ଆମେରିକାର ବାଣିଜ୍ୟ ଯୁଦ୍ଧ, ଚାଇନା ସାମଗ୍ରୀ କିଣିବା ମନା…

ଓ୍ବାଶିଟନ, ୧୫।୧୨: ଆମେରିକାର ପ୍ରତିନିଧିସଭାରେ ଉଇଗର ବାଧ୍ୟତାମୂଳକ ଶ୍ରମ ନିବାରଣ ଆଇନର ଅନ୍ତିମ ସଂସ୍କରଣ ପାରିତ ହୋଇଛି। ଏହି ବିଲରେ ଚାଇନାର ଜିନଜିଆଙ୍ଗ ପ୍ରଦେଶରେ ଉଇଗର ସ୍ବୟଂଶାସିତ ଅଞ୍ଚଳରେ ବାଧ୍ୟତାମୂଳକ ଶ୍ରମ ଦ୍ୱାରା ନିର୍ମିତ ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରାବଧାନ ରହିଛି। ପ୍ରତିନିଧିସଭାରେ ମଙ୍ଗଳବାର ରାତିରେ ଭଏସ ଭୋଟରେ ଏହି ବିଲ ପାରିତ ହୋଇଛି।

ବର୍ତ୍ତମାନ ଏହି ବିଲକୁ ଆଲୋଚନା ପାଇଁ ସିନେଟକୁ ପଠାଯିବ । ପ୍ରତିନିଧିସଭାରେ ଗତ ସପ୍ତାହରେ ଏହି ବିଲ୍‌ ୪୨୮-୧ରେ ବିଲ ପାରିତ ହୋଇଥିଲା ଏବଂ ସିନେଟରେ ଗତ ଜୁଲାଇରେ ଭଏସ ଭୋଟରେ ଏହାକୁ ପାରିତ କରାଯାଇଥିଲା। ଚଳିତ ସପ୍ତାହରେ ଉଭୟ ଗୃହ ବିଲର ଅନ୍ତିମ ସଂସ୍କରଣରେ ସହମତି ପ୍ରକାଶ କରିଥିଲେ।

ଉଇଗର, କାଜାକୀ, ର୍କିଗିଜ, ତିବ୍ଦତୀୟ କିମ୍ବା ଚାଇନାର ଅନ୍ୟ ନିର୍ଯାତିତ ଗୋଷ୍ଠୀର ସଦସ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଜିନଜିଆନର ଉଇଗର ସ୍ବୟଂଶାସିତ ଅଞ୍ଚଳରୁ ଏସବୁ ସାମଗ୍ରୀର ଆମଦାନୀ ତଥା ବାଣିଜ୍ୟକୁ ନିଷେଧ କରାଯାଇଛି। ଆମେରିକାର ରାଷ୍ଟ୍ରପତିଙ୍କୁ ଏହି ପ୍ରତିବନ୍ଧକ ଲାଗୁ କରାଇବାକୁ ଅନୁରୋଧ କରାଯାଇଛି। ଉଇଗର ସମ୍ପ୍ରଦାୟଙ୍କୁ ନିର୍ଯାତନା ଦେବା ଏବଂ ଅନିଚ୍ଛାକୃତ ଶ୍ରମର ବ୍ୟବହାର ପାଇଁ ଦାୟୀ ଅଧିକାରୀଙ୍କ ଉପରେ ପ୍ରତିବନ୍ଧ ଲଗାଇବା ନେଇ ମଧ୍ୟ କୁହାଯାଇଛି।

ଚାଇନାରେ ଉଇଗୁରୁ ମୁସଲମାନମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ରୋକିବା ପାଇଁ ଆମେରିକା ଏହି ପଦକ୍ଷେପ ନେଇଛି। ଖବରକାଗଜ ବ୍ଲୁମବର୍ଗ ଏହାର ରିପୋର୍ଟରେ ଏହି ସୂଚନା ଦେଇଛି। ଆମେରିକାର ଏହି ପଦକ୍ଷେପ ଯୋଗୁ ଚାଇନାକୁ ଏକ ବଡ ଝଟ୍‌କା ଲାଗିଛି। ଜିନଜିଆଙ୍ଗରେ, ଉଇଗରମାନଙ୍କୁ କାମ କରିବାକୁ ବାଧ୍ୟ କରାଯାଉଛି। ସେମାନେ ଏହାର ପ୍ରତିବାଦ କଲେ ନିର୍ଯାତନା ଦିଆଯାଉଛି । ଏପରିକି ସେମାନଙ୍କୁ ସର୍ବନିମ୍ନ ମଜୁରୀଠାରୁ କମ ଦରମା ଦିଆଯାଉଛି। ଆମେରିକା ପକ୍ଷରୁ ଲଗାତାର ଏହାର ପ୍ରତିବାଦ କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri