ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ ସବୁଠୁ ମହତ୍ତ୍ୱପୂର୍ଣ୍ଣ ଦେଶ, ଯାହା ଏକ ସଭ୍ୟତାକୁ ଗ୍ରହଣ କରିଥିଲା। ଭାରତର ସର୍ୱପ୍ରଥମେ ଓ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସଭ୍ୟତା ଥିଲା, ଯାହା ଏଯାବତ୍ ଏକ ଭଲ ବ୍ୟବସ୍ଥା ଗଢ଼ିବାକୁ ସଂଗ୍ରାମ କରୁଛି। ଏକ ଦୀର୍ଘ ଅସ୍ତିତ୍ୱଗତ ସଂଘର୍ଷରୁ ସୃଷ୍ଟି ହୋଇଛି ଚାଇନା। ପାଖାପାଖି ପାଞ୍ଚ ଶତାବ୍ଦୀ ଧରି ଖ୍ରୀଷ୍ଟପୂର୍ୱ ୪୭୫ରୁ ୨୨୧ ମଧ୍ୟରେ ଅନେକ ସାମ୍ରାଜ୍ୟ ଲଢ଼େଇ କରି ପୁନର୍ଗଠନ ଓ ସଂସ୍କାର ଆଣିଥିଲେ । ସେମାନଙ୍କ ପତନ ଘଟିଥିଲା ଏବଂ ପରେ ଆଉ ଏକ ସାମ୍ରାଜ୍ୟ ଗଢ଼ି ଉଠିଥିଲା। ସେହି ଅସ୍ତିତ୍ୱଗତ ଲଢ଼େଇ ମଧ୍ୟରୁ ନ୍ୟାୟ ଓ ଯୋଗ୍ୟତା ଆଧାରିତ କିନ୍ ( କିନ୍ ସାମ୍ରାଜ୍ୟ)ସିଦ୍ଧାନ୍ତ ସାମ୍ନାକୁ ଆସିଥିଲା। ଏହି ସମୟରେ ରାଜ୍ୟକୁ ଭାଗ ଭାଗ କରି ପ୍ରଶାସନିକ ବ୍ୟବସ୍ଥା ଲାଗୁ କରାଯାଇଥିଲା। ଗଭର୍ନରମାନେ ବି ଯୋଗ୍ୟତାଭିତ୍ତିରେ ନିଯୁକ୍ତ ହୋଇଥିଲେ। ସେନା ଗଠନ କରାଯାଇ ତାହାର ବିକାଶ କରାଯାଇଥିଲା। ସରକାରୀ ଆଦେଶ ବଳରେ ଗଣନା, ଲେଖା, ମୁଦ୍ରା, ରାସ୍ତା, କେନାଲ, ଶସ୍ୟଭଣ୍ଡାର ଇତ୍ୟାଦିର ଏକୀକରଣ କରାଯାଇଥିଲା।
କିନ୍ ସାମ୍ରାଜ୍ୟ ଦୀର୍ଘଦିନ ତିଷ୍ଠି ରହି ନ ଥିଲେ ମଧ୍ୟ ତାହାର ବ୍ୟବସ୍ଥାଗତ ଗଠନ ରହିଥିଲା। କିନ୍ ସାମ୍ରାଜ୍ୟର ପତ୍ତନ ପରେ ହାନ୍ ସାମ୍ରାଜ୍ୟ ଗଢ଼ି ଉଠିଥିଲା। ତା’ପର ସାମ୍ରାଜ୍ୟଗୁଡ଼ିକ ନ୍ୟାୟିକ ଯୋଗ୍ୟତା ଏବଂ କନ୍ଫୁସିୟସ୍ ବିଚାରଧାରା ମଧ୍ୟରେ ଦୋଦୁଲ୍ୟମାନ ସ୍ଥିତିରେ ରହିଥିଲେ। କନ୍ଫୁସିୟସ୍ ସିଦ୍ଧାନ୍ତ ପରିବାରକୁ ଅଧିକ ଗୁରୁତ୍ୱ ଦେବା ସହ ନୈତିକ ଆଧାରରେ ପରିବାରକୁ ନେଇ ରାଜ୍ୟକୁ ଆଗକୁ ବଢ଼ାଉଥିଲା। ଅନ୍ୟ ପଟେ ବୈଧତା ସୂଚିତ କରୁଥିଲା ଯେ, ଦେଶର ଯଥା ଆଇନ, ଅମଲାତନ୍ତ୍ର, ପରୀକ୍ଷା ଏବଂ ଯୋଗ୍ୟତାଭିତ୍ତିରେ ପଦୋନ୍ନତିକୁ ନେଇ ନିଜସ୍ୱ ସିଦ୍ଧାନ୍ତ ରହିଥିଲା। ତା’ପରେ ସାମ୍ରାଜ୍ଞୀ ବୁ ଙ୍କ ଶାସନ ପରିବାରଗୁଡ଼ିକଠାରୁ ଦୂରେଇ ଯାଇଥିଲା। ଏହା ସହ ରାଜବଂଶର ଷଡ଼ଯନ୍ତ୍ର ଓ ବହୁ ସ୍ତ୍ରୀ ଗ୍ରହଣ କରିବାର ଅତ୍ୟଧିକ ଆଗ୍ରହ ଯୋଗୁ ଦରବାରୀ ରାଜନୀତି କ୍ରମେ କ୍ଷୀଣ ହୋଇଯାଇଥିଲା। ପରେ ମିଙ୍ଗ୍ ରାଜଶାସନରେ କ୍ଷମତାଶାଳୀ ପ୍ରଭାବହୀନ ରାଜସେବକ ଏବଂ ସେମାନଙ୍କ ଗୁପ୍ତ ନୀତି ଯୋଗୁ ଏହା ଏକ ଭୟର ବ୍ୟବସ୍ଥା ପାଲଟିଯାଇଥିଲା। ତେବେ ଏହିସବୁ ପରବର୍ତ୍ତନ ମଧ୍ୟରେ ଚାଇନା ଏକ ହୋଇ ରହିବାର ଧାରଣା ସ୍ଥିର ରହିଥିଲା। ଏକକ ଶାସନ ବ୍ୟବସ୍ଥାରେ ଅନେକ ଯୁଦ୍ଧ, ଓ୍ୱାଲ, କେନାଲ, ଡ୍ୟାମ୍ ଏବଂ ସ୍ପିଡ୍ ଟ୍ରେନ୍ ପାଇଁ ଅନେକ କୋଟି ଚାଇନିଜଙ୍କୁ ଏକାଠି କରିବାର କ୍ଷମତା ରଖିଥିଲା।
ଏହା ଏକ ବିଚିତ୍ର ଶକ୍ତି ହେଲେ ବି ବିଚିତ୍ର ଦୁର୍ୱଳତା ସୃଷ୍ଟି କରିଥିଲା। ଚାଇନା ସରକାର ପାହାଡ଼କୁ ହଟାଇ ପାରେ, ନଦୀର ଗତିପଥ ବଦଳାଇଦେଇ ପାରେ ଏବଂ ସବୁ ସହରର ସ୍ଥାନାନ୍ତରଣ କରିଦେଇ ପାରେ। କ୍ଷମତା ଶୀର୍ଷରେ ରହେ ଏବଂ ତଳଆଡ଼କୁ ଯାଏ। ଯଦି ଉତ୍ତରଦାୟିତ୍ୱ କିଛି ରହିଛି, ତାହା ଶାସନ ବ୍ୟବସ୍ଥାରେ ଶୀଷରେ ରହିଛି। ତେବେ ସମ୍ରାଟ, ପାର୍ଟି, ଅମଲାତନ୍ତ୍ର ନିଜକୁ ଠିକ୍ ରଖି ଶାସନ କରିବେ ବୋଲି ନାଗରିକଙ୍କର ପ୍ରାୟତଃ ବିଶ୍ୱାସ ରହିଥାଏ।
ଭାରତ ବିପରୀତ ପଥକୁ ଅନୁସରଣ କରେ। ଏଠାରେ ଶାସନ ବ୍ୟବସ୍ଥା ଗଠନ ହେବା ପୂର୍ୱରୁ ସମାଜ କଠୋର ଥିଲା। କେହି ଭାରତର ଏକ ଆଧୁନିକ ସୀମା ଆଙ୍କିବାର ବହୁ ପୂର୍ୱରୁ ବର୍ଣ୍ଣ ଏବଂ ଜାତି ଲୋକଙ୍କୁ ବିଭାଜିତ କରି ଦେଇଥିଲା। ଶିକ୍ଷା ଓ ଆଇନରେ ବ୍ରାହ୍ମଣଙ୍କ ଏକଚାଟିଆ ଅଧିକାର ଥିଲା। ସେମାନଙ୍କର ଜମି କିମ୍ୱା ସେନାରେ ଭୂମିକା ରହୁ ନ ଥିଲା। ରାଜା ଏବଂ ସେନାପତିମାନେ ଅସ୍ତ୍ର ଚଳାଉଥିଲେ ବି ନ୍ୟାୟିକ କ୍ଷେତ୍ରରେ ପୂଜାରୀଙ୍କ ଉପରେ ନିର୍ଭର କରୁଥିଲେ। ଆର୍ଥିକ କ୍ଷେତ୍ରକୁ ବଣିକ ଏବଂ ନୀଚଜାତିର ଲୋକେ ନିୟନ୍ତ୍ରଣ କରୁଥିଲେ ମଧ୍ୟ ରୀତିନୀତି ସୀମାକୁ ସହଜରେ ଉଲ୍ଲଂଘନ କରିପାରୁ ନ ଥିଲେ। ଗାଁ ସମୁଦାୟଗୁଡ଼ିକ ରାଜକୀୟ ଆଇନ ତୁଳନାରେ ପରମ୍ପରା ଓ ଜାତିକୁ ଅଧିକ ଗୁରୁତ୍ୱ ଦେଉଥିଲେ। ବିଦେଶୀ ଆକ୍ରମଣକାରୀମାନେ ଏହାକୁ ସ୍ପଷ୍ଟ ଭାବେ ଦେଖିଥିଲେ। ତୁର୍କୀ ସୁଲତାନ ଓ ମୋଗଲ ସମ୍ରାଟମାନେ ଅଶ୍ୱାରୋହୀ ସେନା ଓ ତୋପ ନେଇ ଭାରତରେ ପ୍ରବେଶ କରିଥିଲେ। ହେଲେ ଏଠାରେ ଶାସନ କରିବା ପାଇଁ ସେମାନଙ୍କୁ ସ୍ଥାନୀୟ ଶାସକଙ୍କ ସହ ମୂଲଚାଲ କରିବାକୁ ପଡ଼ିଥିଲା। ସେମାନଙ୍କୁ ଏଠାକାର ଜାତି ନିୟମଗୁଡ଼ିକ ସହ ଖାପଖୁଆଇବାକୁ, ଧର୍ମୀୟ ବିଦ୍ୱାନ୍ଙ୍କୁ ସମ୍ମାନ ଦେବାକୁ ପଡ଼ୁଥିଲା। ଦିଲ୍ଲୀର ଶାସନ ଗାଁରେ ପହଞ୍ଚତ୍ପାରୁ ନ ଥିଲା ବୋଲି ସେମାନେ ଅବଗତ ଥିଲେ। ମୋଗଲ ଶାସନ ଦ୍ୱାରା ସ୍ଥାନୀୟ ସାମାଜିକ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ଅତ୍ୟନ୍ତ କଷ୍ଟକର ଥିଲା।
ବ୍ରିଟିଶ ଶାସକ କିଛି ନୂଆ କରିଥିଲେ। ସେମାନେ ଏକ ମ୍ୟାପ୍ ଆଙ୍କି ତାହାକୁ ଇଣ୍ଡିଆ କହିଲେ ଏବଂ ଏକ ଉପନିବେଶ ଭାବେ ଶାସନ କଲେ । ହେଲେ ଦେଶକୁ ସେମାନେ ଦୁର୍ୱଳ କରିରଖିଲେ। ସେମାନେ ରାଜା, ଜମିଦାର ଏବଂ ବିଭିନ୍ନ ଗୋଷ୍ଠୀଙ୍କ ଦ୍ୱାରା ଶାସନ କରିଥିଲେ। ଏହାସହ ସେମାନେ ଧର୍ମୀୟ ବ୍ୟକ୍ତିଗତ ଆଇନଗୁଡ଼ିକୁ ହଟାଇବା ପରିବର୍ତ୍ତେ ସେଗୁଡ଼ିକ ଆଇନଗତ ଭାବେ ବ୍ୟବସ୍ଥିତ କରିଥିଲେ। ସେମାନେ ମଧ୍ୟ କୋର୍ଟ ଏବଂ ଅମଲାତନ୍ତ୍ର ବ୍ୟବସ୍ଥା ଗଠନ କରିଥିଲେ, ଯାହା ଭଲ ଥିଲେ ବି ସେବାରେ ଖରାପ ରହିଥିଲା। ସେମାନେ କାଗଜରେ ଏବଂ ରେଲ୍ଓ୍ୱେ ମାଧ୍ୟମରେ ଭାରତକୁ ଏକାଠି କରିଥିଲେ, କିନ୍ତୁ ବ୍ୟବସ୍ଥାଗତ ସଂସ୍ଥା ମାଧ୍ୟମରେ ନୁହେଁ।
ସ୍ୱାଧୀନ ଭାରତ ମଧ୍ୟ ସେହି ଦୁର୍ୱଳ ଓ ଜୀର୍ଣ୍ଣ ସ୍ଥିତିକୁ ଗ୍ରହଣ କରିନେଲା। ଏବେ ନ୍ୟାୟାଳୟଗୁଡ଼ିକ ମନ୍ଥର ହୋଇଯାଇଛି। ଅମଲାତନ୍ତ୍ର ବହୁ ସମୟରେ ନିଷ୍ପ୍ରଭ ଏବଂ ଦୁର୍ନୀତିଗ୍ରସ୍ତ। ଦେଶର ଶାସନ ବ୍ୟବସ୍ଥା ମୌଳିକ ସେବା, ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ଯୋଗାଇଦେବାକୁ ସଂଗ୍ରାମ କରୁଛି, କିନ୍ତୁ ସମାଜରେ ଝଗଡ଼ା ଓ ଅଶାନ୍ତିକର ସ୍ଥିତି ଲାଗିରହିଛି। ଆଞ୍ଚଳିକ ଦଳଗୁଡ଼ିକର ଉତ୍ଥାନ ଓ ପତନ ହେଉଛି। ନିର୍ୱାଚନ ମାଧ୍ୟମରେ ସରକାର ବଦଳୁଛନ୍ତି। ପ୍ରତିବାଦ ଏଠାରେ ନିତିଦିନିଆ ହୋଇଯାଇଛି। ପରିବାର, ଜାତି, ଧର୍ମୀୟ ସଂସ୍ଥା, ସଙ୍ଗଠନ ଆନ୍ଦୋଳନଗୁଡ଼ିକ ସରକାରଙ୍କ ସହ ସବୁବେଳେ ବୁଝାମଣା କରୁଛନ୍ତି। ବାଧ୍ୟ ହୋଇ ପ୍ରତିବାଦକୁ ବନ୍ଦ କରୁଛନ୍ତି କିମ୍ୱା ତାହା ଭିନ୍ନ ମୋଡ଼ ଦେଉଛନ୍ତି।
ଏଣୁ ଶେଷରେ ଦୁଇ ଦେଶର ଦୁଇଟି ବିପରୀତ ଛବି ଉପସ୍ଥାପନ କରାଯାଉଛି। ଚାଇନା: ଦୃଢ଼ ଶାସନ ବ୍ୟବସ୍ଥା, ଦୁର୍ୱଳ ସମାଜ। ଭାରତ: ଦୃଢ଼ ସମାଜ, ଦୁର୍ୱଳ ଶାସନ ବ୍ୟବସ୍ଥା। ଚାଇନା ପାଇଁ ପ୍ରଶ୍ନ ହେଉଛି, ଦେଶକୁ ବିଭାଜନରୁ କିଭଳି ରୋକିବା। ଭାରତ ପାଇଁ ପ୍ରଶ୍ନ ହେଉଛି, ସମାଜକୁ କ୍ଷତି ହେବାକୁ ନ ଦେଇ କିଭଳି ଦେଶକୁ ଶକ୍ତ କରିବା। ଚାଇନା ପାଇଁ ଯାହା ବିପଦ ତାହା ହେଉଛି ଏକକ କୈନ୍ଦ୍ରିକ କ୍ଷମତା, ଯାହା ତାହାର ଇତିହାସରୁ ଆସିଛି । ଏହା ଉତ୍ତରଦାୟୀ ନୁହେଁ ଏବଂ ଏକ ଗୋଷ୍ଠୀ ଦ୍ୱାରା କବ୍ଜା କରାଯାଇଛି। ବିଦ୍ରୋହ ନ ହେବା ପର୍ଯ୍ୟନ୍ତ ଏହା ଭୟ ସୃଷ୍ଟି କରେ। ଯେ ପର୍ଯ୍ୟନ୍ତ ପାର୍ଟି, ଅମଲାତନ୍ତ୍ରୀ ସ୍ୱଚ୍ଛ ଓ ମୁକ୍ତ ରହେ ସେଯାଏ ନ୍ୟାୟଭିତ୍ତିକ ଯୋଗ୍ୟତା କାମ କରେ। ଥରେ ଭୟ ଓ ରାଜନୈତିକ ସମର୍ଥନ ପାଇଁ ସେବା ଯୋଗାଇ ଦେବା କିମ୍ୱା ସମ୍ପର୍କବାଦ ବୃଦ୍ଧି ପାଇଲେ, ବ୍ୟବସ୍ଥା ବୈଧତା ପଥରୁ ବିଚ୍ୟୁତ ହୋଇଯାଏ।
ଭାରତ ପାଇଁ ଭିନ୍ନ ବିପଦ ରହିଛି। ପରିଚୟ, ସହାୟତା ଏବଂ ସ୍ଥାନୀୟ ଯୋଜନାକୁ ଅସ୍ୱୀକାର କରିବାରେ ଶାସନ ବ୍ୟବସ୍ଥା ଏତେ ଆସକ୍ତ ଯେ ଆଧୁନିକ ସମାଜ ପାଇଁ ଆବଶ୍ୟକ ରାସ୍ତା, ସ୍କୁଲ, କୋର୍ଟ ଏବଂ ହସ୍ପିଟାଲ ସବୁ ଖୋଲାଯାଇ ପାରିନାହିଁ। ଦକ୍ଷ ବ୍ୟବସ୍ଥା ଯୋଗୁ ନୁହେଁ ବରଂ ଏହା ବିନା ଏଭଳି ଏକ ବ୍ୟବସ୍ଥାରେ ନାଗରିକ ବଞ୍ଚତ୍ୟାଉଛି। ପରିବାର ଓ ସମୁଦାୟଗୁଡ଼ିକ ସରକାରୀ ସାମଗ୍ରୀ କିମ୍ୱା ସେବାର ବିକଳ୍ପ ହୋଇଯାଇଛନ୍ତି। ଅସମାନତା ଗମ୍ଭୀର ହୋଇଛି।
-devduttofficial@gmail.com

