ନାଗାବଳୀ ମଝିରେ ଫସିଲେ ଦୁଇ ପର୍ଯ୍ୟଟକ

ରାୟଗଡ଼ା ଅଫିସ,୧୭ା୭: ରାୟଗଡ଼ା ଜିଲା ନାଗାବଳୀ ନଦୀ ମଝିରେ ଦୁଇ ପର୍ଯ୍ୟଟକ ଫସି ରହିଛନ୍ତି। ନଦୀ ମଝିରେ ଏକ ପଥରେ ଉପରେ ଦୁହେଁ ଫସି ରହିଥିବା ଦେଖିବାକୁ ମିଳିଛି। ଉଭୟ ପର୍ଯ୍ୟଟକ କାଶୀପୁର ବ୍ଲକ ପୋଡ଼ାପାଡ଼ି ଅଞ୍ଚଳର। ସହରର ଝୁଲାପୋଲ ନିକଟରେ ହଠାତ୍‌ ପାଣି ଚାଲିଆସିବାରୁ ଦୁଇଜଣ ଫସିଯାଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି।