Posted inଖେଳ

କିଏ ହେବ ଭାରତୀୟ ଦଳର ପରବର୍ତ୍ତୀ କୋଚ୍; ଜୟ ସାହା ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୧ା୭: ଚଳିତ ମାସ ଶେଷରୁ ଶ୍ରୀଲଙ୍କାରେ ସୀମିତ ଓଭର ସିରିଜରୁ ଭାରତୀୟ କ୍ରିକେଟ୍ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ବିସିସିଆଇ ସଚିବ ଜୟ ଶାହା ସୋମବାର କହିଛନ୍ତି। କିନ୍ତୁ ବିଦାୟୀ ରାହୁଲ ଦ୍ରାବିଡଙ୍କ ବଦଳରେ କିଏ ଏହି ପଦବୀ ହାତେଇବେ ତାହା ପ୍ରକାଶ କରି ନାହାନ୍ତି।

ପୂର୍ବତନ ଓପନର୍ ଗୌତମ ଗମ୍ଭୀର ଭାରତ ମୁଖ୍ୟ ପ୍ରଶିକ୍ଷକ ଭାବରେ ଦ୍ରାବିଡଙ୍କ ଉତ୍ତରାଧିକାରୀ ହେବେ ବୋଲି ଆଶା କରାଯାଉଛି। କ୍ରିକେଟ୍ ପରାମର୍ଶଦାତା କମିଟି ମଧ୍ୟ ଏହି ହାଇପ୍ରୋଫାଇଲ୍ ପଦବୀ ପାଇଁ ଗୌତମ ଗମ୍ଭୀର ଏବଂ ଭାରତର ପୂର୍ବତନ ମହିଳା ପ୍ରଶିକ୍ଷକ ଡବ୍ଲୁ ଭି ରମଣଙ୍କ ପାଇଁ ସାକ୍ଷାତକାର କରିଛି।

ତେବେ ମିଳିଥିବା ଖବର ଅନୁଯାୟୀ “ଉଭୟ କୋଚ୍ ଏବଂ ଚୟନକର୍ତ୍ତା ନିଯୁକ୍ତି ଖୁବ ଶୀଘ୍ର କରାଯିବ। ବିସିସିଆଇ ଦୁଇଟି ନାମ ସର୍ଟଲିଷ୍ଟ କରିଛି ଏବଂ ଖୁବଶୀଘ୍ର ବୋର୍ଡ ଆଲୋଚନା ପରେ ନୂତନ କୋଚଙ୍କ ନାମ ଘୋଷଣା ହେବ। ତେବେ ଭିଭିଏସ୍ ଜିମ୍ବାୱେ ଗସ୍ତ ପାଇଁ ଭି.ଏସ.ଏସ ଲକ୍ଷ୍ମଣ ଯାଉଛନ୍ତି କିନ୍ତୁ ଶ୍ରୀଲଙ୍କା ସିରିଜରୁ ନୂତନ କୋଚ୍ ଯୋଗଦେବେ ବୋଲି ଶାହା କହିଛନ୍ତି। ଭାରତୀୟ ଦଳ ଜୁଲାଇ ୨୭ ରୁ ତିନି ଟି -୨୦ ଏବଂ ଅନେକ ଦିନିକିଆ ପାଇଁ ଶ୍ରୀଲଙ୍କା ଗସ୍ତ କରିବେ।

ଶନିବାର ୧୧ ବର୍ଷ ପରେ ଭାରତ ଆଇସିସି ଟାଇଟଲ ଜିତିବା ପରେ ଶାହା ନିଜର ଆନନ୍ଦ ପ୍ରଦର୍ଶନ କରିଥିଲେ। ଫାଇନାଲରେ ମ୍ୟାଚ୍ ଜିତିଥିବା ନକ୍ ଖେଳିଥିବା ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।

ବିଜୟ ପରେ ଉଭୟ ଷ୍ଟାଲୱାର୍ଟ ଟି-୨୦ରୁ ଅବସର ଘୋଷଣା କରିଥିଲେ ଏବଂ ଗୋଟିଏ ଦିନ ପରେ ଫର୍ମାଟକୁ ବିଦାୟ ଦେବା ପାଇଁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri