Posted inଫୁରସତ

ଦୁଇ ବର୍ଷ ପରେ…

ଦୀର୍ଘ ଦୁଇ ବର୍ଷ ପରେ ପୁଣି ବଡ଼ଦାଣ୍ଡରେ ଭକ୍ତ ଆଉ ଭଗବାନ୍‌ ହେଲେ ଏକାଠି। ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ କରିବା ଆଉ ରଥଦଉଡ଼ି ଟାଣିବାକୁ ନେଇ ଥିବା ଅପେକ୍ଷାର ଘଟିଲା ଅନ୍ତ। ପୁଣି ରଥ ଚାରିପଟେ ଜମିଲା ବିଶାଳ ଜନସମୁଦ୍ର। ଆଖି ଆଗରେ ପ୍ରଭୁଙ୍କୁ ପାଇ ଭକ୍ତ ବି ଆତ୍ମବିଭୋର। ଏମିତି ଏକ ଅପୂର୍ବ ମହାମିଳନର ସୁଯୋଗ ପାଇଥିବା ଭକ୍ତଙ୍କର କିଛି ଅନୁଭୂତି…

ରଥରେ କାଳିଆ ଦର୍ଶନ ଆନନ୍ଦ ଦିଏ
ଆଶୁତୋଷ ବାରିକ୍‌ (ପିପିଲି)- କାଳିଆକୁ ଦେଖିଦେଲେ ମନ ପୂରିଯାଏ। ୨ବର୍ଷ ହେଲା କରୋନା ଯୋଗୁ ତା’କୁ ଦେଖି ନ ପାରି ମନ ଭଲ ଲାଗୁନଥିଲା। ରଥରେ ତା’ର ସେଇ ଝଟକୁଥିବା କଳାମୁହଁ ଦେଖି ମନ ଖୁସିରେ ନାଚି ଉଠିଲା। ଯେ କେହି ବି ପୁରୀ କଥା କହିଦେଲେ ମୁଁ ଜଗା ବିଷୟରେ ଆଲୋଚନା କରିବାକୁ ବସିପଡ଼େ। ସବୁ କଟକଣା ଉଠିବା ପରେ ବି କାର୍ଯ୍ୟବ୍ୟସ୍ତତା ମଧ୍ୟରେ ପୁରୀ ଆସି ପାରି ନ ଥିଲି। ହେଲେ ରଥଯାତ୍ରାରେ ପ୍ରଭୁଙ୍କ ଦର୍ଶନ ପାଇଁ ୨ଦିନ ପାଇଁ ଅଫିସ୍‌ରୁ ଛୁଟି ନେଇଆସିଛି। କଳାଦିଅଁର ଦର୍ଶନ କରି ଆଡ଼ପ ଅବଢ଼ା ଖାଇ ଶାନ୍ତି ମନରେ ଫେରିଯିବି।
ରଥ ଟାଣିବାର ଅନୁଭୂତି ଅବର୍ଣ୍ଣନୀୟ
ମୀନକେତନ ସୁବୁଦ୍ଧି (ଖୋର୍ଦ୍ଧା)- ରଥଯାତ୍ରା ପାଖେଇ ଆସିଲେ ମନରେ ଏକ ଅପୂର୍ବ ଆନନ୍ଦ ଖେଳିଯାଏ। ଜଗା ପାଖକୁ ଧାଇଁ ଯିବାକୁ ଇଚ୍ଛା ହୁଏ। ଗୋଟିଏ ଗୋଟିଏ ଦିନର ଅପେକ୍ଷା ଯେମିତି ଖୁବ୍‌ ଲମ୍ବା ହୋଇଯାଏ। ଆଉ ପ୍ରଭୁଙ୍କ ଦର୍ଶନ କରି ରଥ ଟାଣିବା ପରେ ଆତ୍ମସନ୍ତୋଷ ମିଳେ। ପ୍ରତିବର୍ଷ ରଥଯାତ୍ରାରେ ପୁରୀ ଯାଏ। ହେଲେ ଗତ ଦୁଇ ବର୍ଷ କରୋନା ଯୋଗୁ ଏହି ସୁଯୋଗରୁ ବଞ୍ଚତ୍ତ ହୋଇ ଭାରି କଷ୍ଟ ଲାଗୁଥିଲା। ଯାହାହେଉ ଏବର୍ଷ ରଥାରୂଢ଼ ଦାରୁବ୍ରହ୍ମଙ୍କ ଦର୍ଶନ ସୁଯୋଗ ମିଳିଲା। ରଥରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନର ମୁହୂର୍ତ୍ତ ବହୁତ ଆନନ୍ଦଦାୟକ ଥିଲା। ଅସଂଖ୍ୟ ଭିଡ଼ ଭିତରେ ଏଭଳି ଦର୍ଶନ ମିଳିବ ବୋଲି ଆଶା କରି ନ ଥିଲି। ସବୁ ମହାପ୍ରଭୁଙ୍କ ଲୀଳା। ମହାପ୍ରଭୁଙ୍କ ଆଶୀର୍ବାଦ ରହିଲେ, ସବୁବର୍ଷ ଏଭଳି ଦର୍ଶନ କରିବାକୁ ଆସୁଥିବି।
ପ୍ରଭୁଙ୍କ ଦର୍ଶନରେ
ଆତ୍ମବିଭୋର ହୋଇ ଉଠିଛି
ବିକାଶ କୁମାର(ବିହାର)- ପ୍ରତିବର୍ଷ ମହାପ୍ରଭୁଙ୍କ ପ୍ରେମ ମୋତେ ବିହାରରୁ ପୁରୀକୁ ଟାଣି ଆଣେ। ଏମିତିରେ ମୁଁ ପ୍ରଭୁଙ୍କୁ ମନ୍ଦିରରେ ଦର୍ଶନ କରିବାକୁ ବର୍ଷକେ ୩-୪ ଥର ଆସେ, ହେଲେ ରଥଯାତ୍ରାରେ ଦର୍ଶନ କରିବାର ଆନନ୍ଦ ନିଆରା। ଦୁଇ ବର୍ଷ କରୋନା ମହାମାରୀ ଏହି ଅପୂର୍ବ ଦର୍ଶନରୁ ବଞ୍ଚତ୍ତ କରିଥିଲା। ପ୍ରଭୁଙ୍କ ଦୟାରୁ ସେ ଦୁଃସମୟ ଚାଲିଯାଇଛି। ପୁଣି ରଥରେ ପ୍ରଭୁଙ୍କ ଦର୍ଶନରେ ଆତ୍ମବିଭୋର ହୋଇ ଉଠିଛି। ଆଉ କେବେ ଏହି କରୋନା ଭକ୍ତ ଆଉ ଭଗବାନଙ୍କ ମଝିରେ ପାଚେରି ହୋଇ ଠିଆ ନ ହେଉ ଏତିକି ଗୁହାରି ଜଣାଇଛି। ଭାଗ୍ୟରେ ଥିଲେ ସବୁ ବର୍ଷ ଆସିବି ବୋଲି ଆଶା ରଖିଛି। ତେବେ ଏଥର ପୂର୍ବ ବର୍ଷଗୁଡିକ ତୁଳନାରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରଶାସନ ପକ୍ଷରୁ ଖୁବ୍‌ ସୁନ୍ଦର ବ୍ୟବସ୍ଥା ହୋଇଥିବାରୁ ବେଶୀ ଭଲ ଲାଗୁଛି।
ସାତଜନ୍ମର ପୁଣ୍ୟ ଫଳ ପାଇଗଲି
କରିସ୍ମା ମହାନ୍ତ (ଫୁଲବାଣୀ)- ସତରେ ଡୋରି ନ ଲାଗିଲେ କାଳିଆ ପାଖକୁ ଆସି ହୁଏନା। ମୁଁ କେବେ ପୁରୀ ଆସି ନ ଥିଲି। ଏଥର କିନ୍ତୁ ବହୁତ ଦିନର ମନୋବାଞ୍ଛା ପୂର୍ଣ୍ଣ ହୋଇଛି। କାଳିଆ ମୋତେ ତା’ ପାଖକୁ ଟାଣି ଆଣିଛି। ରଥରେ ପ୍ରଭୁଙ୍କୁ ଦେଖିବି ବୋଲି ମନ ଖୁସି ଥିଲା ବେଳେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଟ୍ରେନ୍‌ ଟିକେଟ୍‌ ହେଉ ନ ଥିଲା। ଭାବିଲି, କାଳିଆ ମୁଁ କ’ଣ କେବେ ବି ତୋ’ ଦର୍ଶନ କରିପାରିବି ନାହିଁ। କିଛି ସମୟ ପରେ ଦେଖେତ ବହୁ ପଛରେ ଓ୍ବେଟିଂରେ ଥିବା ଟିକେଟ୍‌ କନ୍‌ଫର୍ମ ହୋଇଯାଇଛି। ମୋର ଖୁସିର ସୀମା ରହିଲା ନାହିଁ। ପୁରୀ ବଡ଼ଦାଣ୍ଡରେ ପହଞ୍ଚୁ ପହଞ୍ଚୁ କାଳିଆର ରଥଟଣା ଆରମ୍ଭ ହେଉଥାଏ। ଭିଡ଼ ଭିତରେ ଠେଲିପେଲି ରଥଟାଣିଲି। ସତରେ ସାତଜନ୍ମର ପୁଣ୍ୟର ଫଳ ଆଜି ପାଇଗଲି। ରଥ ଟାଣୁ ଟାଣୁ ଆଖିରୁ ଧାର ଧାର ହୋଇ ଆନନ୍ଦାଶ୍ରୁ ବୋହିପଡ଼ୁଥିଲା ଆଉ ଭାବୁଥିଲି ଏ ସୁଯୋଗ ସବୁ ବର୍ଷ ମିଳୁଥାଉ ପ୍ରଭୁ।
ରଥ ଟାଣିବାର ଭାବ ନିଆରା
ସାଇ ସୁମନ ସାମନ୍ତରାୟ (ଯୁକ୍ତ ଦୁଇ ଛାତ୍ର, ବିଡିଏ କଲୋନୀ, ଖୋର୍ଦ୍ଧା)- ଆମ ଅଞ୍ଚଳର ସବୁଠୁ ବଡ଼ ଯାତ୍ରା ହେଉଛି ଜାଗୁଳିପାଟଣାସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମଙ୍କ ଘୋଷଯାତ୍ରା। ଏଠାରେ ତିନି ଠାକୁର (ହାତ ଗୋଡ଼ ଥାଇ) ପୂର୍ଣ୍ଣ ବିଗ୍ରହ ପୂଜା ପାଉଛନ୍ତି। ଠାକୁରମାନେ ଯୋଦ୍ଧା ବେଶରେ ଅସ୍ତ୍ରଶସ୍ତ୍ର ଧାରଣ କରିଛନ୍ତି। କୋଭିଡ୍‌ ଯୋଗୁ ଗତ ଦୁଇ ବର୍ଷ ହେବ ରଥଯାତ୍ରା ବନ୍ଦ ରହିଥିଲା। ଚଳିତ ବର୍ଷ ରଥଯାତ୍ରା ଆୟୋଜନ ହୋଇଥିଲା। ରଥାରୂଢ଼ ଶ୍ରୀବିଗ୍ରହମାନଙ୍କ ଦର୍ଶନ କରି ବହୁତ ଆନନ୍ଦ ଲାଗିଲା। ପ୍ରତିବର୍ଷ ରଥରେ ଏଠାକୁ ଆସି ପହଣ୍ଡି ଦର୍ଶନ, ରଥ ଟାଣିବାରେ ନିଆରା ମଜା ନିଏ। ଦୁଇ ବର୍ଷ ହେବ ଠାକୁରଙ୍କ ଦର୍ଶନରୁ ବଞ୍ଚତ୍ତ ରହିଥିଲି। ତେବେ ଚଳିତବର୍ଷ ରଥାରୂଢ଼ ଶ୍ରୀଜୀଉଙ୍କ ଦର୍ଶନ କରିବାର ସୁଯୋଗ ପ୍ରାପ୍ତ ହେବାରୁ ବହୁତ ଖୁସି ଲାଗୁଛି। ଦୁଇ ବର୍ଷ ପରେ ରଥଯାତ୍ରା ଆୟୋଜନ ହୋଇଥିବାରୁ ଜାଗୁଳିପାଟଣା ଦାଣ୍ଡ ଭକ୍ତମୟ ହୋଇ ଉଠିଥିଲା। ସତେ ଯେପରି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ଘଟିଥିଲା। ସମସ୍ତଙ୍କ ମନରେ ଏକ ନବୀନ ଉତ୍ସାହ ଦେଖିବାକୁ ମିଳିଥିଲା। ଭକ୍ତଙ୍କ ଗହଣରେ ଭିଡ଼ ମଧ୍ୟରେ ରଥ ଟାଣିବାର ଏକ ନିଆରା ଭାବ ରହିଛି। ବର୍ଷସାରା ମନ୍ଦିର ଦର୍ଶନ ଅପେକ୍ଷା ରଥରେ ପ୍ରଭୁଙ୍କ ଦର୍ଶନରେ ଏକ ଅପୂର୍ବ ଆନନ୍ଦ ମିଳେ, ଯାହାକୁ ଭାଷାରେ ପ୍ରକାଶ କରିବା କଷ୍ଟ।
ପ୍ରଥମ ଥର ଦର୍ଶନର
ସୁଯୋଗ ପାଇ ଖୁସୀ
ବାପି(ଗଞ୍ଜାମ)- ପ୍ରଥମ ଥର ପାଇଁ ପୁରୀ ଆସିଛି। କଳା ଠାକୁରଙ୍କୁ ରଥ ଉପରେ ଦେଖି ବହୁତ ଖୁସି ଲାଗୁଛି। ସରକାର ଶ୍ରଦ୍ଧାଳୁଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ଖାଇବା ପିଇବାରେ ଆମର କୈାଣସି ପ୍ରକାର ଅସୁବିଧା ହେଉ ନାହିଁ। ଦୀର୍ଘ ୨ବର୍ଷ ପରେ ବହୁ ଭକ୍ତ ରଥ ଦେଖିବାକୁ ଆସିଛନ୍ତି, ସେଥିପାଇଁ ପ୍ରବଳ ଭିଡ ହୋଇଛି। ବର୍ତ୍ତମାନ କରୋନା ପଜିଟିଭ ସଂଖ୍ୟା ବଢିଲାଣି। ସେଥିପାଇଁ ମାସ୍କ ପିନ୍ଧିବାକୁ ପ୍ରଶାସନ ପରାମର୍ଶ ଦେଉଛନ୍ତି। କୋଭିଡ କଟକଣା କୋହଳ ହୋଇଥିଲେ ମଧ୍ୟ ମାସ୍କ ବ୍ୟବହାର କରୁଛୁ। ସମସ୍ତ ପ୍ରକାର ଗାଇଡଲାଇନ୍‌ ମାନି ଦାରୁଦିଅଁଙ୍କୁ ଦର୍ଶନ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri