ବିବାହ ଦୁଇଦିନ ପୂର୍ବରୁ ଯୁବତୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୨୫ା୬: ଜଣେ ଉଚ୍ଚଶିକ୍ଷିତା ଯୁବତୀ ବିବାହ ଦୁଇ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସାଲୋନୀ ମହାପାତ୍ର (୨୬)। ଛତିଶଗଡ଼ ଜାମୁନିପଲି ଥାନା ଅନ୍ତର୍ଗତ ସୁକାମର ଗ୍ରାମର ମୂଳନିବାସୀ ସାଲୋନୀଙ୍କ ବ୍ରହ୍ମପୁରରେ ବିବାହ କରାଯିବାକୁ ସ୍ଥିର ହୋଇଥିଲା। ତେଣୁ ସେ ଓ ତାଙ୍କ ମା’ ହରପ୍ରିୟା ବ୍ୟାଙ୍କ କଲୋନୀ ଫାଷ୍ଟ ଲାଇନରେ ରହୁଥିଲେ। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ନଂ. ୮/୨୨ ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଯୁବତୀଙ୍କ ମୋବାଇଲ ଫୋନ୍‌ ଓ ଲାପଟପ୍‌ ପୋଲିସ ଜବତ କରି ଆତ୍ମହତ୍ୟାର କାରଣ ଖୋଜୁଛି। ସାଲୋନୀଙ୍କ ଭିସେରା ସଂରକ୍ଷିତ ରଖାଯାଇଛି। ଅତ୍ୟଧିକ ମାନସିକ ଚାପରୁ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି।
ପ୍ରକାଶ ଯେ, ସାଲୋନୀଙ୍କ ବାପା ସୁକୁମାର ମହାପାତ୍ର ଦିଲ୍ଲୀରେ ଜଣେ ଶିକ୍ଷକ। ସାଲୋନୀ ଆମେରିକା ଏସେଞ୍ଚୁଆର ନାମକ ଏକ ସଂସ୍ଥାରେ ଆଇଟି ଇଞ୍ଜିନିୟର ଭାବେ ୱାର୍କଫ୍ରମ ହୋମ କାମ କରୁଥିଲେ। ଇତିମଧ୍ୟରେ ତାଙ୍କର ବ୍ରହ୍ମପୁରରେ ବିବାହ ନିମନ୍ତେ ସ୍ଥିର ହୋଇଥିବାରୁ ମା’ଙ୍କ ସହ କିଛିଦିନ ପୂର୍ବରୁ ବ୍ରହ୍ମପୁର ଆସି ଘରଭଡ଼ା ନେଇ ରହୁଥିଲେ। ସେମାନଙ୍କ କେତେଜଣ ସମ୍ପର୍କୀୟ ପୂର୍ବରୁ ବ୍ରହ୍ମପୁରରେ ଅଛନ୍ତି। ଦୁଇଦିନ ପରେ ବିବାହ ଥିବାରୁ ସମ୍ପର୍କୀୟଙ୍କ ସଲୋନୀଙ୍କ ମା’ କିଣାକିଣି କରିବାକୁ ବଜାରକୁ ଯାଇଥିଲେ। ଘରେ ସାଲୋନୀ ଏକାକୀ ଥିଲେ। ବଜାରରୁ ମା’ ଘରକୁ ଫେରିବାରେ ଘର ଭିତର ପଟୁ ବନ୍ଦ ଥିବା ଜାଣି ସାଲୋନୀଙ୍କୁ ଫୋନ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ଶେଷରେ ସମ୍ପର୍କୀୟଙ୍କ ସହାୟତାରେ କବାଟ ଭାଙ୍ଗି ଘର ଭିତରକୁ ଯିବାରେ ସାଲୋନୀ ଚୂନି ବେକରେ ବାନ୍ଧି ଫ୍ୟାନରେ ଝୁଲୁଥିବା ମା’ ଦେଖିଥିଲେ। ତାଙ୍କୁ ତଳକୁ ଓହ୍ଲାଇ ଏମକେସିଜି ମେଡିକାଲକୁ ନିଆଯାଇଥିଲେ ମଧ୍ୟ ସାଲୋନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri