Posted inଖେଳ

ଅନ୍ତିମ ଓଭରରେ ବଦଳାଇ ଦେଲେ ମ୍ୟାଚ୍‌ର ଭାଗ୍ୟ

ଦୁବାଇ,୨୧।୯: ଅନ୍ତିମ ଓଭରରେ ରାଜସ୍ଥାନ ରୟାଲ୍ସକୁ ଜିତିବା ପାଇଁ ଦରକାର ଥାଏ ୪ ରନ୍‌। ଯୁବ ପେସର କାର୍ତ୍ତିକ ତ୍ୟାଗିଙ୍କ ସାମ୍ନାରେ ଥିଲେ ନିକୋଲାଶ ପୁରନ ଓ ଏଡେନ ମାରକ୍ରାମଙ୍କ ଭଳି ସେଟ୍‌ ଓ ବିସ୍ଫୋରକ ବ୍ୟାଟ୍ସମ୍ୟାନ। ଲାଗୁଥିଲା ରାଜସ୍ଥାନ ପାଇଁ ଜିତିବାର ଆଶା ନାହିଁ। କିନ୍ତୁ ଦୁଇ ଦୁଇଟି ଉଇକେଟ ନେଇ ମ୍ୟାଚ୍‌ର ଭାଗ୍ୟ ବଦଳି ଦେଇଥିଲେ କାର୍ତ୍ତିକ। ଫଳରେ ରାଜସ୍ଥାନ ୨ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ହରାଇ ଦେଇଛି। ଏହି ରୋଚକ ବିଜୟ ସହ ଆଇପିଏଲ ପଏଣ୍ଟ ଟେବୁଲର ୫ମ ସ୍ଥାନକୁ ଉନ୍ନୀତ ହୋଇଛି ସଞ୍ଜୁ ସାମସନଙ୍କ ରୟାଲ୍ସ ଦଳ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନକୁ ଭଲ ଆରମ୍ଭ ଦେଇଥିଲେ ଇଭିନ ଲୁଇସ (୩୬) ଓ ଜଶସ୍ବୀ ଜୈଶ୍ୱାଲ (୪୯)ଙ୍କ ଓପନିଂ ଯୋଡ଼ି। ତା’ ପରେ ମଧ୍ୟକ୍ରମରେ ବିସ୍ଫୋରକ ୪୩ ରନ୍‌ର ପାଳି ଖେଳିଥିଲେ ମହିପାଲ ଲୋମରର। ଏକଦା ଦଳୀୟ ସ୍କୋର ୨୦୦ ଅତିକ୍ରମ କରିବା ନିଶ୍ଚିତ ମନେ ହେଉଥିଲା। ହେଲେ ଶେଷ ୪ ଓଭରରେ ମାତ୍ର ୨୧ ରନ୍‌ ଯୋଡ଼ି ଅନ୍ତିମ ୬ ଉଇକେଟ ହରାଇ ୧୮୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା ରାଜସ୍ଥାନ। ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ୫ ଉଇକେଟ ସଫଳତା ହାତେଇଥିବା ବେଳେ ମହମ୍ମଦ ଶାମି ୩ ଉଇକେଟ ନେଇଥିଲେ।

ଜବାବରେ ପଞ୍ଜାବକୁ ୧୨୦ ରନ୍‌ର ବିସ୍ଫୋରକ ଆରମ୍ଭ ଦେଇଥିଲେ ଅଧିନାୟକ ଲୋକେଶ ରାହୁଲ (୪୯ ରନ୍‌, ୪ ଚୌକା ଓ ୨ ଛକା ) ଓ ମୟଙ୍କ ଅଗ୍ରଓ୍ବାଲ (୬୭ ରନ୍‌, ୭ ଚୌକା ଓ ୨ ଛକା)ଙ୍କ ଓପନିଂ ଯୋଡ଼ି। ଦୁହେଁ ଆଉଟ୍‌ ହେବା ପରେ ସ୍ଥିତି ସମ୍ଭାଳିଥିଲେ ମାରକ୍ରାମ (୨୬) ଓ ପୁରନ (୩୨)। ଦୁଇ ବ୍ୟାଟ୍ସମ୍ୟାନ ୩ୟ ଉଇକେଟ ପାଇଁ ୩୯ ବଲରେ ଦଳୀୟ ସ୍କୋରରେ ଯୋଡ଼ିଥିଲେ ୫୭ ରନ୍‌। ହେଲେ ଦଳକୁ ଜିତାଇ ପାରି ନ ଥିଲେ। ଫଳରେ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିଥିବା ପଞ୍ଜାବ ୪ ଉଇକେଟ ହରାଇ ୧୮୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ କର: ଭାରତରେ ପହଞ୍ଚି ଏମିତି କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ, ମିଳିଲା ଏମିତି ଜବାବ

ଢାକା,୯।୪: ଗତ ବର୍ଷ ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା ଶୀର୍ଷରେ ପହଞ୍ଚିବା ପରେ ବାଂଲାଦେଶ ଏବେ ସମ୍ପର୍କ ଉନ୍ନତ କରିବା ପାଇଁ ପଦକ୍ଷେପ ନେଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri