Categories: ବାଣିଜ୍ୟ

କେୟର୍ନ ମାମଲା ଉପରେ ୟୁଏସ୍‌ କୋର୍ଟଙ୍କ ରୋକ୍‌

ନୂଆଦିଲ୍ଲୀ,୨୭।୯: କେୟର୍ନ ଏନର୍ଜି ମାମଲା ଉପରେ ନ୍ୟୁୟର୍କର ଏକ କୋର୍ଟ ରୋକ୍‌ ଲଗାଇବା ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାମଲାର ସମାଧାନ ଲାଗି କମ୍ପାନୀ ଭାରତ ସରକାରଙ୍କ ସହ ଆଲୋଚନା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ୧୮ ନଭେମ୍ବର ଯାଏ ଉକ୍ତ ମାମଲାରେ ରୋକ୍‌ ଲଗାଇବା ପାଇଁ କୋର୍ଟ ସ୍ପଷ୍ଟ କରିଛନ୍ତି। ମଧ୍ୟସ୍ଥତା ଅଦାଲତ ଭାରତ ସରକାରଙ୍କ ବିରୋଧରେ ଶୁଣାଣି କରିଥିଲେ। ଭାରତ ସରକାରଙ୍କ ନିକଟରୁ ପ୍ରାୟ ୧.୨ ବିଲିୟନ ଡଲାର(୧୦,୨୪୭ କୋଟି)ର ଅର୍ଥ ଅସୁଲ କରିବା ଉପରେ ଏହି ମାମଲା ପର୍ଯ୍ୟବସିତ ଥିଲା। ନ୍ୟୁୟର୍କର ଜିଲା କୋର୍ଟ ଅଦାଲତଙ୍କ ଏଭଳି ନିର୍ଦ୍ଦେଶ ପରେ ମାମଲାର ସମାଧାନ ହେବା ନେଇ ଆଶା କରାଯାଉଛି।

Share