ଗୋଟିଏ ସମୟରେ ଜିଲାରେ ଦୁଇ ଦୁଇଟି ମହୋତ୍ସବ: ଦାରିଙ୍ଗବାଡିରେ ବଢିଲା ଅସନ୍ତୋଷ

ଦାରିଙ୍ଗବାଡି, ୪।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଠାରେ ଆସନ୍ତା ଜାନୁଆରୀ ୮ ଠାରୁ ୧୨ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ କରାଯିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଛି । ଏନେଇ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ଗତ ନଭେମ୍ବର ୨୬ରେ ଶୀତ ମହୋତ୍ସବ କମିଟିର ପ୍ରସ୍ତୁତି ବୈଠକରେ ଯୋଗ ଦେଇ ଘୋଷଣା କରିଥିଲେ । ମହୋତ୍ସବକୁ ରାଜ୍ୟସ୍ତରୀୟ କରିବାକୁ ସେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ନିବେଦନ କରିବାକୁ ବୈଠକରେ ପ୍ରତିଶ୍ରୁତି ଦେବା ସହ ଲୋକଙ୍କ ଦାବି ପ୍ରକାରେ ୩ ରୁ ୫ ଦିନ ପାଇଁ ଏହି ମହୋତ୍ସବକୁ ପାଳନ କରିବାକୁ ଚେଷ୍ଟା କରାଯିବ ବୋଲି କହିଥିଲେ । ରାଜ୍ୟରୁ ଏହି ମହୋତ୍ସବ ପାଇଁ ଅନୁଦାନ ଅଣାଯିବା କଥା ମଧ୍ୟ ଏମପି କହିଥିଲେ। ହେଲେ ବର୍ତ୍ତମାନ ଜିଲାରେ ସେହି ସମୟରେ ଜିଲା ପ୍ରଶାସନ ପକ୍ଷରୁ ଜାନୁୟାରୀ ୭ ଠାରୁ ୧୧ ପର୍ଯ୍ୟନ୍ତ କନ୍ଧମାଳ ମହୋତ୍ସବ ଏବଂ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଫଳରେ ଜିଲାରେ ଗୋଟିଏ ସମୟରେ ୨ଟି ସ୍ଥାନରେ ମହୋତ୍ସବ ପାଳନ ହେବାକୁ ରହିଥିବାରୁ ଏବେ ଦାରିଙ୍ଗବାଡିରେ ଗତ ଏକ ଦଶନ୍ଧି ଧରି ପାଳିତ ହେଉଥିବା ଶୀତ ମହୋତ୍ସବ ଆଉ ରାଜ୍ୟସ୍ତରୀୟ ହେବା ଗୋଟିଏ ପ୍ରକାର ଅନିଶ୍ଚିତତା ଦେଖାଯାଇଥିବା ଏବେ ଅଞ୍ଚଳରେ ଆଲୋଚନା ହେଉଛି। ଜିଲାର ଏକାଧିକ ସ୍ଥାନରେ ମହୋତ୍ସବ ହେବା ଆବଶ୍ୟକ କିନ୍ତୁ ଦାରିଙ୍ଗବାଡିକୁ ରାଜ୍ୟସ୍ତରୀୟ ମହୋତ୍ସବ ପାଇଁ ଗତ ଅଭିଯୋଗ ଶୁଣାଣିରେ ଅଞ୍ଚଳବାସୀ ଜିଲାପାଳ ବେଦ ଭୂଷଣଙ୍କ ନିକଟରେ ଦାବି ଜଣାଇଥିଲେ ଓ ଜିଲାପାଳ ମଧ୍ୟ ସରକାରଙ୍କୁ ଏହି ସମ୍ପର୍କରେ ଜଣାଇବେ ବୋଲି କହିଥିଲେ। ଗୋଟିଏ ପଟେ ଦାରିଙ୍ଗବାଡିକୁ ରାଜ୍ୟସ୍ତରୀୟ ମହୋତ୍ସବ ଘୋଷଣା କରାଯିବା ପାଇଁ ଅଞ୍ଚଳବାସୀ ଗତ ୨୦୧୬ରୁ ଦାବି କରିଆସୁଥିବା ବେଳେ ଚଳିତ ବର୍ଷ ଏହି ଦାବିକୁ ଅଞ୍ଚଳବାସୀ ଦୋହରାଇବା ସହ କନ୍ଧମାଳ ଜିଲାପାଳ ଏବଂ ଏମପିଙ୍କୁ ନିବେଦନ କରିସାରିଛନ୍ତି । କିନ୍ତୁ ଦାରିଙ୍ଗବାଡି ମହୋତ୍ସବକୁ ରାଜ୍ୟସ୍ତରୀୟ କରିବା ତ ଦୂରର କଥା ସେହି ସମୟରେ ଜିଲା ପ୍ରଶାସନ ଫୁଲବାଣୀଠାରେ କନ୍ଧମାଳ ମହୋତ୍ସବ ପାଇଁ ପ୍ରସ୍ତୁତି ଚଲାଇବା ଯୋଗୁ ଏବେ ଦାରିଙ୍ଗବାଡି ମହୋତ୍ସବ ରାଜ୍ୟସ୍ତରୀୟ ନ ହେବା ନେଇ ଆଶଙ୍କା ଦେଖାଯାଇଛି ବୋଲି ଅଞ୍ଚଳବାସୀ କହିଛନ୍ତି। ପର୍ଯ୍ୟଟକମାନେ ଦାରିଙ୍ଗବାଡିର ଏହି ମହୋତ୍ସବକୁ ଅଧିକା ଗୁରୁତ୍ୱ ଦେଉଥିବା ବେଳେ ଜିଲାର ବିଭିନ୍ନ କୋଣ ଅନୁକୋଣରୁ ଏହି ମହୋତ୍ସବ ଦେଖିବାକୁ ଆସିଥାନ୍ତି। ସେହିପରି ଜିଲାର ସମସ୍ତ ଅଧିକାରୀ, ବ୍ଲକର ଅଧିକାରୀ ଓ ଜିଲା ଓ ବ୍ଲକ ଅଞ୍ଚଳରେ ଥିବା ଲୋକ ପ୍ରତିନିଧିମାନେ ଦାରିଙ୍ଗବାଡି ମହୋତ୍ସବକୁ ଆସୁଥିବା ବେଳେ ଗୋଟିଏ ସମୟରେ ଦାରିଙ୍ଗବାଡି ଓ କନ୍ଧମାଳ ମହୋତ୍ସବ ପାଳନ ହେଲେ ଅନେକ ଦର୍ଶକ ୨ଟି ଯାକ ମହୋତ୍ସବରେ ଯୋଗଦାନ କରିବା ସମ୍ଭବ ନାହିଁ ବୋଲି କୁହାଯାଇଛି । ଜିଲା ପ୍ରଶାସନ ପୂର୍ବରୁ ଦାରିଙ୍ଗବାଡିରେ ଶୀତ ମହୋତ୍ସବ ପରେ ହିଁ କନ୍ଧମାଳ ମହୋତ୍ସବ କରିଆସୁଥିବା ନଜିର ରହିଥିବା ବେଳେ ଚଳିତ ଥର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଚଳିତ ଥର ଏହି ମହୋତ୍ସବକୁ ଶୀଘ୍ର କରାଯାଉଥିବା ଜଣାପଡିଛି । ୨୦୧୫ରୁ ପ୍ରଥମେ ଦାରିଙ୍ଗବାଡିରେ ରାଜ୍ୟସ୍ତରୀୟ ଶୀତ ମହୋତ୍ସବ ପାଳନ ଆରମ୍ଭ ଦିନରୁ ଏହି ମହୋତ୍ସବ ଗୋଟିଏ ଦିନରେ ହୋଇନଥିବା ବେଳେ ଚଳିତ ବର୍ଷ କେଉଁ ପରିସ୍ଥିତିରେ ଗୋଟିଏ ଦିନରେ ୨ ଟି ସ୍ଥାନରେ ଜିଲାରେ ମହୋତ୍ସବ ପାଳନ ହେବ ସେନେଇ ଆଲୋଚନା ଜୋର ଧରିଛି । ଏନେଇ ଦାରିଙ୍ଗବାଡି ବିଡିଓ ତଥା ଶୀତ ମହୋତ୍ସବପାଳନ କମିଟିର ସମ୍ପାଦକ ପ୍ରୀତିରଞ୍ଜନ ରଥ କହିଛନ୍ତି ସେ ଏନେଇ ଜିଲା ପ୍ରଶାସନ ସହ ଆଲୋଚନା କରିବି ବୋଲି କହିଛନ୍ତି । ଏନେଇ ଫୁଲବାଣୀ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ତଥା ଜିଲା ସଂସ୍କୃତି ଓ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧିକାରୀ ଗଦାଧର ପାତ୍ର କହିଛନ୍ତି, କନ୍ଧମାଳ ମହୋତ୍ସବ ଜାନୁଆରୀ ୭ ରୁ ୧୧ ହେବାକୁ ରହିଛି । ତେବେ ପୁଣିଥରେ ଦାରିଙ୍ଗବାଡିରେ ଶୀତ ମହୋତ୍ସବ ସେହି ସମୟରେ ହେବାକୁ ରହିଛି ସେ ସମ୍ପର୍କରେ ସେ ମଧ୍ୟ ଜିଲା ପ୍ରଶାସନ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶର୍ଜିଲ ଇମାମ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୯ା୩: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଏକ ଅଦାଲତ ସୋମବାର ଆକ୍ଟିଭିଷ୍ଟ ଶର୍ଜିଲ ଇମାମ୍‌ଙ୍କୁ ୧୦ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଭାଇ ବାହାଘରରେ ଯୋଗଦେବା…

ଚିତା ସଂଖ୍ୟା ବୃଦ୍ଧି: କୁନୋ ଜାତୀୟ ଉଦ୍ୟାନରେ ଜ୍ୱାଲାର ୫ ଛୁଆ ଜନ୍ମ

ନୂଆଦିଲ୍ଲୀ,୯ା୩: ନାମିବ୍ୟାରୁ ଅଣାଯାଇଥିବା ଚିତା ଜ୍ୱାଳା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସୋମବାର ୫ ଶାବକ ଜନ୍ମ କରିବାରୁ ଭାରତରେ ଚିତାସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଭାରତର…

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

ଖେଳୁଥିବା ବେଳେ ୧୮ ମାସର ଶିଶୁକନ୍ୟାଙ୍କୁ କାମୁଡ଼ିଲା ସାପ, ଦେଖୁଦେଖୁ…

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତ ଦେଉଳପେଡ଼ି ଗ୍ରାମର ଭରତ ବେହେରାଙ୍କ ୧୮ ମାସର ଶିଶୁକନ୍ୟା ରିୟାଂଶି ବେହେରା ସାପ କାମୁଡ଼ାରେ…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୦ ପ୍ରାର୍ଥୀ

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri