ତାଇୱାନରେ ଟାଇଫୁନ କୋଇନୁ ଆତଙ୍କ: ୯୩ ବିମାନ ଉଡାଣ ବାତିଲ, ସ୍କୁଲ କଲେଜ ବନ୍ଦ…

ତାଇପେଇ,୪।୧୦ : ନିକଟରେ ଟାଇଫୁନ ହାଇକୁଇ ତାଇୱାନରେ ତାଣ୍ଡବ ରଚିଥିଲା। ଏବେ ପୁଣି ସରକାରଙ୍କ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ତାଇୱାନର କିଛି ଅଞ୍ଚଳରେ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏହା ସହିତ ସ୍କୁଲ କଲେଜ ଗୁଡ଼ିକ ମଧ୍ୟ ବନ୍ଦ ରଖାଯାଇଛି। ଏହାର କାରଣ ହେଉଛି ଟାଇଫୁନ କୋଇନୁ ତାଇଓ୍ବାନ ମୁହାଁ ହୋଇଛି।

ବେସାମରିକ ବିମାନ ଚଳାଚଳ ପ୍ରଶାସନ ଅନୁଯାୟୀ ବୁଧବାର ଦ୍ୱୀପପୁଞ୍ଜର ବିମାନବନ୍ଦରରେ ୯୩ ବିମାନ ଉଡାଣ ବାତିଲ କରାଯାଇଛି। ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି ଅନୁଯାୟୀ ସାମୁଦ୍ରିକ ବନ୍ଦର ଏବଂ ବନ୍ଦର ବ୍ୟୁରୋ କହିଛି ୯୬ଟି ଫେରି ଯାତ୍ରା ବାତିଲ କରାଯାଇଛି।

ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ ବୁଧବାର ରାତି କିମ୍ବା ଗୁରୁବାର ସକାଳେ ତାଇୱାନର ଦକ୍ଷିଣ-ପୂର୍ବ ଭାଗରେ ଏହି ଝଡ଼ ଆସିପାରେ। ବୁଧବାର ଦିନ ଉତ୍ତର ଏବଂ ପୂର୍ବ ତାଇୱାନରେ ବର୍ଷା ହେଉଛି। ଏହା ପରେ ପୂର୍ବ ଉପକୂଳ ଏବଂ ଦକ୍ଷିଣରେ ମଧ୍ୟ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ତାଇୱାନର ସୁଦୂର ପେଙ୍ଗୁ, ଅର୍କିଡ ଏବଂ ଗ୍ରୀନ ଦ୍ୱୀପପୁଞ୍ଜରେ ଟାଇଫୁନ ଯୋଗୁଁ ଖରାପ ପାଗ ଆଶଙ୍କା ଥିବାରୁ ସ୍କୁଲ କଲେଜଏବଂ ଅଫିସ ବନ୍ଦ କରିବାକୁ ଘୋଷଣା କରାଯାଇଛି।

ଦକ୍ଷିଣ ପିଙ୍ଗଟଙ୍ଗ ଜିଲାର କିଛି ଅଂଶରେ ମଧ୍ୟ ବନ୍ଦ ଘୋଷଣା ହୋଇଛି। ତାଇୱାନର ପାଣିପାଗ ବ୍ୟୁରୋ ଅନୁଯାୟୀ, ବୁଧବାର ସକାଳେ ଟାଇଫୁନ ପଶ୍ଚିମ ତାଇୱାନ ଆଡ଼କୁ ଗତି କରୁଥିଲା।

ଚାଇନାର ଜାତୀୟ ପାଣିପାଗ କେନ୍ଦ୍ର ବୁଧବାର ଦିନ ଟାଇଫୁନ କୋଇନୁ ପାଇଁ ୟେଲୋ ସତର୍କ ସୂଚନା ଜାରି କରିଛି।

ଜେଜିଆଙ୍ଗ ଏବଂ ଫୁଜିଆନ ପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ପ୍ରବାହିତ ହେବ, ଯେଉଁଠାରେ ଫେରି ସେବା ସ୍ଥଗିତ ରହିଛି ଏବଂ ମତ୍ସ୍ୟଜୀବୀ ଡଙ୍ଗାଗୁଡ଼ିକୁ ବନ୍ଦରକୁ ଫେରାଇ ଅଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri