Categories: ବାଣିଜ୍ୟ

ଜିଓର ଦୁଇ ନୂଆ ପ୍ଲାନ୍‌

ନୂଆଦିଲ୍ଲୀ,୨୮।୩: ଚଳିତବର୍ଷର ଆଇପିଏଲ୍‌ ସିଜନ ପାଇଁ ଜିଓ ପକ୍ଷରୁ ଆଇପିଏଲ୍‌ପ୍ରେମୀଙ୍କ ପାଇଁ ଦୁଇଟି ନୂଆ ପ୍ଲାନ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଡିଜ୍‌ନି+ହଟ୍‌ଷ୍ଟାର୍‌ ମୋବାଇଲ୍‌ ସବ୍‌ସ୍କ୍ରିପ୍‌ସନ୍‌ ସହିତ ଦୁଇଟି ନୂଆ ମୋବାଇଲ୍‌ ପ୍ଲାନର ଶୁଭାରମ୍ଭ ମଧ୍ୟ କରାଯାଇଛି। ବିଶେଷକରି ୫୫ଦିନିଆ ବୈଧତା ସହିତ ୫୫୫ ଟଙ୍କିଆ ଜିଓ କ୍ରିକେଟ୍‌ ଡାଟା ଆଡ୍‌-ଅନ୍‌ ପ୍ଲାନ୍‌ ଓ ୨୯୯୯ ଟଙ୍କିଆ ବାର୍ଷିକ ପ୍ଲାନ୍‌ ରହିଛି। ୫୫୫ ଟଙ୍କିଆ ଜିଓ କ୍ରିକେଟ୍‌ ଆଡ୍‌-ଅନ୍‌ ପ୍ୟାକ୍‌ରେ ବ୍ୟବହାରକାରୀମାନେ ଅସୀମିତ ଭଏସ୍‌, ୫୫ଜିବିର ଅସୀମିତ ଡାଟା ସହିତ ଏକ ବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର୍‌ ମୋବାଇଲ୍‌ ସବ୍‌ସ୍କ୍ରିପ୍‌ସନ୍‌ ଆଦି ପାଇପାରିବେ। ସେହିପରି ୨୯୯୯ ଟଙ୍କିଆ ବାର୍ଷିକ ପ୍ଲାନ୍‌, ଯେଉଁଥିରେ ବ୍ୟବହାରକାରୀମାନେ ଦୈନିକ ୨.୫ଜିବି ଡାଟା ସହିତ ଅସୀମିତ ଭଏସ୍‌ ଓ ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ ପାଇପାରିବେ। ୩୬୫ ଦିନର ବୈଧତା ସହିତ ଏଥିରେ ଜିଓ ଆପ୍‌ ଓ ଡିଜ୍‌ନି+ହଟ୍‌ଷ୍ଟାର ମୋବାଇଲ୍‌ ସବ୍‌ସ୍କ୍ରିପ୍‌ସନ୍‌ ୧ ବର୍ଷ ପାଇଁ ମାଗଣାରେ ମିଳିବ। ଡିଜ୍‌ନି+ହଟ୍‌ଷ୍ଟାର୍‌ ସହ ସହଯୋଗିତାରେ ଜିଓ ପକ୍ଷରୁ ବହୁ ସୁଲଭ ପ୍ରିପେଡ୍‌ ପ୍ଲାନର ଶୁଭାରମ୍ଭ କରାଯାଇଛି। ଅପରପକ୍ଷରେ ବଡ଼ ପରଦାରେ ଆଇପିଏଲ୍‌ ମ୍ୟାଚ୍‌ର ସିଧାପ୍ରସାରଣ ଦେଖିବାକୁ ପସନ୍ଦ କରୁଥିବା ଜିଓ ମୋବାଇଲ୍‌ ବ୍ୟବହାରକାରୀମାନଙ୍କ ପାଇଁ ୧୪୯୯ ଟଙ୍କା ଓ ୪,୧୯୯ ଟଙ୍କିଆ ପ୍ଲାନ୍‌ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି।

Share