ଫ୍ଲାଏଆଶ୍‌ରେ ପଡ଼ିଆ ପୋତିବାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ଥୁଆପାଲି ଅଞ୍ଚଳର ଏକ ପଡ଼ିଆରେ ବିଭିନ୍ନ କାରଖାନାରୁ ନିଷ୍କାସିତ ଫ୍ଲାଏ ଆସ୍‌ ପକାଇବାକୁ ନେଇ ୨ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଫ୍ଲାଏଆସ୍‌ ପକାଇବାକୁ ବିରୋଧ କରି ଗତ କିଛିଦିନ ତଳେ ସ୍ଥାନୀୟ କିଛି ଲୋକ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଥିଲେ। ଅନ୍ୟପଟେ ଗ୍ରାମର ଅନ୍ୟ ଏକ ଗୋଷ୍ଠୀ ସେହି ଅଭିଯୋଗକୁ ଖଣ୍ଡନ କରି ଶୁକ୍ରବାର ଜିଲାପାଳଙ୍କୁ ଫେରାଦ ହୋଇ ଆଉ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଧନୁଯାତ୍ରା ପଡ଼ିଆ, ଖେଳ ପଡ଼ିଆ ପାଇଁ ସମ୍ପୃକ୍ତ ଜାଗାରେ ମାଟି, ଫ୍ଲାଏଆସ୍‌ ପକାଯାଉଛି। ଫଳରେ ସେଥିପାଇଁ ଅନୁମତି ଦେବାକୁ ଗ୍ରାମବାସୀ ଜିଲାପାଳ ଗୋୟଲଙ୍କୁ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ଥୁଆପାଲି ଅଞ୍ଚଳର କିଛି ପଡ଼ିଆ ଜମିରେ କାରଖାନାରୁ ନିର୍ଗତ ଫ୍ଲାଏଆସ୍‌ ପକାଇବାକୁ ନେଇ ଅସନ୍ତୋଷ ଦେଖାଯାଇଥିଲା। ଫ୍ଲାଏଆସ୍‌ ଯୋଗୁ ଅଞ୍ଚଳ ପ୍ରଦୂଷିତ ହେଉଥିବା ଏବଂ ଦୁର୍ଘଟଣା ଆଶଙ୍କା ଥିବା ଅଭିଯୋଗ କରି ଅଞ୍ଚଳର କିଛି ଲୋକ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତେବେ ଗ୍ରାମର ଅନ୍ୟ ଏକ ଗୋଷ୍ଠୀ ସେହି ଅଭିଯୋଗକୁ ବିରୋଧ କରିଛନ୍ତି। ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ପଡ଼ିଆକୁ ସୁବ୍ୟବସ୍ଥିତ କରି ଏକ ଖେଳ ପଡ଼ିଆ ଏବଂ ଧନୁଯାତ୍ରା ପଡ଼ିଆ କରିବା ପାଇଁ ସେଠାରେ ଫ୍ଲାଏଆସ୍‌ ପକାଇ ବ୍ୟବହାର ଉପଯୋଗୀ କରିବାର ପ୍ରୟାସ ଜାରି ରହିଥିବା ଗ୍ରାମବାସୀ କହିଛନ୍ତି। ଏଭଳି ସ୍ଥିତିରେ କିଛି ଖଳ ପ୍ରକୃତିର ଲୋକ ମନ୍ଦ ଉଦ୍ଦେଶ୍ୟ ରଖି ତାକୁ ବିଫଳ କରିବା ପାଇଁ ଅପଚେଷ୍ଟା ଚଲାଇଥିବା ଅଭିଯୋଗ ହୋଇଛି। ଫଳରେ ଏ ଦିଗରେ ବିହିତ ପଦକ୍ଷେପ ନେବା ସହିତ ପଡ଼ିଆର ଉନ୍ନତୀକରଣରେ ସହଯୋଗ କରିବା ପାଇଁ ଗ୍ରାମବାସୀ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ସ୍ମାରକପତ୍ର ପ୍ରଦାନ ବେଳେ ଜିତେନ୍ଦ୍ର ପୋଢ଼, ସୁରେନ୍ଦ୍ର ପୋଢ଼, ଶୈଳେନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ସାଂଗଠନିକ କାର୍ଯ୍ୟର ପ୍ରସାର ଜରୁରୀ’

ବଞ୍ଚୋ,୧୯ା୩(ପ୍ରଦୋଷ କୁମାର ବିଶ୍ୱାଳ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆନନ୍ଦପୁର ଷ୍ଟାଡିୟମରେ ନେତାଜୀ ପ୍ରଭାତ ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉତ୍ସବ ଆଡମ୍ବରପୂର୍ଣ୍ଣ ଭାବେ ପାଳନ…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri