ପୁନରୁଦ୍ଧାର ହୋଇପାରୁନି ପରିତ୍ୟକ୍ତ ଦୁଇ ପୋଖରୀ

ପାରଳାଖେମୁଣ୍ଡି,୬।୪(ଡି.ଏନ୍‌.ଏ.): ପୋଖରୀଗୁଡ଼ିକର ପୁନରୁଦ୍ଧାର ଓ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରନ୍ତି କିନ୍ତୁ ବାସ୍ତବରେ ତାହା ଲୋକଙ୍କ କାମରେ ଆସୁ ନ ଥିବା ଅଭିଯୋଗ ହେଉଛି। କେବଳ ଠିକାଦାର ଓ ଯନ୍ତ୍ରୀ ମାଲାମାଲ ହୁଅନ୍ତି। ପାରଳାଖେମୁଣ୍ଡି ସହରର ମଝିରେ ରହିଥିବା ଦୁଇଟି ପୋଖରୀରେ ଗତ କିଛିବର୍ଷ ମଧ୍ୟରେ ଖର୍ଚ୍ଚ ହୋଇଛି ୧ କୋଟିରୁ ଅଧିକ ଟଙ୍କା କିନ୍ତୁ ଏତେ ସରକାରୀ ରାଶି ଖର୍ଚ୍ଚ ପରେ ମଧ୍ୟ ପୋଖରୀ ଦୁଇଟି ଲୋକଙ୍କ କାମରେ ଆସୁନି। ଯାହାକୁ ନେଇ ଦୁର୍ନୀତିର ଗନ୍ଧ ବାରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନ ପ୍ରତିନିଧି। ସେପଟେ ପାରଳା ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, ପୂର୍ବରୁ ୧ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ବେଳେ ଏବେ ପୁଣି ସରକାରଙ୍କ ଆମ ପୋଖରୀ ଯୋଜନାରେ ଏହି ଦୁଇଟି ପୋଖରୀର ପୁନରୁଦ୍ଧାର କରାଯିବ।
ଓଡ଼ିଶାର ଅନ୍ୟତମ ସର୍ବ ପୁରାତନ ସହର ପାରଳାଖେମୁଣ୍ଡି ପୌର ପରିଷଦ, ୧୮୮୫ ମସିହାରେ ସ୍ଥାପିତ ଏହି ପୌର ପରିଷଦର ନାଳ ନର୍ଦ୍ଦମା, ଜଳ ନିଷ୍କାସନ ବ୍ୟବସ୍ଥା ସବୁ ପାରଳା ଗଜପତି ରାଜ ବଂଶ ଅମଳର । ବର୍ଷାଜଳର ନିଷ୍କାସନ ସହ ସୁବିନିଯୋଗ ପାଇଁ ସହର ମଧ୍ୟରେ ଓ ଏହାର ଆଖପାଖ ଅଞ୍ଚଳରେ ଅନେକ ପୋଖରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବହୁ ବର୍ଷ ପୂର୍ବେ ତିଆରି କରିଥିଲେ ସେଥି ମଧ୍ୟରୁ ଶଙ୍କୁରି ବନ୍ଧ ଓ ପଟ୍ଟନାୟକ ବନ୍ଧ ଅନ୍ୟତମ। ବର୍ଷାଦିନରେ ପାହାଡର ବର୍ଷା ପାଣି ପ୍ରଥମେ ଶଙ୍କୁରି ବନ୍ଧରେ ପ୍ରବେଶ କରେ। ସେଠି ଭର୍ତ୍ତି ହୋଇଗଲେ ସେଠୁ ପାଣି ଯାଏ ପଟ୍ଟନାୟକ ବନ୍ଧକୁ । ସେଠୁ ଭର୍ତ୍ତିହେଲେ କ୍ରମଶଃ ତଳେ ତଳେ ଥିବା ବନ୍ଧକୁ ଯାଏ, ଫଳରେ ସହରରେ ବର୍ଷା ପାଣି ସୁନିଷ୍କାସନ ସହ ବର୍ଷ ସାରା ପାଣି ସମସ୍ୟା ରହୁ ନ ଥିଲା ଓ ଭୂତଳ ଜଳ ପରିମାଣ ଭଲ ରହୁଥିଲା, ଏତେ ସୁନ୍ଦର ଦୂରଦୃଷ୍ଟି ପରିକଳ୍ପନା ନେଇ ପୋଖରୀ ସବୁ ନିର୍ମାଣ କରିଥିଲେ ତତ୍କାଳୀନ ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଗଜପତି, କିନ୍ତୁ ଏବେକାର ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ବ୍ୟବସ୍ଥା ଗତ ଦଶ ବର୍ଷ ହେଲା ସହର ମଝିରେ ଥିବା ଏହି ଦୁଇଟି ପୋଖରୀ ସମ୍ପୂର୍ଣ ଭାବେ ବ୍ୟବହାର ଅନୁପଯୋଗୀ ହୋଇପଡିଛି, ଗତ କିଛିବର୍ଷ ମଧ୍ୟରେ ଏକାଧିକ ସରକାରୀ ଯୋଜନା ମାଧ୍ୟମରେ ଶଙ୍କୁରି ବନ୍ଧରେ ଖର୍ଚ୍ଚ ହୋଇଛି ୩୪ ଲକ୍ଷ ଟଙ୍କା ଓ ପଟ୍ଟନାୟକ ବନ୍ଧରେ ଏକ କୋଟି ୩୩ ଲକ୍ଷ ଟଙ୍କା, ପୁନରୁଦ୍ଧାର, ସୌନ୍ଦର୍ଯ୍ୟକରଣ ଓ ମନୋରଞ୍ଜନ କେନ୍ଦ୍ର ପାଇଁ ଏତେ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ଲୋକଙ୍କ ଟିକିଏ ବି କାମରେ ଆସୁନି ଯାହାକୁ ନେଇ ପ୍ରଶ୍ନ କରିବା ସହ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀମାନେ। କୋଟିଏରୁ ଊଦ୍ଧର୍‌ବ ଟଙ୍କା ଖର୍ଚ୍ଚ ହୋଇଥିବା ପଟ୍ଟନାୟକ ବନ୍ଧରେ ପାଣି ରହିବା ବଦଳରେ ବନ୍ଧ ମଧ୍ୟରେ ଉଠିଛି ବଡ ବଡ ଗଛ ଆଉ ୩୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଶଙ୍କୁରି ବନ୍ଧର ଅବସ୍ଥା ନ କହିବା ଭଲ, ବନ୍ଧ ଚାରିପଟ ଅପରିଷ୍କାର ଭାବେ ଗଛ ଲତାବୁଦାରେ ପରିପୂର୍ଣ୍ଣ। ସେଠାର ପାଣି ବ୍ୟବହାର ଉପଯୋଗୀ ନୁହେଁ। ଉଭୟ ବନ୍ଧକୁ ସଂଯୋଗ କରୁଥିବା ରାସ୍ତା ହୋଇଛି ହେଲେ ଏ ଅପରିଷ୍କାର ପରିବେଶକୁ କେହି ଆସୁନାହାନ୍ତି, ତେଣୁ ଏବେ ପୁଣି କାମ କରିବା ପୂର୍ବରୁ ଆଗରୁ ହୋଇଥିବା କାମର ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ନଟବର ଗରାଡଙ୍କୁ ପଚାରିବାରୁ ଉଭୟ ପୋଖରୀ ଆଗାମୀ ଦିନରେ ପୁଣି ନୂଆ ଯୋଜନାରେ ସୌନ୍ଦର୍ଯ୍ୟକରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri