ମାଉଜର ସହ ଦୁଇଟି ଜୀବନ୍ତ ଗୁଳି ଜବତ: ଯୁବକ ଗିରଫ

ଭଞ୍ଜନଗର,୧୧। ୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶାଲୁଆପଲ୍ଲୀ ଛକରୁ ଜଣେ ଯୁବକଙ୍କୁ ପୋଲିସ ରବିବାର ବିଳମ୍ବିତ ରାତିରେ ଗିରଫ କରିଛି। ସେହେଲେ ଆଶୋକ କୁମାର ଭୂୟାଁ। ତାଙ୍କ ଠାରୁ ଗୋଟିଏ ମାଉଜର ସହ ଦୁଇଟି ଜୀବନ୍ତ ଗୁଳି ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି । ଘଟଣାରୁ ପ୍ରକାଶ ଯେ ଗତକାଲି ରାତିରେ ଅଶୋକ ଶାଲୁଆପଲ୍ଲୀ ଛକରେ ଠିଆ ହୋଇଥିଲେ। ଏହି ସମୟରେ ଥାନା ଏସ ଆଇ ସମୀର କୁମାର ସେଠୀ, ଥାନା ଅଧିକାରୀ ଜିବନାନନ୍ଦ ଜେନା ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଅଶୋକକୁ ସନ୍ଦେହରେ ଡାକି ପଚରାଉଚରା କରିବା ପରେ ତାଙ୍କଠୁ ମାଉଜର ଜବତ ହୋଇଥିଲା। ସୂଚନା ଯୋଗ୍ୟ , ବିଗତ କିଛି ଦିନ ହେବ ଗଞ୍ଜାମ ପୋଲିସ ପକ୍ଷରୁ ଅପରାଧି ଧରପଗଡ଼ ଚାଲିଛି। ଯାହାକୁ ନେଇ ଅପରାଧି ମାନେ ଆତଙ୍କିତ ହୋଇପଡିଛନ୍ତି। ଏହିଭଳି ଭଞ୍ଜନଗର ପୋଲିସ ମଧ୍ୟ ଅପରାଧି ଦମନରେ ଲାଗି ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବହେଳିତ ସାମାଜିକ ସୁରକ୍ଷା ଅଧିକାରୀ: ପୁନର୍ଗଠନ, ପଦୋନ୍ନତି ମିଳିବାରେ ବିଳମ୍ବ

ଭବାନୀପାଟଣା,୫ା୨(ଉତ୍ତମ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାର ସଫଳ ରୂପାୟନ ନିମନ୍ତେ ଗତ କିଛିବର୍ଷ ହେଲା ସମସ୍ତ ବିଭାଗକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ…

ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଭବାନୀପାଟଣା, ୫ା୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପରମାନନ୍ଦପୁରସ୍ଥିତ ରେଡ୍‌କ୍ରସ ଅନ୍ଧ, ମୂକ, ବଧିର ବିଦ୍ୟାଳୟର ଜଣେ କର୍ମଚାରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଥିଲା। ଏ…

ଯଖପୁରା ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ମୃତାହତ…

ଯାଜପୁର,୫।୨: ଯାଜପୁର ରୋଡ୍ ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଯଖପୁରା ଷ୍ଟେଶନ ନିକଟରେ ଟ୍ରାକରୁ ଖସିଛି ୩ଟି ବଗି । ଆରମ୍ଭରୁ ଦୁଇଟି…

ଜଙ୍ଗଲ କିସମ ଜମି ଧାନ ଫସଲ ଜବତ ଘଟଣା: ନିଲାମ ବିରୋଧରେ ହାଇକୋର୍ଟଙ୍କ ରୋକ

ମହାକାଳପଡ଼ା,୫ା୨ (ପ୍ରତାପ ଚନ୍ଦ୍ର ସ୍ବାଇଁ)::କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ମୌଜା ୨୪ ଏକର ଗ୍ରାମ୍ୟ ଜଙ୍ଗଲ ଜମିରେ ସ୍ଥାନୀୟ ଅଞ୍ଚଳର ୨୦ରୁ ଅଧିକ ଚାଷୀ ଭାଗ…

ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri