ଡ୍ୟାମ୍‌ରେ ବୁଡ଼ି ଦୁଇ ଛାତ୍ରଙ୍କ ଜୀବନ ଗଲା

ହାଟଡିହୀ,୧୨ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ସୋସୋ ଥାନା ହଦଗଡ଼ ଶାଳନ୍ଦୀ ନଦୀ ଡ୍ୟାମ ବୁଲିବାକୁ ଆସିଥିବା ୭ ଜଣ ସାଙ୍ଗଙ୍କ ମଧ୍ୟରୁ ଦୁଇ ଜଣ ସାଙ୍ଗ ଗାଧୋଉଥିବା ବେଳେ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ସେମାନେ ହେଉଛନ୍ତି ଭଦ୍ରକ ଜିଲା ବରପଦା ପଞ୍ଚୁଗୋଛିଆ ଗ୍ରାମର ସ୍ବର୍ଗତଃ ମଦନ ଦାସଙ୍କ ପୁଅ ଈଶ୍ୱର(୨୩) ଏବଂ ତିହିଡି ଗ୍ରାମର ବାବୁ ନାୟକଙ୍କ ପୁଅ ସୋମହିତ (୨୨)। ଖବର ପାଇ ହାଟଡିହୀ ଅଗ୍ନିଶମ ବିଭାଗ ଏବଂ ସୋସୋ ଥାନା ଅଧିକାରୀ ବିଜୟ ବିହାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଦୀର୍ଘ ସମୟ ନଦୀ ଭିତରେ ଖୋଜା ଖୋଜି ପରେ ସୋମହିତ ଏବଂ ଈଶ୍ୱରଙ୍କୁ ଉଦ୍ଧାର କରାଯାଇଥିଲା। ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡିକାଲ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ୟୁଡ଼ି କେସ୍‌ ନଂ ୧୪/୨୪ ଏବଂ ୧୫/୨୪ରେ ଦୁଇଟି ମାମଲା ରୁଜୁ କରିଛି। ଈଶ୍ୱର ପଞ୍ଜାବ ଏବଂ ସୋମହିତ ଭୁବନେଶ୍ୱର କିଟରେ କମ୍ପ୍ୟୁଟର ସାଇନ୍ସରେ ବିସିଏ ଛାତ୍ର ଅଟନ୍ତି। ଥାନା ଅଧିକାରୀ ବିଜୟ ବିହାରୀଙ୍କ ସୂଚନା ଅନୁସାରେ ତିହିଡ଼ି ଅଞ୍ଚଳର ଆୟୁଷ୍ମାନ ପାଣିଗ୍ରାହୀ, ସୌମ୍ୟରଞ୍ଜନ ସାହୁ, ଅମୀୟ ନାୟକ, ଶୁଭମ ପରିଡ଼ା, ବେଦ ପ୍ରକାଶ ଏବଂ ସୋମହିତ ନାୟକ,ବରପଦାରୁ ଈଶ୍ୱର ଦାସ ସମସ୍ତେ ସାଙ୍ଗ ହୋଇ ହଦଗଡ଼ ଡ୍ୟାମ ବୁଲିବାକୁ ଆସିଥିଲେ। ସୋମହିତ ନଦୀରେ ଗାଧୋଉଥିବା ବେଳେ ଗୋଡ଼ ନଦୀ ଭିତରକୁ ଖସି ଯାଇଥିଲେ। ସୋମହିତ ବୁଡ଼ି ଯାଉଥିବା ଦେଖି ଈଶ୍ୱର ଉଦ୍ଧାର କରିବାକୁ ଯାଇ ନଦୀ ଭିତରେ ବୁଡ଼ି ଯାଇଥିଲେ। ଉଭୟଙ୍କ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ କରାଯାଇଛି। ଖବର ଦେବା ପରେ ପରିବାର ଲୋକେ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି…

ଯୁଦ୍ଧ ହେବ ଆହୁରି ଭୟଙ୍କର! ଶପଥ ନେଲାଣି ଇରାନ, କହିଲା ‘ଶହୀଦଙ୍କ ରକ୍ତ ବେକାର ଯିବନି’

ତେହରାନ୍‌,୧୭।୩: ଇରାନୀ ନୌସେନା କମାଣ୍ଡର ରିଅର ଆଡମିରାଲ ଶାହରାମ ଇରାନୀ ଆମେରିକା ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେ କହିଛନ୍ତି ଯେ ଇରାନୀ…

କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ: ‘ହୁଇପ୍‌’କୁ ନ ମାନି …

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ଏପ୍ରିଲରୁ ବଢ଼ିପାରେ କାର- ଟିଭି ଏବଂ ଏସିର ଦାମ୍! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୩: ଏପ୍ରିଲ୍ ମାସଠାରୁ ଅନେକ ଅତ୍ୟାବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ତାଲିକାରେ କାର, ଦୁଇ ଚକିଆ ଯାନ, ଟେଲିଭିଜନ, ରେଫ୍ରିଜରେଟର…

୫ ପ୍ରତିଶତ ବଢିଲା DA: ମାଲାମାଲ ସରକାରୀ କର୍ମଚାରୀ

ଅଗରତାଲା,୧୭।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ଏବେ ଜୋରଦାର ଚାଲିଛି। ଏହି ମଧ୍ୟରେ…

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri