ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ୨ ଜଣ ସହକାରୀ ଶିକ୍ଷକ ନେଉଛନ୍ତି ତାଲିମ: କାର୍ଯ୍ୟଦକ୍ଷତାକୁ ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୧୨।୧୧(ସୁଶାନ୍ତ ବାରିକ): ପ୍ରଧାନ ଶିକ୍ଷକଙ୍କଠାରେ ବିଭିନ୍ନ ଦକ୍ଷତା ହାସଲ ପାଇଁ ଆସନ୍ତା ୧୭ ତାରିଖଠାରୁ ୫ ଦିନ ପର୍ଯ୍ୟନ୍ତ ସମ୍ଭବ ତାଲିମ ରହିଛି। ଏହାପୂର୍ବରୁ ମଙ୍ଗଳବାରଠାରୁ ୫ ଦିନ ପର୍ଯ୍ୟନ୍ତ ବଲାଙ୍ଗୀର ପୃଥୀରାଜ ହାଇସ୍କୁଲରେ ରିସୋସପର୍ସନଙ୍କ ତାଲିମ ଆରମ୍ଭ ହୋଇଯାଇଛି । ଲୋଇସିଂହା ବ୍ଳକରୁ ରିସୋସପର୍ସନ ପାଇଁ ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ୨ ଜଣ ସହକାରୀ ଶିକ୍ଷକ ତାଲିମ ପାଇଁ ପଠାଯାଇଛି। ବ୍ଳକରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନ ଉଠିଛି। ବ୍ଳକ ଶିକ୍ଷା ବିଭାଗର ଏପରି ବ୍ୟତିକ୍ରମକୁ ନେଇ ଶିକ୍ଷକ ଓ ବୃଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ବ୍ଳକରେ ୨୦ଟି ହାଇସ୍କୁଲର ରହିଛି । ୨୦ ଜଣ ପ୍ରଧାନଶିକ୍ଷକ ମଧ୍ୟ କାର୍ଯ୍ୟରତ ଅଛନ୍ତି । ଅନେକ ଦକ୍ଷ ପ୍ରଧାନ ଶିକ୍ଷକ ରହିଛନ୍ତି । ଏହାସତ୍ତ୍ବେ ସମ୍ଭବ ରିସୋସପର୍ସନ ତାଲିମ ପାଇଁ ଜଣେ ମଧ୍ୟ ପ୍ରଧାନ ଶିକ୍ଷକଙ୍କୁ ନ ପଠାଇ ୨ ଜଣ ସହକାରୀ ଶିକ୍ଷକଙ୍କୁ ପଠାଇବା ଘଟଣା ଲୋଇସିଂହାରେ ଆଲୋଚ୍ୟର ବିଷୟ ପାଇଛି । ରିସୋସପର୍ସନ ତାଲିମ ପାଇଁ ଲୋଇସିଂହା ହରେ କୃଷ୍ଣ ମହତାବ ହାଇସ୍କୁଲର ସହକାରୀ ଶିକ୍ଷକ ରାଜ କୁମାର ଭୋଇ ଓ ସରଗାଡା ଲାଲବାହାଦୁର ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷକ ଜନତା ନାଗଙ୍କୁ ବ୍ଳକ ଶିକ୍ଷା ବିଭାଗରୁ ମନୋନୀତ କରି ପଠା ଯାଇଛି। ବ୍ଳକ ଶିକ୍ଷା ବିଭାଗର ଏପରି କାର୍ଯ୍ୟ ଯୋଗୁ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ ହୋଇପଡିଛି । ଆଗକୁ ବାର୍ଷିକ ପରୀକ୍ଷା ଆସୁଛି । ଏପରି ସମୟରେ ୨ ଜଣ ସହକାରୀ ଶିକ୍ଷକଙ୍କୁ ରିସୋସପର୍ସନ ପାଇଁ ପଠା ଲଯାଇଥିବାରୁ ସେହି ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସମ୍ପୃକ୍ତ ଶିକ୍ଷକ ଦ୍ବୟଙ୍କ ବିଷୟ ଭିତ୍ତିକ ଶିକ୍ଷାଦାନରୁ ବଞ୍ଚିତ ହେବା ସୁନିଶ୍ଚିତ ହୋଇପଡିଛି।
ଅପରପକ୍ଷେ, ଆସନ୍ତା ୧୭ ତାରିଖରୁ ପ୍ରଧାନ ଶିକ୍ଷମାନେ ନେବେ ସମ୍ଭବ ତାଲିମ । ତେବେ ପ୍ରଧାନ ଶିକ୍ଷକଙ୍କ ଅଧୀନରେ ଥିବା ସହକାରୀ ଶିକ୍ଷକ ଦୟ ରିସୋସପର୍ସନ ସାଜି ତାଲିମ ଦେଲେ ତାହା କେତେ ଯୁକ୍ତି ଯୁକ୍ତ ବୋଲି ସାଧାରଣରେ ମତପ୍ରକାଶ ପାଉଛି । ଏହା ଛଡା ସରକାର ଶିକ୍ଷାନୁଷ୍ଠାନକୁ ବିଭିନ୍ନ ସମୟରେ ବିଭିନ୍ନ ଅନୁଦାନ ଯୋଗାଉଛନ୍ତି। ଏହି ଅନୁଦାନରେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଗଠନରୁ ଆରମ୍ଭକରି ବିଭିନ୍ନ ଉପକରଣ କ୍ରୟ କରାଯାଉଛି। ଉପଯୁକ୍ତ ତାଲିମ ଅଭାବରୁ ଜିଏସଟି ଓ ସିଏସଟି ବିଲକୁ ନେଇ ଅନେକ ସମୟରେ ଶିକ୍ଷାନୁଷ୍ଠାନଗୁଡିକ ଠକେଇର ଶିକାର ହେଉଛନ୍ତି। ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ସହକାରୀ ଶିକ୍ଷକଙ୍କୁ ପଠାଇବା ଏପରି ତାଲିମର ମାନେ କଣ ରହିଲା ବୋଲି ସାଧାରଣରେ ମତପ୍ରକାଶ ପାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri