ମାଲିକ ପାଇଁ ଜୀବନ ଦେଲେ ଦୁଇ କୁକୁର

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ବିଶ୍ୱାସ ଓ ପ୍ରଭୁଭକ୍ତିର ନିଦର୍ଶନ ପାଲଟିଲେ ଦୁଇ କୁକୁର। ମାଲିକ ଓ ତାଙ୍କ ପରିବାର ସଦସ୍ୟଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ। ଘଟଣାର ୧୨ ଦିନ ପରେ ଘଟଣାର ପର୍ଦ୍ଦାଫାଶ କରିଛି ସିସିଟିଭି। ଦୁଇ କୁକୁର ସାପ ସହ ଦୀର୍ଘ ସମୟ ଧରି ସଂଘର୍ଷ କରି ତଡ଼ି ଦେବାପରେ ନିଜେ ଚିର ନିଦ୍ରାରେ ଶୋଇଯାଇଛନ୍ତି। କାନନବିହାର ଫେଜ୍‌-୨ରେ ଘଟିଛି ଏହି ସ୍ପର୍ଶକାତର ଘଟଣା। ଗତ ୧୬ ତାରିଖ ସକାଳେ ଡାକ୍ତର ଆର୍ଯ୍ୟକାନ୍ତ ମାଝିଙ୍କ ଦୁଇଟି ଲାବ୍ରାଡର କୁକୁର ମରିପଡ଼ିଥିବା ଦେଖିବାକୁ ମିଳିଥିଲା। ଏଥିମଧ୍ୟରୁ ମାଈ କୁକୁର ‘ସ୍ବିଟି’ ଘର ଭିତରେ ଓ ଅଣ୍ଡିରା ‘ବ୍ଲାକି’ ବାହାରେ ମରିପଡିଲା। ସେମାନେ ରହୁଥିବା ଘରର କବାଟ ଖୋଲା ରହିଥିବାବେଳେ କବାଟରେ ବନ୍ଧା ହୋଇଥିବା ଲୁହା ଶିକୁଳି ଛିଣ୍ଡିଯାଇଥିଲା। ଏହା କେଉଁ ଦୁର୍ବୃତ୍ତଙ୍କ କାର୍ଯ୍ୟ ହୋଇଥିବା ସନ୍ଦେହ କରି ଡାକ୍ତର ପରିବାର ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରିଥିଲେ ମଧ୍ୟ କିଛି ବି ସୁରାକ ମିଳି ନ ଥିଲା। ଶେଷରେ ଆର୍ଯ୍ୟକାନ୍ତ ମନ ଦୁଃଖରେ ୨ମଲା କୁକୁରକୁ ତାଙ୍କ ବଗିଚା ଭିତରେ ପୋତିଦେଇଥିଲେ। ତେବେ କେଉଁ ପରିସ୍ଥିତିରେ କୁକୁରଙ୍କର ମୃତ୍ୟୁ ଘଟିଲା ତାହା ମାଲିକଙ୍କ ମନକୁ ଆନ୍ଦୋଳିତ କରୁଥିଲା। ଏବେ ସିସିଟିଭ୍‌ ଯାଞ୍ଚ କରିବାରୁ ଜଣାପଡ଼ିଛି ଯେ, ବଗିଚା ଭିତରକୁ ଏକ ବଡ଼ ସାପ ପଶୁଥିବାବେଳେ ଘର ଭିତରେ ଥିବା ଦୁଇ ସ୍ବିଟି ଓ ବ୍ଲାକି ଜାଣିପାରିଥିଲେ। ଉକ୍ତ ଘରର କବାଟ ଲୁହା ଶିକୁଳିରେ ବନ୍ଧା ହୋଇଥିବାରୁ ବାହାରକୁ ଆସି ସାପକୁ ଅଟକାଇବା ସମ୍ଭବ ହୋଇ ନ ଥିଲା। ସାପଟି ମାଲିକଙ୍କ ଘର ଭିତରକୁ ପଶିବା ପୂର୍ବରୁ ଦୁଇ ବିଶ୍ୱସ୍ତ କୁକୁର ପ୍ରାୟ ୧୦ ମିନିଟ୍‌ ଧରି କବାଟକୁ ଜୋର୍‌ରେ ଧକ୍କାଦେବାରୁ ଶେଷରେ ଲୁହା ଶିକୁଳିଟି ଛିଣ୍ଡିଯାଇଥିଲା। ଏହାପରେ ସାପଟିକୁ ଦୁହେଁ ଖୋଜାଖୋଜି କରିବା ସହ ଅନ୍ଧାର ଭିତରେ ମୁହାଁମୁହିଁ ହୋଇଥିଲେ। ଏହି ଘଟଣା ସିସିଟିଭିରେ ସ୍ପଷ୍ଟ ଦୃଶ୍ୟମାନ ହେଉ ନ ଥିଲେ ମଧ୍ୟ ପ୍ରଥମେ ସ୍ବିଟି ଘର ଭିତରକୁ ଚାଲି ଆସି ସେଇଠି ହିଁ ଆଖି ବୁଜିଛି। ପରେ ଲଢ଼େଇ ସ୍ଥଳରେ ହିଁ ବ୍ଲାକି ଟଳି ପଡ଼ିଥିବା ଅନୁମାନ କରାଯାଉଛି। ତେବେ ସିସିଟିଭିରୁ ଏସବୁ ଦେଖିବା ପରେ ଡା. ମାଝିଙ୍କ ସାନ ଭାଇ ସ୍ନେକ୍‌ ହେଲ୍ପଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଘଟଣାର ଅନୁସନ୍ଧାନ ପାଇଁ ଅନୁରୋଧ କରିଥିଲେ। ଶୁକ୍ରବାର ଶୁଭେନ୍ଦୁ ଅଭିଜ୍ଞ ସାପ ଉଦ୍ଧାରକାରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର(୬୭)ଙ୍କ ସହ ସେଠାରେ ପହଞ୍ଚତ୍ ଯାଞ୍ଚ କରିଥିଲେ। ସାପଟି ପ୍ରାୟ ୫ରୁ ୬ଫୁଟ ଲମ୍ବର ନାଗ ସାପ ବୋଲି ଶୁଭେନ୍ଦୁ ଚିହ୍ନଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri