Posted inଜାତୀୟ

ଅନିଶ୍ଚିତତାରେ ୟୁସିସି ବିଲ୍‌

ନୂଆଦିଲ୍ଲୀ,୧୯ା୮: ସାରା ଦେଶରେ ଏକକ ନାଗରିକ ସଂହିତା (ୟୁସିସି) କାର୍ଯ୍ୟକାରୀ କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୋହରାଇବା ସତ୍ତ୍ୱେ ଏହି ବିଧେୟକର ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି। ୟୁସିସି ଭାଜପାର ଦୀର୍ଘଦିନର ନିର୍ବାଚନୀ ପ୍ରତିଶ୍ରୁତି ହୋଇଥିବାବେଳେ ଦେଶବ୍ୟାପୀ ୟୁସିସି ଚିଠା ପ୍ରସ୍ତୁତି ଦାୟିତ୍ୱ ୨୨ତମ ନ୍ୟାୟିକ ଆୟୋଗକୁ ଦିଆଯାଇଥିଲା। ଜଷ୍ଟିସ୍‌ ଋତୁରାଜ ଅଓ୍ବସ୍ତିଙ୍କୁ ଲୋକପାଳର ନ୍ୟାୟିକ ସଦସ୍ୟ ନିଯୁକ୍ତ କରାଯିବାରୁ ସେ ନ୍ୟାୟିକ ଆୟୋଗର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଅଧ୍ୟକ୍ଷବିହୀନ ଥିବା ଉକ୍ତ ଆୟୋଗର କାର୍ଯ୍ୟକାଳ ଆସନ୍ତା ୩୧ରେ ଶେଷ ହେବାକୁ ଯାଉଥିବାବେଳେ ୟୁସିସି ବିଲ୍‌ ଚୂଡ଼ାନ୍ତ ହୋଇପାରି ନାହିଁ। ନୂଆ ଅଧ୍ୟକ୍ଷ ନିଯୁକ୍ତି ସମ୍ପର୍କରେ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ସବୁ ଧର୍ମର ଲୋକମାନଙ୍କ ପାଇଁ ବିବାହ, ଛାଡ଼ପତ୍ର, ପୋଷ୍ୟ ଗ୍ରହଣ, ଉତ୍ତରାଧିକାର ଲାଗି ସମାନ ଆଇନ ବା ୟୁସିସି ଭାଜପାର ନୀତିଗତ ନିଷ୍ପତ୍ତି। ଏହାକୁ ଧର୍ମନିରପେକ୍ଷ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସରେ ଉଦ୍‌ବୋଧନ ଦେବା ବେଳେ କହିଥିଲେ। ତେବେ ଏନ୍‌ଡିଏର ସହଯୋଗୀ ଜେଡିୟୁ, ଏଲ୍‌ଜେପି ଏବଂ ଟିଡିପି ଏଥିରେ ସହମତ ନ ଥିବା ଜଣାପଡୁଛି। ସରକାର ନୂଆ ଲ’ କମିଶନ ଗଢ଼ିବା ସହ ନୂତନ ଅଧ୍ୟକ୍ଷ ନିଯୁକ୍ତ କରିବା ଆବଶ୍ୟକ ଥିବାରୁ ୟୁସିସି ଚିଠା ପ୍ରସ୍ତୁତିରେ ବିଳମ୍ବ ହେବ ବୋଲି ଆଇନ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ବିଚାରବିମର୍ଶ ଶେଷ ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ଚିଠା ପ୍ରସ୍ତୁତ ହୋଇପାରି ନ ଥିବା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଚିଠା ବିଲ୍‌ ପ୍ରସ୍ତୁତି ନିମନ୍ତେ କମିଶନ ବିଭିନ୍ନ ଧର୍ମଗୁରୁ, ସିଭିଲ ସୋସାଇଟି ଗ୍ରୁପ୍‌ ଓ ବିଭିନ୍ନ ଧର୍ମ ଓ ମହିଳା ସଂଗଠନର ପ୍ରତିନିଧିଙ୍କ ସହ ଏକାଧିକ ପର୍ଯ୍ୟାୟ ବିଚାରବିମର୍ଶ କରିଥିଲେ। ୟୁସିସି ସମ୍ପର୍କରେ ୭୫ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରସ୍ତାବ ଓ ମତାମତ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗ

ଭୁବନେଶ୍ୱର,୫।୨: ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଅନେକ ଅଭିଜ୍ଞ IAS ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସହ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ଅର୍ପଣ…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

ଲଜ୍ଜା: ମୂକ ଓ ବଧିର ଝିଅକୁ ବଳାତ୍କାର କରି ଗର୍ଭବତୀ କଲେ ଜନ୍ମକଲା ବାପା

ମୁମ୍ବାଇ,୫।୨: ମୁମ୍ବାଇର କଫ୍ ପ୍ୟାରେଡ୍ ଅଞ୍ଚଳରୁ ଏକ ଅମାନବୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୦ ବର୍ଷୀୟା ମୂକ ଓ ବଧିର ଯୁବତୀଙ୍କୁ ବଳାତ୍କାର…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri