Posted inଫୁରସତ

ପ୍ରଦୂଷଣରେ ଆମେରିକା ସେନା ନମ୍ବର ୧

ଯୁଦ୍ଧକୌଶଳରେ ନିପୁଣ ଆମେରିକା ସେନାର ପତିଆରା ସାରା ବିଶ୍ୱରେ ଦୀର୍ଘବର୍ଷ ଧରି ରହିଆସିଛି। ହେଲେ ଏଭଳି ଦୁର୍ଦ୍ଧର୍ଷ ସୈନ୍ୟବାହିନୀ ଉପରେ ନମ୍ବର ୧ ପ୍ରଦୂଷଣକାରୀର କଳଙ୍କ ଲାଗିଛି। ପ୍ରତିରକ୍ଷା ସମ୍ପର୍କରେ ବିଶ୍ଳେଷଣ କରୁଥିବା ଓ୍ବେବସାଇଟ୍‌ ‘ମିଲିଟାରି ଡାଇରେକ୍ଟ’ର ଏକ ତଥ୍ୟ ଅନୁଯାୟୀ ଅତ୍ୟାଧୁନିକ ଜ୍ଞାନକୌଶଳରେ ସମୃଦ୍ଧ ଏହି ସେନାର ‘କାର୍ବନ ଫୁଟ୍‌ପ୍ରିଣ୍ଟ’ ମଧ୍ୟ ତୁଳନାତ୍ମକ ଭାବେ ସବୁଠାରୁ ବଡ଼।

ନୂଆଦିଲ୍ଲୀ:ଲଗାତର ବଢ଼ିଚାଲିଥିବା ପ୍ରଦୂଷଣକୁ ନେଇ ଚେତାବନୀ ଦେଇଚାଲିଛନ୍ତି ପରିବେଶବିତ୍‌। ଯଥାସମ୍ଭବ କାର୍ବନ ନିର୍ଗମନ ହ୍ରାସ କରିବା ଲାଗି ବହୁବିଧ ପଦକ୍ଷେପ ନିଆଯାଉଛି। ବିଶେଷକରି ବିକାଶଶୀଳ ଦେଶଗୁଡ଼ିକ ଯୋଜନାବଦ୍ଧ ଭାବେ ଏ ଦିଗରେ କାର୍ଯ୍ୟ କରୁଛନ୍ତି। ଯେତେବେଳେ ପ୍ରଦୂଷଣ କଥା ଉଠେ, ସେତେବେଳେ କମ୍ପାନୀଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଚାଲିଚଳଣି, ପ୍ରକୃତି ଉପରେ ନିର୍ଭରଶୀଳତା, ପରିବେଶ ଉପରେ ହସ୍ତକ୍ଷେପ ଆଦି ବିଷୟରେ ଆଲୋଚନା କରାଯାଏ। ହେଲେ କଦବା କ୍ୱଚିତ ଏଥିରେ ସେନାର ସମୀକ୍ଷା କରାଯାଏ। ହେଲେ ପ୍ରଦୂଷଣ ବୃଦ୍ଧିରେ ସୈନ୍ୟବାହିନୀର କାର୍ଯ୍ୟକଳାପ ଅନେକାଂଶରେ ଦାୟୀ ବୋଲି ଏକ ରିପୋର୍ଟ ସାମ୍ନାକୁ ଆସିଛି। ଏ କ୍ଷେତ୍ରରେ ଶୀର୍ଷରେ ରହିଛି ଆମେରିକା। ବିଶ୍ୱର ୧୪୦ ଦେଶର ଆର୍ମି ତୁଳନାରେ ଆମେରିକା ସେନା ଅଧିକ ପ୍ରଦୂଷଣକାରୀ ବୋଲି ଏଥିରେ ଉଲ୍ଲେଖ ରହିଛି।
ବ୍ରାଉନ ୟୁନିଭର୍ସିଟିର ‘କଷ୍ଟସ୍‌ ଅଫ୍‌ ଓ୍ବାର’ ରିପୋର୍ଟ ଅନୁଯାୟୀ, ୨୦୧୭ରେ ଆମେରିକୀୟ ସେନା ବ୍ୟବହାର କରିଥିବା ଇନ୍ଧନ ଯୋଗୁ ୨୫,୦୦୦ କିଲୋଟନ୍‌ କାର୍ବନ ଡାଇଅକ୍ସସାଇଡ୍‌ ନିର୍ଗମନ ହୋଇଥିଲା। ଦେଶର ଜଳ, ସ୍ଥଳ, ଆକାଶ ବାହିନୀ ଦ୍ୱାରା ଦୈନିକ ୨,୬୯,୨୩୦ ବ୍ୟାରେଲ ତୈଳ କ୍ରୟ କରାଯାଇ ବ୍ୟବହୃତ ହୋଇଥିଲା। ପରିଣାମ ସ୍ବରୂପ ଏତେ ପରିମାଣର କାର୍ବନ ଡାଇଅକ୍ସସାଇଡ୍‌ ବାୟୁମଣ୍ଡଳରେ ମିଶିଥିଲା। ବୈଷୟିକ ଜ୍ଞାନକୌଶଳ ଏବଂ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବ୍ୟବହାରରେ ଆମେରିକା ସେନା ସବୁଠୁ ଆଗୁଆ। ହେଲେ ଏହା ଦ୍ୱାରା ମାତ୍ରାଧିକ ପ୍ରଦୂଷଣ ମଧ୍ୟ ସୃଷ୍ଟି ହୋଇଥାଏ। ତେବେ ଏହାକୁ ଅଧିକାଂଶ ସମୟରେ ଅଣଦେଖା କରାଯାଇଆସୁଛି। କାରଣ ଏ ସମ୍ପର୍କିତ ତଥ୍ୟ ପେଣ୍ଟାଗନ ପକ୍ଷରୁ ସାର୍ବଜନୀନ କରାଯାଏ ନାହିଁ। ଫ୍ରିଡମ୍‌ ଅଫ୍‌ ଇନ୍‌ଫର୍ମେଶନ ଆକ୍ଟ ଅନୁଯାୟୀ ୟୁଏସ୍‌ ଡିଫେନ୍ସ ଲଜିଷ୍ଟିକ୍‌ ଏଜେନ୍ସି ସହ ସମ୍ପର୍କ କରିବା ଦ୍ୱାରା ସ୍ବଳ୍ପ ତଥ୍ୟ ମିଳିଥାଏ।
ଅନ୍ୟପଟେ ଆମେରିକା ସେନାରେ ଜଳବାୟୁ ପରିବର୍ତ୍ତନ ପଲିସିକୁ ନେଇ ଦ୍ୱନ୍ଦ୍ୱ ରହିଛି। ଏଠାକାର ମିଲିଟାରି ବେସ୍‌ରେ ଅକ୍ଷୟଶକ୍ତି ଉପରେ ଜୋର୍‌ ଦିଆଯାଉଥିବା କୁହାଯାଉଛି। ହେଲେ ପ୍ରକୃତ କଥା ଭିନ୍ନ। ଆର୍ମି ବେସ୍‌ରେ ଯେଉଁ ବାୟୋ ଫୁଏଲ ଉତ୍ପାଦନ କରାଯାଉଛି, ତାହା ଆବଶ୍ୟକତା ତୁଳନାରେ ନଗଣ୍ୟ। ଅପରପକ୍ଷେ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଆମେରିକା ହାତ ଖୋଲିଦେଇଛି। ଆମେରିକା ନିଜ ସେନା ଲାଗି ବାର୍ଷିକ ହାରାହାରି ୭୩୦ ବିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରୁଛି। ଏ କ୍ଷେତ୍ରରେ ରୁଷିଆ, ଚାଇନା, ଭାରତ ବହୁ ପଛରେ। ତେବେ ସେନା ପଛରେ ଯେତେ ଅଧିକ ଖର୍ଚ୍ଚ, କାର୍ବନ ନିର୍ଗମନର ପରିମାଣ ସେତେ ବେଶି ବୋଲି ରିପୋର୍ଟରେ ଦର୍ଶାଯାଇଛି। ସେହିପରି ଦେଶ ଆଧାରରେ କାର୍ବନ ଫୁଟ୍‌ପ୍ରିଣ୍ଟରେ ଚାଇନା ଶୀର୍ଷରେ ରହିଛି। କରୋନା ମହାମାରୀ ପୂର୍ବରୁ ଅର୍ଥାତ୍‌ ୨୦୧୮ରେ ଚାଇନାରୁ ସବୁଠାରୁ ବେଶି କାର୍ବନ ଡାଇଅକ୍ସସାଇଡ ନିର୍ଗମନ ହୋଇଥିଲା, ଯାହାର ପରିମାଣ ଥିଲା ୧୦.୦୬ ବିଲିୟନ ମେଟ୍ରିକ ଟନ୍‌। ଏହା ପଛକୁ ୫.୪୧ ବିଲିୟନ ମେଟ୍ରିକ ଟନ୍‌ କାର୍ବନ ଡାଇଅକ୍ସସାଇଡ୍‌ ନିର୍ଗମନ ସହ ଆମେରିକା ଦ୍ୱିତୀୟ ସ୍ଥାନରେ ରହିଥିଲା।

କାର୍ବନ ଫୁଟ୍‌ପ୍ରିଣ୍ଟ କ’ଣ
ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ଲାଗି କୌଣସି ବ୍ୟକ୍ତି, ସଂସ୍ଥା କେତେ ପରିମାଣର ଦାୟୀ ତାହା ହିଁ ‘କାର୍ବନ ଫୁଟ୍‌ପ୍ରିଣ୍ଟ’। ସାଇକେଲ କିମ୍ବା ଚାଲି ଚାଲି ଅଫିସ ଯାଉଥିବା ଜଣେ ବ୍ୟକ୍ତିଙ୍କ ଅପେକ୍ଷା ବାଇକ୍‌ରେ ଯାଉଥିବା ବ୍ୟକ୍ତିଙ୍କ କାର୍ବନ ଫୁଟ୍‌ପ୍ରିଣ୍ଟ ଅଧିକ ବୋଲି ବିଚାର କରାଯାଏ। ତେଣୁ ମଣିଷର ଜୀବନ ଶୈଳୀ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ର ବୃଦ୍ଧି ବା ହ୍ରାସର ଅନ୍ୟତମ କାରଣ। ବାୟୁମଣ୍ଡଳରେ ଗ୍ରୀନ୍‌ହାଉସ୍‌ ପାଇଁ ଦାୟୀ ଗ୍ୟାସ୍‌ର ମାତ୍ରା ବୃଦ୍ଧି ଯୋଗୁ ମେରୁ ଅଞ୍ଚଳରେ ବରଫ ତରଳିବା, ସମୁଦ୍ର ଜଳପତ୍ତନ ବୃଦ୍ଧି ସହ ତାପମାତ୍ରା ବଢ଼ିଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋମାରେ ଇରାନର ସୁପ୍ରିମ ଲିଡର? କାହିଁକି ବ୍ୟାପିଛି ଏଭଳି ଖବର? ଜାଣନ୍ତୁ ଏହା ପଛର କାରଣ

ତେହରାନ,୭।୪: ବ୍ରିଟିଶ ଖବରକାଗଜ ଦି ଟାଇମ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି। ରିପୋର୍ଟରେ କୁହାଯାଇଛି ଯେ ମୋଜତାବା ଖାମେନେଇ ଅଚେତ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କjର ଏହି…

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୮ ଘଣ୍ଟା ଜାତୀୟ ରାଜପଥ ଜାମ୍

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri