ଦୁଇ ବର୍ଷ ବିତିଗଲା, ଅକାମି ହୋଇପଡ଼ିଛି ମିଶନ ଶକ୍ତି କାଫେ ଗୃହ

କେସିଙ୍ଗା,୨୯/୧୧( ତୁମେଶ୍ୱର ସାହୁ): ଗତ ବିଜେଡି ସରକାର ଥିବା ସମୟରେ ମିଶନ ଶକ୍ତିକୁ ଶକ୍ତିଶାଳୀ କରିବା ସହ ଅନେକ ମହିଳା ଗ୍ରୁପକୁ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ସହରର ବିଭିନ୍ନ ଜାଗାରେ ମିଶନ ଶକ୍ତି କାଫେ ନିର୍ମାଣ କରାଯାଇଥିଲା। ମହିଳା ଗ୍ରୁପକୁ କିପରି ଦୁଇ ପଇସା ରୋଜଗାର ମିଳିବ ସେଥିପ୍ରତି ତତ୍କାଳୀନ ବିଜେଡି ସରକାର ଦୃଷ୍ଟି ଦେଉଥିଲା। ବର୍ତ୍ତମାନ ଭାଜପା ସରକାର ଶାସନର ୧୮ ମାସ ବିତିଯାଇଥିଲେ ମଧ୍ୟ ମିଶନ ଶକ୍ତି ଗୃହ,ମିଶନଶକ୍ତି କାଫେ କାର୍ଯ୍ୟକ୍ଷମ କରୁ ନ ଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏହିପରି ଦେଖିବାକୁ ମିଳିଛି, କଳାହାଣ୍ଡି ଜିଲା କେସିଙ୍ଗା ସହରରେ। ଏଠାରେ ଦୁଇଟି ମିଶନ ଶକ୍ତି କାଫେ ନିର୍ମାଣ କରାଯାଇଛି। ପ୍ରଥମେ ମାଁ ଅମ୍ବେ ମନ୍ଦିର ସମ୍ମୁଖରେ ତିଆରି କରାଯାଇ ସହରର ଏକ ସ୍ବୟଂ ସହାୟକ ଗୋଷ୍ଠୀକୁ ଗୃହ ଦିଆଯାଇଥିଲା। ଉକ୍ତ ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟ କିଛି ଦିନ ବେଶ ଭଲ ଭାବରେ ଚା’ ଜଳଖିଆ ତିଆରି କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ନୂତନ ଭାଜପା ସରକାର ଆସିବାର କିଛି ମାସ ଆଗରୁ କଣ ହେଲା କେଜାଣି ତାହା ବନ୍ଦ ହୋଇଗଲା। ବେପାର ହେଲା ନାହିଁ ବୋଲି ବନ୍ଦ ହେଲା ନା ଭାଜପା ସରକାର ଆସିଲା ବୋଲି ବନ୍ଦ ହେଲା ତାହା ଆଜି ପର୍ଯ୍ୟନ୍ତ କେହି ଜାଣି ନାହାଁନ୍ତି କି କାହାରି ପାଖରେ ଉତ୍ତର ମଧ୍ୟ ନାହିଁ।

ପରେ ଆଉ ଗୋଟିଏ ମିଶନଶକ୍ତି କାଫେ ଗୃହ ବ୍ଲକ କାର୍ଯ୍ୟାଳୟ ପରିସରରେ ସହରର ମୁଖ୍ୟ ଓ ମଧ୍ୟ ଭାଗରେ ଗତ ବିଜେଡି ସରକାର ଅମଳରେ ବିଲ୍ଡିଂ ନିର୍ମାଣ କରାଗଲା, ଯାହାର କାମ ଶେଷ ହୋଇ ପ୍ରାୟ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ। ନୂତନ ସରକାର ଆସି ଦେଢ଼ ବର୍ଷ ପରେ ମଧ୍ୟ କୌଣସି ସ୍ବୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଯାଇପାରୁ ନାହିଁ। ନିର୍ବାଚନର ଠିକ ଆଗରୁ ଉଦ୍‌ଘାଟନ ହେବାର ଥିଲେ ମଧ୍ୟ କୋଡ ଅଫ କଣ୍ଡକ୍ଟ ଲାଗି ଯିବାରୁ ତାହା ଉଦ୍‌ଘାଟନ ହୋଇ ପାରିଲା ନାହିଁ। ନିର୍ବାଚନ ସମୟରେ ଲାଗିଥିବା କୋଡ ଅଫ କଣ୍ଡକ୍ଟ ଦୁଇ ବର୍ଷ ପରେ ମଧ୍ୟ ଉଠି ନ ଥିବା ସହରରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ଅଞ୍ଚଳର ବୁଦ୍ଧିଜିବୀମାନେ ବିଲ୍ଡିଂର ରଙ୍ଗ ବଦଳା ଯାଇନାହିଁ ବୋଲି ଉକ୍ତ କାଫେଟି ଉଦ୍‌ଘାଟନ ହୋଇ ପାରୁନାହିଁ ବୋଲି ସହରରେ ଚର୍ଚ୍ଚା ହେଉଛି। ବ୍ଲକ କାର୍ଯ୍ୟାଳୟରେ ଦୈନିକ ଶହ ଶହ ଲୋକମାନେ ଆସୁଛନ୍ତି। ସମ୍ମୁଖରେ କାଫେ ଗୃହ ଅଛି। ଯେକୌଣସି ମହିଳା ଗୃପକୁ ଦେଲେ ଦୋକାନ ଖୋଲିଲେ ସୁବିଧାରେ ଲୋକମାନେ ଜଳଖିଆ, ଚା’, ମିଲସ ଇତ୍ୟାଦି ଖାଇବା ପିଇବା ପାଇଁ ସୁବିଧା ମିଳନ୍ତା। ଏ ସଂକ୍ରାନ୍ତରେ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁଙ୍କୁ ପଚାରିବାରୁ ନୂଆଖାଇ ପୂର୍ବରୁ ଖୋଲିବା କଥା,କିନ୍ତୁ ହୋଇପାରିଲା ନାହିଁ,ଚେଷ୍ଟା କରୁଛୁ ଅଳ୍ପ ଦିନ ମଧ୍ୟରେ ଖୋଲାଯିବ ବୋଲି କହିଥିଲେ।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri