Posted inଖେଳ

ଦୁଇ ଦଳରେ ଖେଳୁଛନ୍ତି ଦୁଇ ଭାଇ

ଦୋହା, ୨୬।୧୧(ଏପି):  ବିଶ୍ୱକପ୍‌ରେ ଗୋଟିଏ ପରିବାରର ଦୁଇଭାଇ ଦୁଇଟି ଦେଶରୁ ପ୍ରତିନିଧିତ୍ୱ କରୁଛନ୍ତି। ଓ୍ବିଲିୟମ୍ସ ଭ୍ରାତା ଦ୍ୱୟ ହେଉଛନ୍ତି ଇନାକି ଓ ନିକୋ। ଉଭୟଙ୍କ ଜନ୍ମ ହେଉଛି ସ୍ପେନ୍‌ରେ। ହେଲେ ସେମାନଙ୍କ ପିତାମାତା ହେଉଛନ୍ତି ଘାନା ଦେଶର। ନିକୋ ହେଉଛନ୍ତି ଯୁବ ସ୍ପେନ୍‌ ଦଳର ଅଂଶବିଶେଷ। ଏହି ଦଳ ବୁଧବାର ୭-୦ ଗୋଲ୍‌ରେ କୋଷ୍ଟାରିକାକୁ ପରାସ୍ତ କରିଛି। ଟୁର୍ନାମେଣ୍ଟରେ ସ୍ପେନ୍‌ର ଏହା ରେକର୍ଡ ବିଜୟ ଥିଲା। ନିକୋ ଦ୍ୱିତୀୟାର୍ଦ୍ଧରେ ତାଙ୍କ ବିଶ୍ୱକପ୍‌ ପଦାର୍ପଣ ମ୍ୟାଚ ଖେଳିଥିଲେ। ଏହାର ଦିନକ ପରେ ବଡ଼ଭାଇ ଇନାକି ଘାନା ତରଫରୁ ତାଙ୍କର ପ୍ରଥମ ବିଶ୍ୱକପ୍‌ ମ୍ୟାଚ ଖେଳିଥିଲେ। କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ପର୍ତ୍ତୁଗାଲ ବିପକ୍ଷ ମ୍ୟାଚରେ ଘାନା ୨-୩ରେ ପରାଜିତ ହୋଇଥିଲା। ସ୍ପେନ୍‌ର ବିଜୟରେ ୨୦ ବର୍ଷୀୟ ନିକୋଙ୍କ ପରିବାର ପାଇଁ ଖୁସିର ମୁହୂର୍ତ୍ତ ଥିଲା। ଏହାର ଠିକ୍‌ ଗୋଟିଏ ଦିନ ବ୍ୟବଧାନରେ ଘାନାର ପରାଜୟ ପରେ ୨୮ବର୍ଷୀୟ ଇନାକିଙ୍କ ପାଇଁ ପରିବାରରେ ନୈରାଶ୍ୟ ଦେଖିବାକୁ ମିଳିଥିବ। ଓ୍ବିଲିୟମ୍ସ ପରିବାରର ଉଭୟ ଦେଶ ପ୍ରତି ସମ୍ମାନ ରହିଛି ବୋଲି ଘାନା କୋଚ୍‌ ଓଟୋ ଓଡୋ କହିଛନ୍ତି। ଇନାକି ବିଲ୍‌ବାଓରେ ଜନ୍ମଗ୍ରହଣ କରି ବାସ୍କ ଅଞ୍ଚଳରେ ଲାଳନପାଳନ ହୋଇଛନ୍ତି। ଇନାକି ହେଉଛନ୍ତି ନିକୋଙ୍କ ଭଳି ଜଣେ ଫରଓ୍ବାର୍ଡ। ଦୋହାସ୍ଥିତ ଷ୍ଟାଡିୟମ ୯୭୪ରେ ପର୍ତ୍ତୁଗାଲ ବିପକ୍ଷ ମ୍ୟାଚରେ ସେ ସମ୍ପୂର୍ଣ୍ଣ ଖେଳିଛନ୍ତି। ଦଳର ପରାଜୟ ପରେ ସେଣ୍ଟର ସର୍କଲରେ ମୁଣ୍ଡରେ ହାତ ଦେଇ ତାଙ୍କ ନୈରାଶ୍ୟଭାବ ପ୍ରକାଶ କରିଥିଲେ। କେତେକଙ୍କ କ୍ଷେତ୍ରରେ ବୁଝିବା କଷ୍ଟକର ହୋଇପାରେ, କିନ୍ତୁ ଦୁଇଦେଶ ପାଇଁ ସମାନ ଭଲପାଇବା ସମ୍ଭବ ହୋଇପାରେ। ଇନାକିଙ୍କ ସମ୍ପର୍କରେ ନିଜର ବକ୍ତବ୍ୟ ରଖି ଆଡୋ ଏକଥା କହିଛନ୍ତି। ଏଭଳି ପରିସ୍ଥିତି ଉପୁଜିବା ପଛରେ ଏକ କାହାଣୀ ରହିଛି। ଉନ୍ନତ ଜୀବନଯାପନ ଉଦ୍ଦେଶ୍ୟ ନେଇ ପ୍ରାୟ ୩୦ବର୍ଷ ପୂର୍ବେ ଘାନା ଛାଡ଼ି ଓ୍ବିଲିୟମ୍ସ ଦମ୍ପତି ୟୁରୋପ ପଳାଇଥିଲେ। ସେମାନଙ୍କ ଦୁଇ ପୁଅ ଦିନେ ବିଶ୍ୱକପ୍‌ ଖେଳିବେ ଏକଥା ଫେଲିକ୍ସ ଓ ମାରିଆ ଓ୍ବିଲିୟମ୍ସ ସ୍ବପ୍ନରେ ସୁଦ୍ଧା କେବେ ବି ଭାବି ନ ଥିଲେ। ଓ୍ବିଲିୟମ୍ସ ଦମ୍ପତି ୧୯୯୦ରେ ଖାଲିପାଦରେ ଚାଲି ଚାଲି ଏକ ମରୁଭୂମି ଅତିକ୍ରମ କରିବା ପରେ ବାଡ଼ ଡେଇଁ ସ୍ପେନ୍‌ରେ ପ୍ରବେଶ କରିଥିଲେ। ସେତେବେଳେ ଇନାକିଙ୍କୁ ନେଇ ମାରିଆ ଗର୍ଭବତୀ ଥିଲେ। ସେମାନେ ବିଲ୍‌ବୋରେ ଯାଇ ବାସ କରିଥିଲେ। ସେମାନଙ୍କର ଦୁଇ ପୁଅ ଫୁଟ୍‌ବଲ ଖେଳ ପ୍ରତି ଆଗ୍ରହ ରଖିଥିଲେ। ଦୁଇ ଭାଇ ଏବେ ସୁଦ୍ଧା ସେମାନଙ୍କ ହୋମ୍‌ ଟାଉନ୍‌ ଟିମ୍‌ ଆଥ୍‌ଲେଟିକ୍‌ ବିଲ୍‌ବୋ ପାଇଁ ଏକାଠି ଖେଳୁଛନ୍ତି। ଦୁଇଭାଇ ଦିନକ ବ୍ୟବଧାନରେ ଦୁଇଟି ଦେଶରୁ ପ୍ରତିନିଧିତ୍ୱ କରିବା ଏହା ପ୍ରଥମ ଦୃଷ୍ଟାନ୍ତ ନୁହେଁ। ଚଳିତବର୍ଷ ସେପ୍ଟେମ୍ବର ୨୩ରେ ଇନାକି ଘାନା ତରଫରୁ ବ୍ରାଜିଲ ବିପକ୍ଷରେ ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ବେଳେ ଏହାର ଦିନ ପରେ ନିକୋ ସ୍ପେନ ଦଳରେ ପ୍ରଥମ ପଦାର୍ପଣ କରି ସୁଇଜରଲାଣ୍ଡ ବିପକ୍ଷ ମ୍ୟାଚ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri