ପୁଟିନ୍‌ଙ୍କୁ କଂସେଇ କହିଲେ ବାଇଡେନ୍‌

ଓ୍ବାର୍ସ, ୨୭ା୩:  ପୋଲାଣ୍ଡ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଶନିବାର ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ର ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା ଏବଂ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍‌ସି ରେଜ୍‌ନିକୋଭ୍‌ଙ୍କୁ ଓ୍ବାର୍ସରେ ଭେଟିଛନ୍ତି। ରୁଷିଆ ଆକ୍ରମଣ ପରଠାରୁ ୟୁକ୍ରେନ୍‌ ପ୍ରତିନିଧିଙ୍କୁ ଏହା ବାଇଡେନ୍‌ଙ୍କ ପ୍ରଥମ ସାକ୍ଷାତ। ଏଭଳି ସଙ୍କଟ ସମୟରେ ୟୁକ୍ରେନ୍‌ ବାହାରକୁ ଆସି ଦୁଇ ମନ୍ତ୍ରୀ ବାଇଡେନ୍‌ଙ୍କୁ ସାକ୍ଷାତ କରିବା ଅର୍ଥ ରୁଷିଆ ସହ ଆହୁରି ଜୋରଦାର ଲଢ଼େଇ ପାଇଁ ଆତ୍ମବିଶ୍ୱାସ ପାଇଥିବା କୁହାଯାଉଛି। ଓ୍ବାର୍ସରେ ଥିବା ଏକ ହୋଟେଲରେ ବାଇଡେନ୍‌ ୟୁକ୍ରେନ୍‌ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ଉପରେ ଆକ୍ରମଣ ରୁଷିଆ ପାଇଁ ‘ରଣନୈତିକ ବିଫଳତା’ ବୋଲି କହିବା ସହ ନାଟୋ ସୀମାରେ ଥିବା ଗୋଟିଏ ଇଞ୍ଚ ଜାଗା ବିଷୟରେ ପୁଟିନ୍‌ ଭାବିବାକୁ ମଧ୍ୟ ସାହସ କରନ୍ତୁ ନାହିଁ ବୋଲି ବାଇଡେନ୍‌ ଚେତାବନୀ ଦେଇଥିଲେ। ଏହାସହ ବାଇଡେନ୍‌ ପୋଲାଣ୍ଡରେ ପହଞ୍ଚିଥିବା ୟୁକ୍ରେନ୍‌ ଶରଣାର୍ଥୀଙ୍କୁ ଭେଟିଥିଲେ। ଏହି ସମୟରେ ପୁଟିନ୍‌ଙ୍କୁ କଂସେଇ ବୋଲି କହି ସେଭଳି ବ୍ୟକ୍ତି କ୍ଷମତାରେ ରହିପାରିବେ ନାହିଁ ବୋଲି ବାଇଡେନ୍‌ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷା, ତୁଷାରପାତ ସହ ଶୀତଳ ଲହରୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ସବୁ ସ୍ଥାନରେ…

ନୂଆଦିଲ୍ଲୀ,୧୮।୧୨: ସାରା ଦେଶରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି, ଏବଂ ଆଗାମୀ ୨୪ରୁ ୪୮ ଘଣ୍ଟା ଅନେକ ରାଜ୍ୟ ପାଇଁ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହୋଇପାରେ।...

୬,୧୧୭ ଷ୍ଟେଶନରେ ମାଗଣା ୱାଇ-ଫାଇ

ଭୁବନେଶ୍ୱର,୧୮।୧୨(ଅନୁରାଧା ମହାରଣା): ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। ରେଳ ଷ୍ଟେଶନରେ ଏହି ସେବା ପାଇଁ ରେଳ ମନ୍ତ୍ରଣାଳୟ...

ଆରଏସଏସର ସାଧାରଣ ସମ୍ପାଦକ ଦତ୍ତାତ୍ରେୟଙ୍କ ବିବାଦୀୟ ବୟାନ, କହିଲେ ମୁସଲମାନ ନଦୀକୁ ପୂଜା କରନ୍ତୁ…

ନୂଆଦିଲ୍ଲୀ,୧୮।୧୨: ଡିସେମ୍ବର ୧୭, ୨୦୨୫ ରେ, ଗୋରଖପୁରର ଖୋରାବାରରେ ଥିବା ମାଲବ୍ୟ ନଗର ଶ୍ରୀରାମ ବସ୍ତି ଖେଳପଡ଼ିଆରେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରୀୟ...

୫ ହଜାର ସ୍କୁଲରେ ନାହାନ୍ତି ପିଲା, ବିନା ଛାତ୍ରୀଛାତ୍ରରେ ୧.୪୪ ଲକ୍ଷ ଶିକ୍ଷକ ନେଉଛନ୍ତି ଦରମା

ନୂଆଦିଲ୍ଲୀ,୧୮ା୧୨(ପି.ଟି.): ଭାରତର ୫,୦୦୦ରୁ ଅଧିକ ସ୍କୁଲରେ ଜଣେ ହେଲେ ପିଲା ନାହାନ୍ତି। ସେଥିରୁ ୭୦ ପ୍ରତିଶତ ବିଦ୍ୟାଳୟ କେବଳ ତେଲଙ୍ଗାନା ଓ ପଶ୍ଚିମବଙ୍ଗରେ ରହିଛି। ସେହିପରି...

ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ପରଲୋକ

ମୁମ୍ୱାଇ,୧୮ା୧୨:ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ହେଉଥିଲା। ୧୯୬୪ରେ ଭାରତର ପ୍ରଥମ ଫେମିନା ମିସ୍‌ ଇଣ୍ଡିଆ ମୁକୁଟ...

ଆଣବିକ ଶକ୍ତି କ୍ଷେତ୍ରରେ ପଶିବେ ଘରୋଇ ସଂସ୍ଥା

ନୂଆଦିଲ୍ଲୀ,୧୮ା୧୨(ପି.ଟି./ଏଜେନ୍ସି): ୨୦୪୭ ସୁଦ୍ଧା ଭାରତରେ ୧୦୦ ଗିଗାଓ୍ୱାଟ୍‌ ଅଣୁଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ବିଧେୟକକୁ ବୁଧବାର ଲୋକ ସଭାର ମଞ୍ଜୁରୀ ମିଳିଛି। ସଷ୍ଟେନେବଲ...

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri