ଅନୁଗୋଳର ଏହି ଦୁଇ ପଞ୍ଚାୟତ ଶଟ୍‌ଡାଉନ୍‌

ମାଧପୁର,୧୭ା୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତ ଏବଂ ପୁରୁଣାମାନତ୍ରୀ ପଞ୍ଚାୟତକୁ ସୋମବାରଠାରୁ ୩ ଦିନ ପାଇଁ ସ୍ଥାନୀୟ ସରପଞ୍ଚ ଦ୍ୱୟ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।
ସୂଚନା ଅନୁସାରେ ରବିବାର କିଆକଟା ଥାନାର ୫ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ସ୍ଥାନୀୟ ସରପଞ୍ଚ ସୋମନାଥ ମଲ୍ଲିକ ୩ ଦିନ ପାଇଁ ପଞ୍ଚାୟତକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ।
ସେହିପରି ପୁରୁଣାମାନତ୍ରୀ ପଞ୍ଚାୟତରେ ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ବିରେନ୍ଦ୍ର ବଡ଼ମାଳି ମଧ୍ୟ ୩ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହା ସହିତ ରବିବାର ସନ୍ଧ୍ୟାରୁ ମାଧପୁର ପଞ୍ଚାୟତ ୭୨ ଘଣ୍ଟା ଶଟ୍‌ଡାଉନ୍‌ ଘୋଷଣା ହୋଇସାରିଛି । ତେଣୁ ମାଧପୁର ଅଞ୍ଚଳରେ ତିନୋଟି ପଞ୍ଚାୟତ ଶଟ୍‌ଡାଉନ୍‌ ହେବା ଚର୍ଚ୍ଚାର ବିଷୟ ପାଲଟିଛି।