କଟକରେ ବ୍ରାଉନସୁଗାର ବିକୁଛନ୍ତି ୨ ଭାଇ

କଟକ ଅଫିସ,୧୮। ୯: ଦିନ ଦ୍ୱିପ୍ରହରରେ ଖୋଲା ବଜାରରେ ବେଧଡକ ଭାବେ ବିକ୍ରି ହେଉଛି ବ୍ରାଉନ୍‌ସୁଗାର। ଦୁଇ ଭାଇ ହିଁ ଏହି ବେଆଇନ ବେପାରର କର୍ଣ୍ଣଧାର। ଜଣେ ଭାଇ ବାଲେଶ୍ୱରର ଜଳେଶ୍ୱରରୁ ବ୍ରାଉନ୍‌ସୁଗାର ଆଣନ୍ତି। ପରେ ଦୁଇଜଣ ମିଶି କଟକରେ ଏହାକୁ ବିକ୍ରି କରନ୍ତି। ଏଭଳି ଘଟଣାରେ ଜଗତ୍‌ପୁର ପୋଲିସ ଅଭିଯୁକ୍ତ ଘୁଙ୍ଗା ଓରଫ କାର୍ତ୍ତିକ ଦାସଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ନିକଟରୁ ୧୦.୩୦୦ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଛି। ଏ ନେଇ ଥାନାରେ ଏକ ମାମଲା(ନଂ.୩୭୮/୨୦) ରୁଜୁ ହୋଇଛି। ଘୁଙ୍ଗାର ସାନଭାଇ ବୁଡୁ ଓରଫ ସନାତନ ଦାସ ବ୍ରାଉନ୍‌ସୁଗାର ଆଣନ୍ତି ବୋଲି ସେ ପୋଲିସ ନିକଟରେ ବୟାନ ଦେଇଛନ୍ତି।
ଜଗତ୍‌ପୁର ମାର୍କେଟ କମ୍ପ୍ଲେକ୍ସ ନିକଟରେ ବୁଧବାର ଅପରାହ୍ନ ପ୍ରାୟ ୧ଟାରେ ଘୁଙ୍ଗା ବ୍ରାଉନସୁଗାର ବିକ୍ରି କରୁଥିଲେ। ପୋଲିସ ଖବରପାଇ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ର ସହାୟତାରେ ସେଠାରେ ଚଢାଉ କରି ଘୁଙ୍ଗାଙ୍କୁ ଗିରଫ କରିଥିଲା। ମାର୍କେଟ କମ୍ପ୍ଲେକ୍ସର ପଛ ପାର୍ଶ୍ୱରେ ସେ ଏହି କାରବାର ଚଳାଇ ଆସୁଥିଲେ। ଘୁଙ୍ଗା ପୋଲିସ ଆଗରେ ଦେଇଥିବା ବୟାନ ଅନୁଯାୟୀ, ଦୁଇ ଭାଇ କଟକକୁ ବ୍ରାଉନସୁଗାର ଯୋଗାଇ ଚାଲିଛନ୍ତି। ସନାତନଙ୍କର ଜଳେଶ୍ୱରର ବ୍ରାଉନ୍‌ସୁଗାର ମାଫିଆଙ୍କ ସହ ଯୋଗାଯୋଗ ରହିଛି। ସେ ପ୍ରତ୍ୟେକ ମାସରେ ଅର୍ଡର ଦେଇ କିମ୍ବା ନିଜେ ବାଲେଶ୍ୱର ଯାଇ ବ୍ରାଉନସୁଗାର ଆଣନ୍ତି। ସନାତନ ମଧୁପାଟଣା, କଲ୍ୟାଣୀନଗର, ନୂଆପଡ଼ା, ବାଦାମବାଡ଼ି ଆଦି ଅଞ୍ଚଳରେ ବ୍ରାଉନସୁଗାର କାରବାର କରୁଥିବାବେଳେ ଘୁଙ୍ଗା ଜଗତ୍‌ପୁର, ମହାନଦୀ ବିହାର ଆଦି ଅଞ୍ଚଳରେ ଏହାକୁ ବିକ୍ରି କରନ୍ତି। ମୋଟା ଅଙ୍କର ବ୍ରାଉନସୁଗାର କିଣିବା ପରେ ଏହାକୁ ଗ୍ରାମ୍‌ ପିଛା ବିକ୍ରି କରନ୍ତି। ଗୋଟିଏ ଗ୍ରାମକୁ ୪ଟି ପୁଡିଆ କରାଯାଏ। ପ୍ରତ୍ୟେକ ପୁଡିଆର ଦାମ୍‌ ୬୦୦ ଟଙ୍କାରେ ବିକ୍ରି ହୁଏ ବୋଲି ଘୁଙ୍ଗା ପୋଲିସ ନିକଟରେ କହିଛନ୍ତି। ସନାତନଙ୍କ ନାମରେ ଚାଉଳିଆଗଞ୍ଜ ଓ ଟାଙ୍ଗୀ ଥାନାରେ ଏକାଧିକ ମାମଲା ରହିଛି। ସେ ଜଣେ କୁଖ୍ୟାତ ଅପରାଧୀ ବୋଲି ପୋଲିସ ରେକର୍ଡରେ ଉଲ୍ଲେଖ ରହିଛି। ଏବେ ସେ ଫେରାର ଥିବାବେଳେ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ ଖୋଜାଖୋଜି କରୁଛି ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

ଆମେରିକା ନିକଟରେ ମୁଣ୍ଡ ନୁଆଁଇବାକୁ ସିଧା ମନା କଲା ଇରାନ

ତେହରାନ,୩।୪: ମଧ୍ୟପ୍ରାଚ୍ୟ ଗତ ୩୪ ଦିନ ଧରି ଯୁଦ୍ଧର ନିଆଁରେ ବୁଡ଼ି ରହିଛି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ, ଇରାନ ଅଟଳ ରହିଛି ଏବଂ ଏହି…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

କଲ୍ୟାଣ ମଣ୍ଡପ ନିର୍ମାଣରେ ଖର୍ଚ୍ଚ ହେବ ୬୦ ଲକ୍ଷ ଟଙ୍କା, ଆଜି ସରପଞ୍ଚଙ୍କ ସମେତ…

ଗଞ୍ଜାମ,୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟସ୍ଥିତ ମା’ ଶୀତଳl ଠାକୁରାଣୀ ମନ୍ଦିର ନିକଟରେ ନିର୍ମାଣ ହେବ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ। ଏଥିପାଇଁ ସରପଞ୍ଚ ମମତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri