Posted inଜାତୀୟ

ଚାଷୀ ଆନ୍ଦୋଳନରୁ ଅଲଗା ହେଲେ ଦୁଇ ପ୍ରମୁଖ ସଂଗଠନ

ନୂଆଦିଲ୍ଲୀ,୨୭ା୧- ଦେଶର ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ଯୋଗୁ ଚାଷୀ ଆନ୍ଦୋଳନରୁ ଅଲଗା ହୋଇଛନ୍ତି ଦୁଇ ପ୍ରମୁଖ ସଂଗଠନ। ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ ଓ ଭାରତୀୟ କିଷାନ ୟୁନିୟନ (ବିକେୟୁ) ବୁଧବାର ଚାଷୀ ଆନ୍ଦୋଳନରୁ ଓହରି ଯାଇଥିବା ଘୋଷଣା କରିଛନ୍ତି।

ହିଂସାର ନିନ୍ଦା କରି ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନର ନେତା ଭିଏମ୍‌ ସିଂ କହିଛନ୍ତି, ଆନ୍ଦୋଳନ ଜାରି ରହିବ। କିନ୍ତୁ ଏଭଳି ନୁହେଁ। ଭିନ୍ନ ଉଦ୍ଦେଶ୍ୟ ଥିବା ସଂଗଠନ ସହ ମୁଁ ଆଗକୁ ଯାଇ ପାରିବି ନାହିଁ। ମୁଁ ସେମାନଙ୍କୁ ଶୁଭକାମନା ଦେଉଛି। ହେଲେ ରାଷ୍ଟ୍ରିୟ କିଷାନ ମଜଦୁର ସଂଗଠନ ଆନ୍ଦୋଳନରୁ ଅଲଗା ହୋଇଯାଇଛି। ଏମ୍‌ଏସ୍‌ପିର ଆଇନଗତ ପ୍ରତିଶ୍ରୁତି ନ ମିଳିଲା ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ। ଲୋକଙ୍କୁ ଶହିଦ କିମ୍ବା ମାଡ଼ ମାରିବା ଲାଗି ଆମେ ଏଠାକୁ ଆସି ନାହୁଁ।

ସେହିଭଳି ବିକେୟୁ ସଭାପତି ଠାକୁର ଭାନୁ ପ୍ରତାପ ସିଂ କହିଛନ୍ତି, ଜାତୀୟ ରାଜଧାନୀରେ ଯାହା ଘଟିଗଲା, ସେଥି ଯୋଗୁ ମୁଁ ମର୍ମାହତ। ଆମର ୫୮ ଦିନର ଆନ୍ଦୋଳନ ଶେଷ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡ ପାଇଁ ଗଛକଟା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ…

ବାରିପଦା, ୨୧।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଥିବା ଗଛକଟାକୁ ତୀବ୍ର ବିରୋଧ କରାଯାଇଛି। ପରିବେଶବିତ୍‌...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

ପିକନିକ ବସ ଓଲଟି ୩୫ ଛାତ୍ର ଆହତ

ଜମ୍ମୁ,୨୧।୧୨: ଶନିବାର (ଡିସେମ୍ବର ୨୦) ରାତିରେ ଜମ୍ମୁର ବିଷ୍ନାହ ନିକଟବର୍ତ୍ତୀ ରିଙ୍ଗ ରୋଡରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ ସାରି ଫେରୁଥିବା ଏକ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri