ପେଟ୍ରୋଲ ଟାଙ୍କିରେ ତେଲ ପକାଇ ଚମ୍ପଟ ମାରିଥିଲେ ଦୁଇ ଅଭିଯୁକ୍ତ, କୋର୍ଟରେ ହେଲେ ହାଜର, ଗାଡ଼ି ନମ୍ବର ପ୍ଲେଟ୍‌ ବାରମ୍ବାର ବଦଳାଇ କରୁଥିଲେ…

ହାଟଡିହୀ/ଛେନାପଦୀ/ଆନନ୍ଦପୁର,୨୫ା୪(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନ ହାଟଡିହୀଠାରେ ଥିବା ପେଟ୍ରୋଲ ଟାଙ୍କିରୁ ପ୍ରାୟ ୧୫ ହଜାର ଟଙ୍କାର ପେଟ୍ରୋଲ ନେଇ ଚମ୍ପଟ ମାରିଥିବା ଦୁଇ ଅଭିଯୁକ୍ତଙ୍କୁ କେନ୍ଦୁଝର କୋର୍ଟରୁ ରିମାଣ୍ଡରରେ ଆଣି ପୋଲିସ ଶନିବାର ସେମାନଙ୍କୁ ସ୍ଥାନୀୟ ହାଟଡିହୀ କୋର୍ଟରେ ହାଜର କରାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜିଲା କାରାଗାରକୁ ପଠାଇ ଦିଆଯାଇଥିବା ଇନ୍ସପେକ୍ଟର ବଳିଆ ବାରିକ କହିଛନ୍ତି।

ବାରିକଙ୍କ ସୂଚନା ଅନୁସାରେ, କଟକ ଜିଲା ନରସିଂହପୁର ଥାନା ପତଣ୍ଡା ଗ୍ରାମର ଭାଗିରଥୀ ପଣ୍ଡାଙ୍କ ପୁଅ ଦୀପଙ୍କର (୨୨) ଏବଂ ସନ୍ତୋଷ ପଣ୍ଡାଙ୍କ ପୁଅ ରାଜେଶ (୨୩) ଗତ ମାର୍ଚ୍ଚ ୨୪ରେ ପେଟ୍ରୋଲ ଟାଙ୍କିରୁ ପ୍ରାୟ ୧୫ ହଜାର ଟଙ୍କାର ପେଟ୍ରୋଲ ନେଇଥିଲେ। ଟାଙ୍କି କର୍ମଚାରୀଙ୍କୁ ଟଙ୍କା ନ ଦେଇ ଦ୍ରୁତ ଗତିରେ ଗାଡ଼ି ଧରି ଫେରାର ହୋଇ ଯାଇଥିଲେ। ଘଟଣା ପରଦିନ ଥାନାରେ ଅଭିଯୋଗ ହେବା ପରେ କେସ୍‌ ନଂ ୧୨୪/୨୦୨୬ରେ ଏକ ମାମଲା ରୁଜୁ ହୋଇଥିଲା। ଟାଙ୍କିରେ ଲାଗିଥିବା ସିସି କ୍ୟାମେରାରୁ ଗାଡି ନମ୍ବର ଜଣାପଡ଼ିଥିଲା। ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଗାଡ଼ିର ନମ୍ବର ବାରମ୍ବାର ପରିବର୍ତ୍ତନ କରୁଥିଲେ। ୮ଟି ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍‌ ଜବତ ହୋଇଛି। ଜିଲାର ହରିଚନ୍ଦନପୁର, ଢେଙ୍କିକୋଟ, ଘଟଗାଁ ପରି ବିଭିନ୍ନ ଅଞ୍ଚଳରେ ନିଜର କାୟା ବିସ୍ତାର କରି ସକ୍ରିୟ ହୋଇଥିଲେ। ଏହି ଦୁଇ ଅଭିଯୁକ୍ତ କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା କେସ୍‌ ନଂ ୮୫/୨ ଏପ୍ରିଲ ୨୦୨୬ରେ ଗିରଫ ହୋଇ ଜିଲା କାରାଗାରରେ ଥିଲେ। ଏମାନଙ୍କୁ ଚୋରି, ଠକେଇ, ମିଥ୍ୟା ଡକୁମେଣ୍ଟ ପ୍ରସ୍ତୁତ, ଆର୍ମସ ପ୍ରଭୃତି ବିଭିନ୍ନ ଆକ୍ଟରେ ଗିରଫ କରାଯାଇଥିଲା। ସେହିପରି ଭଦ୍ରକ, ଦେବଗଡ଼, ବାଲେଶ୍ୱର ଢେଙ୍କାନାଳ, କଟକ ଆଦି ଜିଲାରେ ମଧ୍ୟ ଅଭିଯୁକ୍ତଙ୍କ ନାମରେ ମାମଲା ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?