Categories: ଫୁରସତ

୨ ମୁହଁ, ୪ ଆଖି ଥିବା ଅଦ୍ଭୁତ ମାଛ: ଦେଖିଲେ ଆଖିକୁ ବିଶ୍ୱାସ କରିହେବନି…

ଦୁନିଆ ଅଜବ ଜିନିଷରେ ପରିପୂର୍ଣ୍ଣ । ଅନେକ ଥର ଏପରି ଜିନିଷ ଦେଖିବାକୁ ମିଳେ ଯାହା ଉପରେ ବିଶ୍ୱାସ କରିବା କଷ୍ଟକର। ଆଜିକାଲି ସୋସିଆଲ ମିଡିଆରେ ସେଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଗୋଟିଏ ମାଛର ଦୁଇଟି ପାଟି ଏବଂ ଚାରି ଆଖି ଥିବା ଦେଖାଯାଉଛି। ଏହି ଦୋମୁହାଁ ମାଛକୁ ଦେଖି ଲୋକେ ଚକିତ ହୋଇଯାଉଛନ୍ତି।

ସାଧାରଣତଃ ମାଛର ଦୁଇଟି ଆଖି ଏବଂ ଗୋଟିଏ ପାଟି ଥାଏ। ହେଲେ ଭିଡିଓରେ ଦେଖାଯାଉଥିବା ମାଛ ଦେଖିବାକୁ ବେଶ ଅଦ୍ଭୁତ। କାରଣ ଏହାର ଦୁଇଟି ପାଟି ସହ ଚାରି ଆଖି ରହିଛି। ଏହାକୁ କିଛି ଲୋକ ଏହାକୁ କ୍ଷତ ବୋଲି କହୁଥିବାବେଳେ କିଛି ମାଛଟି ଚେର୍ନୋବିଲ ଦୁର୍ଘଟଣା ବିକିରଣର ଶିକାର ହୋଇଥିବା କହୁଛନ୍ତି। ହେଲେ ବିଶେଷଜ୍ଞମାନେ ଏଥିରେ ସହମତି ପ୍ରକାଶ କରିନାହାନ୍ତି। ଯଦି ଏହା କ୍ଷତ ହୋଇଥାନ୍ତା ତେବେ ମାଛଟି ବର୍ତ୍ତମାନ ସୁଦ୍ଧା ମରିଯାଇଥାନ୍ତା ବୋଲି ସେମାନେ କହୁଛନ୍ତି।

ଟୁଇଟରରେ ମାଛର ଅଦ୍ଭୁତ ଭିଡିଓଟିକୁ ‘ହୋଲି ମଦର ଅଫ୍‌ କାର୍ପ’ ନାମର ଆକାଉଣ୍ଟରୁ ଶେୟାର କରାଯାଇଛି। ଭିଡିଓକୁ ଏପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି।ସେହିଭଳି ୫ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ଏଥି ସହିତ ଶହ ଶହ ଲୋକ ଏହି ଭିଡିଓ ଉପରେ ପ୍ରତିକ୍ରିୟା ଦେଉଛନ୍ତି।

ଦେଖନ୍ତୁ ଭିଡିଓ:

Share