ଟି-ଶାର୍ଟ ପାଇଁ ଅଡ଼ୁଆରେ ଜିଲାପାଳ, ଏସ୍‌ପି

ବାରିପଦା,୧୨ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଆୟୋଜିତ ‘ଆଦିରନ’ ମାରାଥନ କାର୍ଯ୍ୟକ୍ରମରେ ଟି-ଶାର୍ଟ ପିନ୍ଧି ଜିଲାର ଦୁଇ ପ୍ରଶାସନିକ ଅଧିକାରୀ ଅଡୁଆରେ ପଡ଼ିଛନ୍ତି। ଜିଲାପାଳ ବିନୀତ ଭରଦ୍ୱାଜ ଓ ଏସ୍‌ପି ବି.ଗଙ୍ଗାଧର ପିନ୍ଧିଥିବା ଟି-ଶାର୍ଟରେ ନବୀନ ପଟ୍ଟନାୟକଙ୍କ ଫଟୋ ଥିବାକୁ ନେଇ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ପ୍ରତିବାଦ ଜଣାଇଛନ୍ତି। ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ହୋଇ ନୀତିନିୟମକୁ ଉଲ୍ଲଂଘନ କରି ଦଳୀୟ କାର୍ଯ୍ୟକ୍ରମ ସଦୃଶ ମଞ୍ଚରେ ଉପସ୍ଥିତ ରହିବା ଦୁର୍ଭାଗ୍ୟଜନକ ବୋଲି ଅପରାଜିତା ଏକ୍ସ(ଟୁଇଟ୍‌) ଯୋଗେ ରି-ପୋଷ୍ଟ କରିଛନ୍ତି। ତେବେ ଏହା ଏକ ସରକାରୀ କାର୍ଯ୍ୟକ୍ରମ ଥିଲା ବୋଲି ଜିଲାପାଳ ଭରଦ୍ୱାଜ ମତ ପ୍ରକାଶ କରିଛନ୍ତି ା
ଯେ, ରବିବାର ବାରିପଦାରେ ଆଦିବାସୀଙ୍କ ବିକାଶ ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ‘ଆଦିରନ’ ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଞ୍ଚରେ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ମହିଳା ଓ ଶିଶୁ ବିକାଶ ତଥା ମିଶନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ରାଜ୍ୟ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ, ରାଜ୍ୟ ସଭା ସଦସ୍ୟା ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ରାଜ୍ୟ ଜାତି, ଜନଜାତି ଓ ସଂଖ୍ୟାଲଘୁ ଉନ୍ନୟନ ପରିଷଦର ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ। ଜିଲାପାଳ ଓ ଏସ୍‌ପି ଟି-ଶାର୍ଟ ପିନ୍ଧି ବିଜେଡି ନେତାଙ୍କ ଗହଣରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଟି-ଶାର୍ଟ ପିନ୍ଧି ନେତାଙ୍କ ଗହଣରେ ଥିବା ଉଭୟ ଅଧିକାରୀଙ୍କ ଫଟୋକୁ ଜଣେ ବ୍ୟକ୍ତି ଏକ୍ସ(ଟୁଇଟ୍‌) କରିଥିଲେ। ଏହାକୁ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ରିପୋଷ୍ଟ କରି ଏହା ଏକ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସରକାରୀ ଅଧିକାରୀମାନେ ନିୟମ ଉଲ୍ଲଂଘନ କରିଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି।
ସଂକ୍ରାନ୍ତରେ କଂଗ୍ରେସ ଜିଲା ସଭାପତି ହେମନ୍ତ ଦାସ କହିଛନ୍ତି, ରାଜ୍ୟରେ ଏବେ ସରକାରୀକଳ କାର୍ଯ୍ୟ କରୁଛି। ଅଧିକାରୀ ଓ କର୍ମଚାରୀମାନେ ମିଶି ଜିଲାରେ ଦରବାରୀ ଶାସନ ଚଳାଇଛନ୍ତି। ସାଢ଼େ ୫ ବଷର୍ର୍ ଧରି ଜିଲାପାଳ ଜିଲାରେ ରହି ଦଳର ଜିଲା ସଭାପତି ସାଜିଛନ୍ତି। ସେ ଚାକିରି ଛାଡ଼ି ଦଳର ନେତା ସାଜିବାକୁ ପରାମର୍ଶ ଦେବା ସହ ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଭାଜପା ଜିଲା ଉପସଭାପତି କବି ବିଷ୍ଣୁ ଶତପଥୀ କହିଛନ୍ତି, ପ୍ରଶାସନିକ ଅଧିକାରୀମାନେ ସାମ୍ବିଧାନିକ ବିଧିବ୍ୟବସ୍ଥା ପରିଧି ମଧ୍ୟରେ ରହି ଚଳିବା ଉଚିତ। ପ୍ରଶାସନିକ କାର୍ଯ୍ୟ ଓ ଦଳୀୟ ରାଜନୀତି ଦୁଇଟି ସମ୍ପୂର୍ଣ୍ଣ ଅଲଗା। ଏହାକୁ ସମ୍ପୃକ୍ତ ଅଧିକାରୀମାନେ ବୁଝିବାର ଆବଶ୍ୟକତା ରହିଛି। ଏଭଳି କାର୍ଯ୍ୟ ଦ୍ୱାରା ସମାଜକୁ ନକାରାତ୍ମକ ସନ୍ଦେଶ ଯାଉଛି। ଏଭଳି ଅଭିଯୋଗକୁ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡା. ଦେବାଶିଷ ମାରାଣ୍ଡି ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏହା ଏକ ଦଳୀୟ କାର୍ଯ୍ୟକ୍ରମ ନ ଥିଲା। ସ୍ବତନ୍ତ୍ର ଉନ୍ନୟନ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଜିଲାପାଳ ରହିଛନ୍ତି। ସାମ୍ବିଧାନିକ ଦୃଷ୍ଟିରୁ ସରକାରୀ କାର୍ଯ୍ୟକ୍ରମରେ ଜିଲାପାଳଙ୍କ ଉପସ୍ଥିତି ଆବଶ୍ୟକ ରହିଛି। ଦଳୀୟ ଚିହ୍ନ ନ ଥିଲା। ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ସଦାସର୍ବଦା ଚେଷ୍ଟିତ ରହିଛନ୍ତି। ବିରୋଧୀ ରାଜନୀତୀକରଣ କରି ବିକାଶ ଦିଗରେ ପ୍ରତିବନ୍ଧକ ସାଜୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଦଶମ ଶ୍ରେଣୀରେ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

ଖଡ଼ି ଛୁଇଁଲେ ଛାତ୍ରୀଛାତ୍ର: ତୁମୁଡିବନ୍ଧରେ ବ୍ଲକସ୍ତରୀୟ ‘ପ୍ରବେଶ ଉତ୍ସବ’ ଓ ‘ବିଦ୍ୟା ବନ୍ତ ବିଦ୍ୟାର୍ଥୀ’ ସଚେତନତା ରଥ…

ତୁମୁଡିବନ୍ଧ, ୪ା୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ‘ପ୍ରବେଶ ଉତ୍ସବ’ ବା ‘ଖଡ଼ି ଛୁଆଁ’…

ଥୁଆମୁଳ ରାମପୁର ବିଦ୍ୟାଳୟରେ ଶିଶୁ ବାଟିକା ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମ,ଶିକ୍ଷା ପ୍ରତି…

ଥୁଆମୁଳ ରାମପୁର, ୪ା୪ (ଦୁର୍ଗା କୀର୍ତ୍ତି): ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟରେ ଗୁଣାତ୍ମକ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ସରକାରଙ୍କ ନୂତନ ଶିକ୍ଷାନୀତି-୨୦୨୦ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟ ସ୍ତରରେ…

‘ଶିକ୍ଷା ସଚେତନତା ରଥ’ ଉଦ୍‌ଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୪ା୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶନିବାର ଏକ ‘ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri