Posted inଖେଳ

ଆସନ୍ତା ବର୍ଷ ଆଇପିଏଲ୍‌ରେ ଏଣ୍ଟ୍ରି କରିବେ ୨ ନୂଆ ଟିମ୍‌ ! ବିସିସିଆଇ ବୈଠକରେ ନିଆଯାଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୧୨: ଆସନ୍ତା ବର୍ଷ ଆଇପିଏଲରେ ୨ ନୂତନ ଦଳ ଭାଗ ନେଇପାରନ୍ତି। ବିସିସିଆଇ ନିଜର ବାର୍ଷିକ ବୈଠକ(ଏଜିଏମ୍‌)ର ଏଜେଣ୍ଡାରେ ନୂଆ ଦଳକୁ ସାମିଲ କରିବାର ମୁଦ୍ଦା ସ୍ଥାନିତ କରିଛି। ଏଥିନେଇ ୨୪ ଡିସେମ୍ବରରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ। ଏହାଛଡ଼ା ୨୦୨୮ରେ ଲସ ଆଞ୍ଜେଲସରେ ହେବାକୁ ଥିବା ଅଲମ୍ପିକ୍ସରେ କ୍ରିକେଟକୁ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ବିବେଚନା କରାଯାଇପାରେ।

ତେବେ ଚଳିତ ବର୍ଷ ଆଇପିଏଲ୍‌ ଶେଷ ହେବା ପରଠାରୁ ଦୁଇଟି ନୂତନ ଦଳରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛିର୍। ଆଇପିଏଲର ଫାଇନାଲ ସମୟରେ ୨ ନୂତନ ଦଳକୁ ଅନ୍ତର୍ଭୁକ୍ତ କରିବା ପାଇଁ ବୋର୍ଡର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ଅନୌପଚାରିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବ୍ୟତୀତ ବୋର୍ଡ ସଚିବ ଜୟ ଶାହା ଉପସ୍ଥିତ ଥିଲେ। ଏହି ପ୍ରସଙ୍ଗରେ ଆଇପିଏଲର ପରିଚାଳନା ପରିଷଦ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଏନେଇ କୌଣସି ଆନୁଷ୍ଠାନିକ ଆଲୋଚନା ହୋଇନାହିଁ। ଏବେ ଏଜିଏମ୍‌ ବୈଠକରେ ଏନେଇ ବିଚାର କରାଯିବ ବୋଲି କୁହାଯାଉଛି।

୨୦୦୮ ମସିହାରେ ଆରମ୍ଭ ହୋଇଥିଲା ଆଇପିଏଲ । ସେତେବେଳେ ଏଥିରେ ୮ ଟି ଦଳ ସାମିଲ ହୋଇଥିଲେ। ପରବର୍ତ୍ତୀ ସମୟରେ ଦଳ ସଂଖ୍ୟା ବୃଦ୍ଧି କରାଯାଇଥିଲେ ହେଁ ବର୍ତ୍ତମାନ ଏହି ଟୁର୍ନାମେଣ୍ଟରେ ପୂର୍ବଭଳି ୮ ଟି ଦଳ ହିଁ ଅଂଶଗ୍ରହଣ କରୁଛନ୍ତି। ତେବେ ନୂଆ ଦଳରେ ଅହମ୍ମଦାବାଦ, ଲକ୍ଷ୍ନୌ ଏବଂ ପୁଣେ ନାମକୁ ବିଚାର କରାଯାଇପାରେ। ଆଦାନୀ ଗ୍ରୁପ୍‌ ଏବଂ ସଞ୍ଜିବ ଗୋଏଙ୍କାଙ୍କ ଆର୍‌ପିଏସ୍‌ଜି ଗ୍ରୁପ୍‌ ଦଳ କିଣିବା ଦୈାଡ଼ରେ ସବୁଠାରୁ ଆଗରେ ଅଛନ୍ତି। ଏହା ବ୍ୟତୀତ ଦକ୍ଷିଣ ଭାରତର ଜଣେ ବଡ ଅଭିନେତା ମଧ୍ୟ ଆଇପିଏଲ୍‌ରେ ଦଳ କିଣିବାକୁ ଚାହୁଁଛନ୍ତି ବୋଲି ଦାବି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri