Posted inଖେଳ

ଟାଇସନ-ଜୋନ୍ସ ପ୍ରଦର୍ଶନୀ ବାଉଟ୍‌

ଲସ୍‌ଏଞ୍ଜେଲସ୍‌ ୩୧ା୧୦ (ଏପି): ବକ୍ସିଂ ରିଙ୍ଗ୍‌କୁ ଫେରିବେ ମାଇକ୍‌ ଟାଇସନ ଓ ରୟ ଜୋନ୍ସ ଜୁନିୟର। ଦୁଇ ବକ୍ସରଙ୍କ ମଧ୍ୟରେ ଏହା ଏକ ପ୍ରଦର୍ଶନୀ ମୁକାବିଲା ହେବ। ଏଥିରେ ବକ୍ସିଂର ଉଚ୍ଚକୋଟୀର କୌଶଳ ଦେଖିବାକୁ ମିଳିବ। ଏହା ପ୍ରଦର୍ଶନୀ ବାଉଟ୍‌ ନୁହେଁ, ସେମାନେ ଏହାକୁ ଗମ୍ଭୀରତାର ସହ ନେଉଥିବା ୫୦ରୁ ଊର୍ଦ୍ଧ୍ୱ ବୟସର ବକ୍ସର ଦ୍ୱୟ କହିଛନ୍ତି। ନଭେମ୍ବର ୨୮ରେ ଲସ୍‌ଏଞ୍ଜେଲସ୍‌ର ଷ୍ଟାପଲ୍ସ ସେଣ୍ଟରଠାରେ ଏହି ଲଢେଇର ଆୟୋଜନ କରାଯାଇଛି। ୫୪ ବର୍ଷୀୟ ଟାଇସନ ଏବଂ ୫୧ ବର୍ଷୀୟ ଜୋନ୍ସଙ୍କ ମଧ୍ୟରେ ୮ ରାଉଣ୍ଡ ବିଶିଷ୍ଟ ଇଭେଣ୍ଟ ଅନୁଷ୍ଠିତ ହେବ। କାଲିଫର୍ନିଆର ଆଥଲେଟିକ୍‌ କମିଶନଠାରୁ ଏଥିପାଇଁ ଅନୁମତି ନିଆଯାଇଛି। ୨୦୦୫ ଜୁନ୍‌ରେ ଟାଇସନଙ୍କ ଶେଷ ଅଫିସିଆଲ ବାଉଟ୍‌ ଥିଲା। ପୂର୍ବତନ ନିର୍ବିବାଦୀୟ ହେଭିଓ୍ବେଟ୍‌ ଚାମ୍ପିୟନ ୧୯୯୬ରୁ ଏକ ଟାଇଟଲ ଧରି ରଖିପାରି ନାହାନ୍ତି। ଅନ୍ୟପକ୍ଷରେ ଜୋନ୍ସଙ୍କୁ ୪୦ ବର୍ଷ ହେବା ପରେ ସେ ବହୁ ଦିନ ଧରି ସୁପର ମିଡଲଓ୍ବେଟ୍‌ ଏବଂ ଲାଇଟ୍‌ ହେଭିଓ୍ବେଟ୍‌ ଟାଇଟଲ ବଜାୟ ରଖିଥିଲେ। ନିକଟ ଅତୀତରେ ସେ ୨୦୧୮ ଫେବୃୟାରୀରେ ଲଢେଇ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯଦି ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ ବାତିଲ ହୁଏ, କାହାକୁ ମିଳିବ ଫାଇନାଲ ଟିକେଟ, ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ,୨।୩: ଟି୨୦ ବିଶ୍ୱକପ ୨୦୨୬ ଏବେ ନକଆଉଟ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ…

T20 ବିଶ୍ୱକପ ମଧ୍ୟରେ ବଡ଼ ସଙ୍କଟ, ଇସ୍ରାଏଲ-ଇରାନ ଯୁଦ୍ଧ ପାଇଁ ଫସିଗଲେ ଏହି ଟିମର ଖେଳାଳି

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପ ସମୟରେ ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ଏବେ କ୍ରିକେଟ ଟିମ୍‌ଗୁଡ଼ିକର ଯାତ୍ରାକୁ ପ୍ରଭାବିତ କରୁଛି। ଦୁବାଇ ବିମାନବନ୍ଦର ଯୁଦ୍ଧ ଦ୍ୱାରା ପ୍ରଭାବିତ…

VIDEO: ଯାହାଙ୍କୁ ପ୍ଲେଇଂ XI ରୁ ବାଦ୍‌ ଦିଆଯାଇଥିଲା, ତାଙ୍କରି ସାମ୍ନାରେ ମୁଣ୍ଡ ନୁଆଁଇଲେ ସୂର୍ଯ୍ୟକୁମାର, ଖୋଲିଲେ କ୍ୟାପ

ନୂଆଦିଲ୍ଲୀ,୨।୩: ଭାରତୀୟ କ୍ରିକେଟ ଦଳ ଗର୍ବର ସହିତ ICC T20 ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି। ଶେଷ ଚାରିଟିରେ ଦଳର ସଫଳତା ଜଣେ ଖେଳାଳିଙ୍କ ପାଇଁ, ଯାହାକୁ…

ସେମିଫାଇନାଲକୁ ନେଇ ପାକିସ୍ତାନ କହିଥିଲା ଏମିତି କଥା, ଏବେ କଡ଼ା ଜବାବ ଦେଲା ଇଣ୍ଡିଆ

ନୂଆଦିଲ୍ଲୀ,୨।୩: ICC T20 ବିଶ୍ୱକପ ୨୦୨୬ର ଶେଷ ସୁପର ୮ମ୍ୟାଚରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକ ହାଇ-ଭୋଲଟେଜ ପ୍ରତିଯୋଗିତା ଦେଖାଯାଇଥିଲା। କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା…

ଟିମ ଇଣ୍ଡିଆ ସହ ଏହି ୪ ଟିମ୍‌ଙ୍କ ସେମିଫାଇନାଲ ସ୍ଥାନ ପକ୍କା, ଜାଣନ୍ତୁ ମ୍ୟାଚର ସମ୍ପୂର୍ଣ୍ଣ ସିଡ୍ୟୁଲ

ନୂଆଦିଲ୍ଲୀ,୨।୩: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ର ଅନ୍ତିମ ସୁପର ୮ ମ୍ୟାଚରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୫ ୱିକେଟରେ ପରାସ୍ତ କରିଛି। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା…

୧୦ ବର୍ଷ ପରେ ପ୍ରତିଶୋଧ ନେଲା ଭାରତ: ମନେ ପଡ଼ିଗଲା…

କୋଲକାତା,୨।୩: ୧୦ ବର୍ଷ ପରେ ଟିମ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ପ୍ରତିଶୋଧ ନେଇଛି। କ୍ରିକେଟରେ ଏପରି ମୁହୂର୍ତ୍ତ ବହୁତ କମ ଆସିଥାଏ ଯେତେବେଳେ ଭାଗ୍ୟ ଏବଂ କଠିନ ପରିଶ୍ରମ…

ଧୋନୀଙ୍କୁ ବଡ଼ ଝଟ୍‌କା: ମିଳିଲା ନୋଟିସ୍‌, ୧୫ ଦିନ ମଧ୍ୟରେ…

ରାଞ୍ଚି,୨।୩: ଝାଡ଼ଖଣ୍ଡ ରାଜ୍ୟ ଗୃହ ବୋର୍ଡ ରାଞ୍ଚିର ହାର୍ମୁ ଅଞ୍ଚଳରେ ତାଙ୍କ ବାସସ୍ଥାନ ପାଇଁ ଆବଣ୍ଟିତ ଜମିର ବାଣିଜି୍ୟକ ବ୍ୟବହାର ସମ୍ପର୍କରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର…

ସେମିଫାଇନାଲ୍‌ରେ ପହଞ୍ଚିବା ପରେ ବଡ଼ ବୟାନ୍‌ ଦେଲେ ସୂର୍ଯ୍ୟକୁମାର: କହୁ କହୁ କହିଦେଲେ…

କୋଲକାତା,୨।୩: ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଚଳିତ ଟି୨୦ କ୍ରିକେଟ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି। ଇଡେନ ଗାର୍ଡେନ୍ସରେ ରବିବାର ଅନୁଷ୍ଠିତ ସୁପର-୮ ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri