ଦୁଇଟି ନିଷ୍ପତ୍ତି

କେନ୍ଦ୍ର ନେଇଥିବା ଦୁଇଟି ନିଷ୍ପତ୍ତିକୁ ନେଇ ପଞ୍ଜାବ ଏବଂ ହରିୟାଣାର ଅଂଶୀଦାର ରାଜଧାନୀ ଚଣ୍ଡିଗଡ଼ ପୁଣି ଥରେ ଦୃଷ୍ଟି ଆକର୍ଷଣ କରିଛି । ଏଭଳି ନିଷ୍ପତ୍ତି ରାଜନୈତିକ ଦ୍ୱନ୍ଦ୍ୱ ବା ଉତ୍ତେଜନା ସୃଷ୍ଟିକରିଛି। ବିଶେଷକରି ପ୍ରଶାସନିକ ପରିବର୍ତ୍ତନ ତଥା ଅମଲାତାନ୍ତ୍ରିକ ଅଦଳବଦଳ ନିଷ୍ପତ୍ତି ପଞ୍ଜାବକୁ କ୍ରେଧିତ କରିଛି। ପ୍ରଥମେ କାର୍ମିକ ମନ୍ତ୍ରଣାଳୟ ଚଣ୍ଡିଗଡ଼ ପ୍ରଶାସକଙ୍କ ପରାମର୍ଶଦାତା ପଦବୀକୁ ରଦ୍ଦକରି ତା’ସ୍ଥାନରେ କେନ୍ଦ୍ରଶାସିତ ଅଞ୍ଚଳ( ୟୁଟି)ର ମୁଖ୍ୟ ଶାସନ ସଚିବ ପଦବୀ ସୃଷ୍ଟି ବିଷୟରେ ଘୋଷଣା କରିଥିଲା। ଏଥିପାଇଁ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି), କଂଗ୍ରେସ, ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ଏବଂ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀମାନେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହା କେବଳ ଏକ ଟାଇଟଲ ଅଦଳବଦଳ ବିଷୟ ନୁହେଁ; ୟୁଟି ଉପରେ ପଞ୍ଜାବର ସମ୍ମାନ ଏବଂ ଅଧିକାର ଦୃଷ୍ଟିକୋଣରୁ ଏକ ଝଟକା ବୋଲି ସେମାନେ କହିଛନ୍ତି। ଏହି ସମୟରେ କେନ୍ଦ୍ରର ଅନ୍ୟ ଏକ ନିଷ୍ପତ୍ତି ଚଣ୍ଡିଗଡ଼ ପୋଲିସ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ପୂର୍ବରୁ ଥିବା ଏଲ୍‌ଜିପି ନେତୃତ୍ୱାଧୀନ ପଦାନୁକ୍ରମ ପରମ୍ପରାକୁ ବଦଳାଇ ବର୍ତ୍ତମାନ କେନ୍ଦ୍ର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜିପି) ଏବଂ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ପାଇଁ ପଦବୀ ମଞ୍ଜୁର କରିଛି। ଏହି ପୁନଃ ବ୍ୟବସ୍ଥା ବର୍ତ୍ତମାନର ପୋଲିସର ମୁଖ୍ୟ ଏଡିଜିପି ସୁରେନ୍ଦର ସିଂ ଯାଦବଙ୍କ ନେତୃତ୍ୱକୁ ପରିବର୍ତ୍ତନ କରିବ ନାହିଁ । ଏଭଳି ପୁନଃ ବ୍ୟବସ୍ଥା ଚଣ୍ଡିଗଡ଼ର ପୋଲିସ ବ୍ୟବସ୍ଥାକୁ ଅନ୍ୟ ୟୁଟି ସହ ସମାନ କରିବା ଦିଗରେ ଏକ ଆନୁଷ୍ଠାନିକ ପରିବର୍ତ୍ତନର ସଙ୍କେତ ଦିଏ। ଦୀର୍ଘଦିନ ଧରି ଚଣ୍ଡିଗଡ଼କୁ ନିଜର ଅଧିକାର ଅଞ୍ଚଳ ଭାବେ ଦେଖିଆସୁଥିବା ପଞ୍ଜାବ ପାଇଁ ଏହିସବୁ ପଦକ୍ଷେପଏକ ଅପମାନ ସଦୃଶ ମନେହୁଏ। ପ୍ରଶାସନକୁ ଶୃଙ୍ଖଳିତ କରିବା ପାଇଁ ଏହା ବୋଧହୁଏ କେନ୍ଦ୍ରର ଏକ ପ୍ରୟାସ।
ପ୍ରଶାସନିକ ଅଦଳବଦଳ
କେନ୍ଦ୍ର ଏହାର ମୁଖ୍ୟ ପ୍ରଶାସନିକ ପଦବୀଗୁଡ଼ିକରେ ଅଦଳବଦଳ କରିଛି। ଏଥିରେ ୧୯୯୨ ବ୍ୟାଚ୍‌ ବିହାର କ୍ୟାଡର ଆଇଏଏସ୍‌ ଅଧିକାରୀ ଅରୁନିଶ ଚାୱଲାଙ୍କୁ ରାଜସ୍ବ ସଚିବ ପଦରୁ ବଦଳିକରି ତାଙ୍କ ସ୍ଥାନରେ ଓଡ଼ିଶା କ୍ୟାଡର ୧୯୮୭ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ତୁହିନକାନ୍ତ ପାଣ୍ଡେଙ୍କୁ ଅବସ୍ଥାପିତ କରାଯାଇଛି। ଏବେ ଚାୱଲାଙ୍କୁ ଡିପାର୍ଟମେଣ୍ଟ ଅଫ୍‌ ପବ୍ଲିକ୍‌ ଆସେଟ୍‌ ମ୍ୟାନେଜମେଣ୍ଟ(ଡିଆଇପିଏଏମ୍‌) ସଚିବ ଭାବରେ ଦାୟିତ୍ୱ ଦିଆଯାଇଥିବାବେଳେ ପାଣ୍ଡେ ରାଜସ୍ବ ସଚିବ ପଦବୀରେ ପାଦ ଦେଇଛନ୍ତି। ଏହି ପଦକ୍ଷେପ କେନ୍ଦ୍ର ବଜେଟ ସେଶନ ମଧ୍ୟରେ ନିଆଯାଇଥିବାରୁ ଏହାକୁ ନେଇ ଅନେକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି ଅଦଳବଦଳରେ ପାଣ୍ଡେଙ୍କୁ ପବ୍ଲିକ୍‌ ଏଣ୍ଟରପ୍ରାଇଜେସ୍‌ ବିଭାଗ (ଡିପିଇ)ର ଅତିରିକ୍ତ ଦାୟିତ୍ୱରୁ ମୁକ୍ତି ମିଳିଛି। ସେ ଜୁଲାଇ ୩୧ରେ ଅବସର ଗ୍ରହଣ କରିବାକୁ ଥିବାରୁ ଏହା ପୂର୍ବରୁ ଅନ୍ତତଃ କିଛି ମାସ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ଉପରେ ଧ୍ୟାନ ଦେବେ। ଏହି ସମୟରେ ଚାୱଲା ଡିଆଇପିଏଏମ୍‌ରେ ସଂସ୍କୃତି ମନ୍ତ୍ରଣାଳୟ ଓ ଡିପିଇ ଦ୍ୱୈତ ଭାର ବହନ କରିଛନ୍ତି। ଚାଓ୍ବାଲଙ୍କ ସର୍ଭିସ୍‌ କାର୍ଯ୍ୟକାଳ ୨୦୨୮ ପର୍ଯ୍ୟନ୍ତ ଥିବାରୁ ତାଙ୍କ ପାଖରେ ଏହି ଦାୟିତ୍ୱ ତୁଲାଇବା ପାଇଁ ଏକ ଲମ୍ବା ସମୟ ରହିଛି। ଏହି ଅଦଳବଦଳର ସମୟ ଏବଂ ସ୍ଥିତିକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ରାଜସ୍ବ ବିଭାଗର, ବିଶେଷକରି କେନ୍ଦ୍ର ବଜେଟ ପୂର୍ବରୁ, ରାଜସ୍ବ ସଚିବ ପଦବୀର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । କେତେକେ ଯୁକ୍ତି କରନ୍ତି , ଚାୱଲାଙ୍କ ଅତିରିକ୍ତ କାର୍ଯ୍ୟଭାର ବିଶେଷକରି ଗଣତନ୍ତ୍ର ଦିବସ ଏବଂ ମହାକୁମ୍ଭ ଭଳି ପ୍ରମୁଖ ଘଟଣାକୁ ନେଇ ନିଆଯାଇଥାଇପାରେ। ଏହି ଅଦଳବଦଳରେ ସରକାର ଅଭିଜ୍ଞତାକୁ ପ୍ରାଥମିକତା ଦେଇଥିବା ଅନେକେ ବିଶ୍ୱାସ କରନ୍ତି । ହେଲେ ଆକସ୍ମିକ ଭାବେ ନିଆଯାଇଥିବା ପଦକ୍ଷେପ ଅନେକ ଅଧିକାରୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।
ଡିଜିଟାଲ ଯୋଦ୍ଧା
ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଏବଂ ଛାତ୍ରମାନଙ୍କୁ ‘ଡିଜିଟାଲ ଯୋଦ୍ଧା’ ଭାବରେ ତାଲିକାଭୁକ୍ତ କରିବାକୁ ଉତ୍ତରପ୍ରଦେଶ ପୋଲିସ ଗ୍ରହଣ କରିଥିବା ପଦକ୍ଷେପକୁ ନେଇ ଉତ୍ସୁକତା ପ୍ରକାଶ ପାଇଛି। ଏହା ଭୁଲ୍‌ ଖବର ରୋକିବା , ବ୍ୟାପୁଥିବା ସାଇବର ଅପରାଧ ଉପରେ ସଚେତନତା ସୃଷ୍ଟିକରିବା ସହ ପୋଲିସର ସଫଳତାକୁ ସାମ୍ନାକୁ ଆଣିବ। ଏହି ଯୋଜନା ପୂର୍ବରୁ ଥିବା ଏକ ‘ଡିଜିଟାଲ ସ୍ବେଚ୍ଛାସେବୀ’ କାର୍ଯ୍ୟକ୍ରମକୁ ଭିତ୍ତିକରି ଗଠନ ହୋଇଥିବାବେଳେ ଏହାର ନୂତନ ବିସ୍ତାରିତ କ୍ଷେତ୍ର ପ୍ରକୃତ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛି। ପୂର୍ବରୁ ଶିକ୍ଷକ, ଓକିଲ ଏବଂ ଅବସରପ୍ରାପ୍ତ ସୈନ୍ୟଙ୍କ ଭଳି ସ୍ବେଚ୍ଛାସେବୀଙ୍କ ଉପରେ ପୋଲିସ ନିର୍ଭର କରୁଥିଲା। ସେମାନେ ହ୍ବାଟ୍ସଆପ୍‌ ମାଧ୍ୟମରେ ଅପରାଧ ସମ୍ପର୍କରେ ରିପୋର୍ଟ କରିବା ଏବଂ ଗୁଜବ ଦୂରକରିବାରେ ପୋଲିସକୁ ଯୋଗାଯୋଗ କରୁଥିଲେ। ବର୍ତ୍ତମାନ, ମହାକୁମ୍ଭ ଚାଲିଥିବାବେଳେ, ପୋଲିସ ଇନ୍‌ଷ୍ଟାଗ୍ରାମ ଏବଂ ଏକ୍ସ (ପୂର୍ବରୁ ଟୁଇଟର) ଭଳି ପ୍ଲାଟ୍‌ଫର୍ମରେ କାର୍ଯ୍ୟ କରିବା ପାଇଁ ବୈଷୟିକ ଜ୍ଞାନକୌଶଳ ଶିକ୍ଷାପ୍ରାପ୍ତ ଛାତ୍ର ଏବଂ ଇନ୍‌ଫ୍ଲୁଏନ୍ସରଙ୍କୁ ଅଧିକ ଚାହଁୁଛି। ଏହି ଯୋଜନାରେ କର୍ମଶାଳା, ସାଇବର ସଚେତନତା ପ୍ରଶିକ୍ଷଣ ଏବଂ ସ୍କୁଲରେ ଡିଜିଟାଲ ସାକ୍ଷରତା ବୃଦ୍ଧି ପାଇଁ ସାଇବର କ୍ଲବ୍‌ ଗଠନକୁ ସାମିଲ କରାଯାଇଛି। ବାହାରକୁ ସୁସଙ୍ଗଠିତ ଦେଖାଯାଉଥିବା ଏହି ଯୋଜନା ଅନ୍‌ଲାଇନ ଭୁଲ୍‌ ତଥ୍ୟର ମୁକାବିଲା ପାଇଁ ଯୁବକମାନଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି ।
ସୂଚନା ବିଶ୍ଳେଷଣ ଏବଂ ଯାଞ୍ଚ କରିବାକୁ ଛାତ୍ରମାନଙ୍କୁ ପ୍ରଶିକ୍ଷଣ ଦେବା ପ୍ରଶଂସନୀୟ। ଡିଜିଟାଲ ଯୁଗରେ ଯଦି ଜନସାଧାରଣଙ୍କ ସଶକ୍ତୀକରଣ ଏବଂ ସ୍ବଚ୍ଛତା ଉପରେ ଧ୍ୟାନ ଦିଆଯାଏ, ‘ଡିଜିଟାଲ ଯୋଦ୍ଧା’ ଯୋଜନା ଏକ ପରିବର୍ତ୍ତନଶୀଳ ପଦକ୍ଷେପ ହୋଇପାରେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri