କୋରାପୁଟ,୧।୨(ଅମିତାଭ ବେହେରା): କୋରାପୁଟ ଜିଲା ଆନ୍ଧ୍ର ସୀମାନ୍ତ ଜଲାପୁଟ ଜଳଭଣ୍ଡାର ତଳ ପାର୍ଶ୍ୱ ନଦୀରେ ଡଙ୍ଗାରେ ଚଢ଼ି ସେଲଫି ନେବା କାଳ ହୋଇଛି। ସେଲଫି ଉଠାଇବା ବେଳେ ଡ଼ଙ୍ଗା ଓଲଟି ଦୁଇଜଣ ନାବାଳକ ନିଖୋଜ ହୋଇଯାଇଛନ୍ତି। ଏହି ଘଟଣା ଘଟିଛି କୋରାପୁଟ ଜିଲା ମାଛକୁଣ୍ଡ ଥାନା ଜଲାପୁଟ ଜଳଭଣ୍ଡାରରେ। ନିଖୋଜ ଦୁଇ ନାବାଳକ ଶିବ ହନ୍ତାଳ ଏବଂ ଅମିତ ହନ୍ତାଳ ବୋଲି ସୂଚନା ମିଳିଛି। ସେମାନେ ଜଳାପୁଟ ଗ୍ରାମର ବୋଲି ଜଣାପଡିଛି । ଅନ୍ୟ ଜଣେ ନାବାଳକ ଗୌତମ ଖେମୁଣ୍ଡୁ ପହଁରି ବାହାରକୁ ଆସିଥିବା ସୂଚନା ମିଳିଛି।
ତିନି ଜଣ ନାବାଳକ ଜଳାପୁଟ ଡ୍ୟାମ୍ ନିକଟକୁ ଗାଧୋଇବାକୁ ଯାଇଥିଲେ। ନଦୀରେ ଗାଧୋଇବା ପରେ ଏକ କାଠ ଡ଼ଙ୍ଗାରେ ଠିଆ ହୋଇ ସେଲଫି ଉଠାଉଥିଲେ। ସେତିକିବେଳେ ଡ଼ଙ୍ଗା ଓଲଟି ପଡିଥିଲା। ନିଖୋଜ ନାବାଳକମାନେ ଜଲାପୁଟ ଉଚ୍ଚ ବିଦ୍ୟାଳୟର ଛାତ୍ର ବୋଲି ଜଣାପଡିଛି । ଖବର ପାଇଁ ଅଞ୍ଚବାସୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଦାନ ମିଳିନାହିଁ।

