ଏହି ୩ ରାଜ୍ୟକୁ ଉଡ଼ାଇ ଦେବା ପାଇଁ ଲକ୍ଷ୍ୟ ରଖିଥିଲେ ଦୁଇ ଆତଙ୍କବାଦୀ

ବେଙ୍ଗାଲୁରୁ,୧୩ା୪: ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଦ୍ୱାରା ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଏକ ବଡ଼ କଥା ଉନ୍ମୋଚନ ହୋଇଛି। ଉଭୟ ଆତଙ୍କବାଦୀ ଆଇଏସ୍‌-ଅଲ୍‌ ହିନ୍ଦ ମଡ୍ୟୁଲ ସହିତ ଜଡ଼ିତ। ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ବିଶେଷ କରି କର୍ନାଟକ, କେରଳ ଏବଂ ମହାରାଷ୍ଟ୍ର ଏହି ମଡ୍ୟୁଲର ଲକ୍ଷ୍ୟ। ଉଭୟ ଅଭିଯୁକ୍ତଙ୍କ ଯୋଜନା ଏହି ରାଜ୍ୟରେ ବ୍ୟାପକ ବିସ୍ଫୋରଣ ଘଟାଇବା ଥିଲା। ଏନ୍‌ଆଇଏ ସୂତ୍ର ଅନୁଯାୟୀ, ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଆଇଏସ୍‌ ଖୋରାସାନଙ୍କ ନିର୍ଦ୍ଦେଶରେ ଏହି ମଡ୍ୟୁଲ ଗତ ତିନି ବର୍ଷ ଧରି ଚାଲିଆସୁଛି। ଗୁପ୍ତଚର ଏଜେନ୍ସି ଏହା ମଧ୍ୟ କହିଛି ଯେ, ଅବଦୁଲ ମାଥିନ ଏବଂ ମୁସାଭିର ହୁସେନ ଶାଜବେ ବିଦେଶରୁ ନିର୍ଦ୍ଦେଶ ଗ୍ରହଣ କରୁଥିଲେ। ଆଇଏସ୍‌ ଅଲ୍‌ ହିନ୍ଦ୍‌ ମଡ୍ୟୁଲ ଦେଶ ପାଇଁ ଏକ ବଡ଼ ବିପଦ।

ସୂଚନାନୁସାରେ, ନକଲି ଆଧାର କାର୍ଡ ଆଧାରରେ ଅବଦୁଲ ମାଥିନ ଏବଂ ମୁସାଭିର୍‌ ଶାଜେବ  ନକଲି ପରିଚୟ ଆଧାରରେ ଅନେକ ହୋଟେଲରେ ରହିଥିଲେ। ନକଲି ଆଧାରକାର୍ଡ ଦେଇ ସେ ଅନେକ ହୋଟେଲରେ ରହିବାର ବ୍ୟବସ୍ଥା କରିଥିଲେ। ନିଜର ପରିଚୟ ଲୁଚାଇବା ପାଇଁ ସେ ହିନ୍ଦୁ ନାମରେ ଆଧାରକାର୍ଡ ତିଆରି କରିଥିଲେ। ରାମେଶ୍ୱରମ କାଫେ ବିସ୍ଫୋରଣର ଆତଙ୍କବାଦୀମାନେ ଅନେକ ଦିନ ହୋଟେଲ ବଦଳାଇ କୋଲକାତାରେ ଲୁଚି ରହିଥିଲେ। ମାର୍ଚ୍ଚ ୧୨ରେ ଉଭୟ କୋଲକାତାରେ ପହଞ୍ଚି ପ୍ରଥମେ ଏସ୍‌ପ୍ଲାନେଡ ଅଞ୍ଚଳରେ ଥିବା ଏସପ୍ଲାନେଡ୍‌ ଇନ ହୋଟେଲରେ ଚେକ୍‌ କରିଥିଲେ। ଏଠାରେ ସେ କହିଥିଲେ ଯେ, ଅଫିସ କାମ ପାଇଁ ସେ ସିଲିଗୁଡ଼ିରୁ କୋଲକାତା ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri