Posted inଖେଳ

ଅନ୍ତିମ ଓଭରରେ ବଦଳାଇ ଦେଲେ ମ୍ୟାଚ୍‌ର ଭାଗ୍ୟ

ଦୁବାଇ,୨୧।୯: ଅନ୍ତିମ ଓଭରରେ ରାଜସ୍ଥାନ ରୟାଲ୍ସକୁ ଜିତିବା ପାଇଁ ଦରକାର ଥାଏ ୪ ରନ୍‌। ଯୁବ ପେସର କାର୍ତ୍ତିକ ତ୍ୟାଗିଙ୍କ ସାମ୍ନାରେ ଥିଲେ ନିକୋଲାଶ ପୁରନ ଓ ଏଡେନ ମାରକ୍ରାମଙ୍କ ଭଳି ସେଟ୍‌ ଓ ବିସ୍ଫୋରକ ବ୍ୟାଟ୍ସମ୍ୟାନ। ଲାଗୁଥିଲା ରାଜସ୍ଥାନ ପାଇଁ ଜିତିବାର ଆଶା ନାହିଁ। କିନ୍ତୁ ଦୁଇ ଦୁଇଟି ଉଇକେଟ ନେଇ ମ୍ୟାଚ୍‌ର ଭାଗ୍ୟ ବଦଳି ଦେଇଥିଲେ କାର୍ତ୍ତିକ। ଫଳରେ ରାଜସ୍ଥାନ ୨ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ହରାଇ ଦେଇଛି। ଏହି ରୋଚକ ବିଜୟ ସହ ଆଇପିଏଲ ପଏଣ୍ଟ ଟେବୁଲର ୫ମ ସ୍ଥାନକୁ ଉନ୍ନୀତ ହୋଇଛି ସଞ୍ଜୁ ସାମସନଙ୍କ ରୟାଲ୍ସ ଦଳ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନକୁ ଭଲ ଆରମ୍ଭ ଦେଇଥିଲେ ଇଭିନ ଲୁଇସ (୩୬) ଓ ଜଶସ୍ବୀ ଜୈଶ୍ୱାଲ (୪୯)ଙ୍କ ଓପନିଂ ଯୋଡ଼ି। ତା’ ପରେ ମଧ୍ୟକ୍ରମରେ ବିସ୍ଫୋରକ ୪୩ ରନ୍‌ର ପାଳି ଖେଳିଥିଲେ ମହିପାଲ ଲୋମରର। ଏକଦା ଦଳୀୟ ସ୍କୋର ୨୦୦ ଅତିକ୍ରମ କରିବା ନିଶ୍ଚିତ ମନେ ହେଉଥିଲା। ହେଲେ ଶେଷ ୪ ଓଭରରେ ମାତ୍ର ୨୧ ରନ୍‌ ଯୋଡ଼ି ଅନ୍ତିମ ୬ ଉଇକେଟ ହରାଇ ୧୮୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା ରାଜସ୍ଥାନ। ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ୫ ଉଇକେଟ ସଫଳତା ହାତେଇଥିବା ବେଳେ ମହମ୍ମଦ ଶାମି ୩ ଉଇକେଟ ନେଇଥିଲେ।

ଜବାବରେ ପଞ୍ଜାବକୁ ୧୨୦ ରନ୍‌ର ବିସ୍ଫୋରକ ଆରମ୍ଭ ଦେଇଥିଲେ ଅଧିନାୟକ ଲୋକେଶ ରାହୁଲ (୪୯ ରନ୍‌, ୪ ଚୌକା ଓ ୨ ଛକା ) ଓ ମୟଙ୍କ ଅଗ୍ରଓ୍ବାଲ (୬୭ ରନ୍‌, ୭ ଚୌକା ଓ ୨ ଛକା)ଙ୍କ ଓପନିଂ ଯୋଡ଼ି। ଦୁହେଁ ଆଉଟ୍‌ ହେବା ପରେ ସ୍ଥିତି ସମ୍ଭାଳିଥିଲେ ମାରକ୍ରାମ (୨୬) ଓ ପୁରନ (୩୨)। ଦୁଇ ବ୍ୟାଟ୍ସମ୍ୟାନ ୩ୟ ଉଇକେଟ ପାଇଁ ୩୯ ବଲରେ ଦଳୀୟ ସ୍କୋରରେ ଯୋଡ଼ିଥିଲେ ୫୭ ରନ୍‌। ହେଲେ ଦଳକୁ ଜିତାଇ ପାରି ନ ଥିଲେ। ଫଳରେ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିଥିବା ପଞ୍ଜାବ ୪ ଉଇକେଟ ହରାଇ ୧୮୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri