Categories: Uncategorized

କର୍ଲାମୁଣ୍ଡା ବ୍ଲକର ଦୁଇ ଛାତ୍ରଙ୍କ ନିଟ୍‌ ପରୀକ୍ଷାରେ ସଫଳତା

 

କର୍ଲାମୁଣ୍ଡା:୧୭।୬ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇଜଣ ଛାତ୍ର ସର୍ବଭାରତୀୟ ସ୍ତରୀୟ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ଜଣାପଡ଼ିଛି। ଏହି ଖବର ପ୍ରଚାର ହେବା ମାତ୍ରେ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ଉକ୍ତ ବ୍ଲକର ଡୁକେରମାଲ ଗ୍ରାମ ଜନ୍ମେଜୟ ସାହୁ ଓ ଗୀତା ସାହୁଙ୍କ ପୁତ୍ର ସଞ୍ଜୀବ ସାହୁ ୬୨୪ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜୋରାଡ଼ବରା ଗ୍ରାମର ବିମଳ ସାହୁ ଓ କୁନି ସାହୁଙ୍କ ପୁତ୍ର ଅଜିତ କୁମାର ସାହୁ ୬୨୩ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଦୁଇ ଛାତ୍ରଙ୍କ ସଫଳତା ପାଇଁ ବିଧାୟକ ଭୂପିନ୍ଦର ସିଂ, ତୈଳିକ ହଳଦିଆ ବୈଶ୍ୟ ସାହୁ ସମାଜ କଳାହାଣ୍ଡି, କର୍ଲାମୁଣ୍ଡା ପ୍ରେସ କ୍ଲବ ତଥା ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।