ବ୍ରିଟେନରେ ସବୁଠୁ ମହଙ୍ଗା ଘର କିଣିଲେ ଏହି ଭାରତୀୟ ବ୍ୟକ୍ତି

ନୂଆଦିଲ୍ଲୀ,୨୪।୭: ବ୍ରିଟେନର ରାଜଧାନୀ ଲଣ୍ଡନ ଦୀର୍ଘ ଦିନରୁ ଭାରତୀୟ କୋଟିପତିଙ୍କ ପ୍ରିୟ ସହର ହୋଇଆସୁଛି। ଷ୍ଟିଲ କିଙ୍ଗ୍‌ ଲକ୍ଷ୍ମୀ ମିତ୍ତଲଙ୍କ ସହ ବେଦାନ୍ତର ଅନିଲ ଅଗ୍ରୱାଲଙ୍କ ପରି କୋଟିପତିଙ୍କ ଲଣ୍ଡନରେ ଘର ଅଛି। ଏହି କ୍ରମରେ ଭାରତୀୟ ବ୍ୟବସାୟୀ ତଥା ଏସାର ଗ୍ରୁପର ସହ-ପ୍ରତିଷ୍ଠାତା ରବି ରୁଇଆଙ୍କ ନାମ ଯୋଡି ହୋଇଛି।
ରବି ଲଣ୍ଡନର ବକିଙ୍ଗହମ ପ୍ୟାଲେସ ନିକଟରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ପ୍ରାୟ ୧୨୦୦ କୋଟି ଟଙ୍କା (୧୧୩ ନିୟୁତ ୟୁରୋ)ରେ କିଣିଛନ୍ତି। ଏହି ଡିଲ ଗତ କିଛି ବର୍ଷ ମଧ୍ୟରେ ଲଣ୍ଡନରେ ସବୁଠାରୁ ବଡ ପ୍ରପର୍ଟି ଡିଲ୍‌ରେ ପରିଣତ ହୋଇଛି। ରବି କିଣିଥିବା ପ୍ରପର୍ଟିର ନାମ ହେଉଛି ହାନୋଭର ଲଜ। ଏହି ଘର ଲଣ୍ଡନର ୧୫୦ ପାର୍କ ରୋଡରେ ଅବସ୍ଥିତ। ଏହାର ସାମ୍ନାରେ ରେଜିଣ୍ଟ ପାର୍କ ଅଛି ।
୧୯୪୯ରେ ଜନ୍ମ ହୋଇଥିବା ରବି ଜଣେ ମେକାନିକାଲ ଇଞ୍ଜିନିୟର। ସେ ଚେନ୍ନାଇର କଲେଜ ଅଫ ଇଞ୍ଜିନିୟରିଂରୁ ଡିଗ୍ରୀ ହାସଲ କରିଛନ୍ତି। ରବି ପାରିବାରିକ ବ୍ୟବସାୟରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ ଏବଂ ତାଙ୍କ ବଡ଼ ଭାଇ ଶଶି ରୁଇଆଙ୍କ ସହ କମ୍ପାନୀକୁ ଆଗକୁ ନେଇଥିଲେ। ଉଭୟ ଭାଇ ମିଳିତ ଭାବେ ଏସାର ଗ୍ଲୋବାଲ ଫଣ୍ଡ ଲିମିଟେଡ ପ୍ରତିଷ୍ଠା କରିଥିଲେ। ଏହା ଏସର କ୍ୟାପିଟାଲ ଲିମିଟେଡ ଦ୍ୱାରା ପରିଚାଳିତ। ୨୦ରୁ ଅଧିକ ଦେଶରେ ଏହା କାର୍ଯ୍ୟ କରୁଛି। ୭୫ ହଜାରରୁ ଅଧିକ କର୍ମଚାରୀଙ୍କ ଏହି କମ୍ପାନୀରେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ପାଳି କରି ଜଗୁଛନ୍ତି ଚାଷୀ

କେସିଙ୍ଗା,୭ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ଥ ଶିରୋଲ,ବାଲସି ଓ କାଣ୍ଡେଲ ଧାନ ମଣ୍ଡିରେ ୧୭୬ ଜଣ…

ହାତରେ କଟୁରି ଧରି ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ, ମଦ ନିଶାରେ ଚୁର ହୋଇ…

ପାଟଣା,୭।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ କୁଣ୍ଡୁଳା ପଞ୍ଚାୟତ ଜୟପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ କଟୁରି ଧରି…

ହୀରାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ, କେଉଁ ଜିନିଷ ଉପରେ ଲାଗିବ ଜିରୋ ଟାରିଫ(Zero Tariff)? ପୀୟୁଷ ଗୋୟଲ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୨: ଶନିବାର (ଫେବୃଆରୀ ୭) ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ପରେ, କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

ଏହି କଥା ଶୁଣି କାନ୍ଦିଲେ ଭୂମିକା

ବଲିଉଡ ଅଭିନେତ୍ରୀ ଭୂମିକା ଚାୱଲା ଜଣେ ଜଣାଶୁଣା ଅଭିନେତ୍ରୀ। ଯଦିଓ ଆଜିକାଲି ସେ ଫିଲ୍ମରେ କମ୍‌ ସକ୍ରିୟ ଅଛନ୍ତି, କିନ୍ତୁ ସେ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ସେ…

କଂଗ୍ରେସ ଛାଡିବାରୁ ଚମକିଲା ଭାଗ୍ୟ! ୪୦ ବର୍ଷ ପରେ ଭାଜପାକୁ ମିଳିବ ମେୟର ପଦ, ଋତୁ ହେବେ BMC ମେୟର

ମୁମ୍ବାଇ,୭।୨: BMC ନିର୍ବାଚନରେ ବିଜୟ ପରେ, ମେୟର ନିର୍ବାଚନକୁ ନେଇ ସସପେନ୍ସ ଶେଷ ହୋଇଛି। ଭାଜପାର ଋତୁ ତାୱଡେ ମୁମ୍ବାଇର ମେୟର ହେବେ, ସେହିପରି ଶିବସେନାର ସଞ୍ଜୟ…

କମାଲ କଲେ ବୈଜ୍ଞାନିକ, ମାଟିରେ ନୁହେଁ ପବନରେ ଫଳିଲା ଆଳୁ

ନୂଆଦିଲ୍ଲୀ,୭।୨:  ଗ୍ୱାଲିୟରର ରାଜମାତା ବିଜୟା ରାଜେ ସିନ୍ଧିଆ କୃଷି ବିଶ୍ୱବିଦ୍ୟାଳୟରେ, କୃଷି ବୈଜ୍ଞାନିକମାନେ ଏରୋପୋନିକ୍ସ ପଦ୍ଧତି ବ୍ୟବହାର କରି ଆଳୁ ବିହନ ଚାଷ କରୁଛନ୍ତି । ଏହି ଗଛଗୁଡ଼ିକୁ…

ମାଲେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି: ଯିବା ପୂର୍ବରୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ ମାଲେସିଆ ଗସ୍ତ ଗସ୍ତରେ ଯାଇଛନ୍ତି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ ଏବେ ପ୍ରତିରକ୍ଷା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri