ଦୁଇ ରଥ ପାଇଁ ଦୁଇ ଗୁଣ୍ଡିଚା ମନ୍ଦିର

ରାୟଗଡ଼ା ଜିଲା ଗୁଣପୁରର ରଥଯାତ୍ରା ସ୍ବତନ୍ତ୍ର। ଏଠାରେ ଦୁଇ ରଥରେ ଛଅ ଠାକୁର ପୂଜା ପାଇଥାନ୍ତି। ଏହି ଯାତ୍ରା ତଲାରି ଯାତ୍ରା ରୂପେ ମଧ୍ୟ ପରିଚିତ। ମହିଳା ରଥ ଟାଣିବା ପରମ୍ପରା ଗୁଣପୁର ଯାତ୍ରାର ଅନ୍ୟତମ ସ୍ବତନ୍ତ୍ରତା। ଏପରିକି ଗୁଣପୁର ରଥଯାତ୍ରା ଦହିବରା-ରାଗଚଣା ପାଇଁ ମଧ୍ୟ ଖୁବ ନିଆରା। ଆଦିବାସୀ ସଂସ୍କୃତିର ଛାପ ସହ ପାରମ୍ପରିକ ରୀତିନୀତି ଏଠାକାର ଯାତ୍ରାର ବିଶେଷ ଆକର୍ଷଣ। ଏଠାରେ ଦୁଇ ରଥ ଲାଗି ଦୁଇଟି ଗୁଣ୍ଡିଚା ମନ୍ଦିର ରହିଛି। ଗୁଣପୁରରେ ସମ୍ଭବତ ୧୫୦ ବର୍ଷ ପୂର୍ବେ ଏଠାରେ ରଥଯାତ୍ରା ଆରମ୍ଭ ହୋଇଥିବା ଜନଶ୍ରୁତିରୁ ଜଣାଯାଏ। ଏଠାକାର ଯାତ୍ରାର ବିଶେଷ ମହତ୍ତ୍ୱ ରହିଛି। ଦୁଇଟି ମନ୍ଦିର ଯଥା ସାନ ମନ୍ଦିର(ବାଲାଜି) ଏବଂ ବଡ଼ ମନ୍ଦିର(ଜଗନ୍ନାଥ) ରହିଛି। ଏଠାରେ ଯାତ୍ରା ପାଇଁ ଦୁଇଟି ରଥ ତିଆରି ହୁଏ। ହେଲେ ଦୁଇଟି ରଥରେ ବିରାଜମାନ ହୁଅନ୍ତି ୬ ଠାକୁର। ବର୍ଷ ବର୍ଷ ଧରି ଏଠାରେ ଦୁଇ ରଥକୁ ପୁରୁଷମାନେ ଟାଣୁଥିଲେ। ହେଲେ ୨୦୦୬ରୁ ଏହି ନିୟମରେ ପରିବର୍ତ୍ତନ ହୋଇ ସାନ ରଥକୁ କେବଳ ମହିଳାମାନେ ଟାଣୁଛନ୍ତି। ରାଜରାଜୁଡ଼ା ଅମଳରୁ ଜୟପୁର ମହାରାଜା ବିକ୍ରମ ଦେବଙ୍କ ପରିଚାଳନାରେ ଜନୈକ ଗୁମସ୍ତାଙ୍କ ତତ୍ତ୍ବାବଧାନରେ ଦୁଇଟି ରଥ ନିର୍ମାଣ ସହ ଯାତ୍ରା ପରିଚାଳିତ ହେଉଥିଲା। ରାଜରାଜୁଡ଼ାଙ୍କ ପରେ ଏହାର ପରିଚାଳନା ଦାୟିତ୍ୱ ଦେବୋତ୍ତର ବିଭାଗ ହାତକୁ ଗଲା। ପୂର୍ବରୁ ବଡ଼ ରଥର ଉଚ୍ଚତା ୬୦ଫୁଟ ରହିଥିଲା। ସାନ ରଥର ଉଚ୍ଚତା ଏହା ତୁଳନାରେ ସାମାନ୍ୟ କମ୍‌ ରହିଥିଲା। ପରେ କାଳକ୍ରମେ ବଡ଼ ରଥର ଉଚ୍ଚତା ୩୫ ଫୁଟ ରହିଥିଲା। ୨୦୧୬ରେ ସ୍ଥାୟୀ ରଥ ନିର୍ମାଣ ହେବାପରେ ବଡ଼ ରଥର ଉଚ୍ଚତା ୪୦ ଫୁଟ ରହିଥିବାବେଳେ ସାନ ରଥର ଉଚ୍ଚତା ଏହାଠାରୁ ସାମାନ୍ୟ କମ୍‌ ରହିଛି। ଦୁଇ ରଥ ଲାଗି ଦୁଇ ଗୁଣ୍ଡିଚା ମନ୍ଦିର ରହିଛି। ଏହି ଯାତ୍ରାରେ ଆଦିବାସୀଙ୍କ ସମେତ ବିଭିନ୍ନ ଧର୍ମାବଲମ୍ବୀଙ୍କ ମିଳନ ଦେଖିବାକୁ ମିଳିଥାଏ ବୋଲି ମନ୍ଦିର ପରିଚାଳନା କମିଟିର ସଭ୍ୟ ସୂର୍ଯ୍ୟ ନାରାୟଣ ପଣ୍ଡା କୁହନ୍ତି।
-ପ୍ରଦୀପ କୁମାର ପାଢ଼ୀ, ଗୁଣପୁର


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri