଙ୍କର ମୋଟ୍‌ ଜମା ପରିମାଣ ପୂର୍ବ ବର୍ଷ ତୁଳନାରେ ୮.୮୨% ବୃଦ୍ଧି ପାଇ ୨,୨୪,୦୭୨.୯୦ କୋଟି ଟଙ୍କା ହୋଇଛି। ବ୍ୟାଙ୍କର ନେଟ୍‌ ଏନ୍‌ପିଏ ପରିମାଣ ପୂର୍ବବର୍ଷ ୩.୯୪% ଥିବାବେଳେ ଏହା ୨.୭୦%କୁ ହ୍ରାସ ପାଇଛି।

Share