ଦୁଇ ରଥ ପାଇଁ ଦୁଇ ଗୁଣ୍ଡିଚା ମନ୍ଦିର

ରାୟଗଡ଼ା ଜିଲା ଗୁଣପୁରର ରଥଯାତ୍ରା ସ୍ବତନ୍ତ୍ର। ଏଠାରେ ଦୁଇ ରଥରେ ଛଅ ଠାକୁର ପୂଜା ପାଇଥାନ୍ତି। ଏହି ଯାତ୍ରା ତଲାରି ଯାତ୍ରା ରୂପେ ମଧ୍ୟ ପରିଚିତ। ମହିଳା ରଥ ଟାଣିବା ପରମ୍ପରା ଗୁଣପୁର ଯାତ୍ରାର ଅନ୍ୟତମ ସ୍ବତନ୍ତ୍ରତା। ଏପରିକି ଗୁଣପୁର ରଥଯାତ୍ରା ଦହିବରା-ରାଗଚଣା ପାଇଁ ମଧ୍ୟ ଖୁବ ନିଆରା। ଆଦିବାସୀ ସଂସ୍କୃତିର ଛାପ ସହ ପାରମ୍ପରିକ ରୀତିନୀତି ଏଠାକାର ଯାତ୍ରାର ବିଶେଷ ଆକର୍ଷଣ। ଏଠାରେ ଦୁଇ ରଥ ଲାଗି ଦୁଇଟି ଗୁଣ୍ଡିଚା ମନ୍ଦିର ରହିଛି। ଗୁଣପୁରରେ ସମ୍ଭବତ ୧୫୦ ବର୍ଷ ପୂର୍ବେ ଏଠାରେ ରଥଯାତ୍ରା ଆରମ୍ଭ ହୋଇଥିବା ଜନଶ୍ରୁତିରୁ ଜଣାଯାଏ। ଏଠାକାର ଯାତ୍ରାର ବିଶେଷ ମହତ୍ତ୍ୱ ରହିଛି। ଦୁଇଟି ମନ୍ଦିର ଯଥା ସାନ ମନ୍ଦିର(ବାଲାଜି) ଏବଂ ବଡ଼ ମନ୍ଦିର(ଜଗନ୍ନାଥ) ରହିଛି। ଏଠାରେ ଯାତ୍ରା ପାଇଁ ଦୁଇଟି ରଥ ତିଆରି ହୁଏ। ହେଲେ ଦୁଇଟି ରଥରେ ବିରାଜମାନ ହୁଅନ୍ତି ୬ ଠାକୁର। ବର୍ଷ ବର୍ଷ ଧରି ଏଠାରେ ଦୁଇ ରଥକୁ ପୁରୁଷମାନେ ଟାଣୁଥିଲେ। ହେଲେ ୨୦୦୬ରୁ ଏହି ନିୟମରେ ପରିବର୍ତ୍ତନ ହୋଇ ସାନ ରଥକୁ କେବଳ ମହିଳାମାନେ ଟାଣୁଛନ୍ତି। ରାଜରାଜୁଡ଼ା ଅମଳରୁ ଜୟପୁର ମହାରାଜା ବିକ୍ରମ ଦେବଙ୍କ ପରିଚାଳନାରେ ଜନୈକ ଗୁମସ୍ତାଙ୍କ ତତ୍ତ୍ବାବଧାନରେ ଦୁଇଟି ରଥ ନିର୍ମାଣ ସହ ଯାତ୍ରା ପରିଚାଳିତ ହେଉଥିଲା। ରାଜରାଜୁଡ଼ାଙ୍କ ପରେ ଏହାର ପରିଚାଳନା ଦାୟିତ୍ୱ ଦେବୋତ୍ତର ବିଭାଗ ହାତକୁ ଗଲା। ପୂର୍ବରୁ ବଡ଼ ରଥର ଉଚ୍ଚତା ୬୦ଫୁଟ ରହିଥିଲା। ସାନ ରଥର ଉଚ୍ଚତା ଏହା ତୁଳନାରେ ସାମାନ୍ୟ କମ୍‌ ରହିଥିଲା। ପରେ କାଳକ୍ରମେ ବଡ଼ ରଥର ଉଚ୍ଚତା ୩୫ ଫୁଟ ରହିଥିଲା। ୨୦୧୬ରେ ସ୍ଥାୟୀ ରଥ ନିର୍ମାଣ ହେବାପରେ ବଡ଼ ରଥର ଉଚ୍ଚତା ୪୦ ଫୁଟ ରହିଥିବାବେଳେ ସାନ ରଥର ଉଚ୍ଚତା ଏହାଠାରୁ ସାମାନ୍ୟ କମ୍‌ ରହିଛି। ଦୁଇ ରଥ ଲାଗି ଦୁଇ ଗୁଣ୍ଡିଚା ମନ୍ଦିର ରହିଛି। ଏହି ଯାତ୍ରାରେ ଆଦିବାସୀଙ୍କ ସମେତ ବିଭିନ୍ନ ଧର୍ମାବଲମ୍ବୀଙ୍କ ମିଳନ ଦେଖିବାକୁ ମିଳିଥାଏ ବୋଲି ମନ୍ଦିର ପରିଚାଳନା କମିଟିର ସଭ୍ୟ ସୂର୍ଯ୍ୟ ନାରାୟଣ ପଣ୍ଡା କୁହନ୍ତି।
-ପ୍ରଦୀପ କୁମାର ପାଢ଼ୀ, ଗୁଣପୁର


Enter your email to get our daily news in your inbox.

All Right Reserved By Dharitri.Com

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri