‘ଯେତେବେଳେ ମୋର ମୃତ୍ୟୁ ହେବ ମୋ କବର ଉପରେ କେହି କୋରାନ ପାଠ କରିବେ ନାହିଁ’, ଇରାନ ଯୁବକଙ୍କ ଶେଷ ଇଚ୍ଛା

ତେହେରାନ,୧୬ ।୧୨: ଇସଲାମ ଧର୍ମର ରିତି ଅନୁଯାୟୀ, ଯଦି କାହାର ମୃତ୍ୟୁ ହୁଏ ତେବେ ତାଙ୍କର କବର ନିକଟରେ ଶେଷଥର ଲାଗି ନମାଜ ପାଠ କରାଯାଏ । ହେଲେ ଇରାନରେ ସରକାର ବିରୋଧି ପ୍ରଦର୍ଶନରେ ଭାଗ ନେଇଥିବା ୨୩ ବର୍ଷିୟ ମାଂଜିଦ୍ରେଜା ରହନାୱର୍ଡଙ୍କର ଶେଷ ଇଚ୍ଛା ଥିଲା କି ଯେତେବେଳେ ତାଙ୍କର ମୃତ୍ୟୁ ହେବ ସେତେବେଳେ ତାଙ୍କ କବର ନିକଟରେ କେହି ନମାଜ ପାଠ କରିବେ ନାହିଁ ।
ସୂଚନାଯୋଗ୍ୟ, ଇରାନରେ ସରକାର ବିରୋଧି ପ୍ରଦର୍ଶନ ଜାରି ରହିଛି । ୨୩ ବର୍ଷିୟ ମାଂଜିଦ୍ରେଜା ରହନାୱର୍ଡ ବି ଏହି ପଦର୍ଶନରେ ଜଣେ ଆଗଧାଡିର ପ୍ରଦର୍ଶନକାରୀ ଥିଲେ । ହେଲେ ସୋମବାର ତାଙ୍କୁ ଇରାନ ସରକାର ଫାଶୀ ଦେଇଛନ୍ତି । ଯୁବା ମାଂଜିଦ୍ରେଜା ରହନାୱର୍ଡଙ୍କୁ ଯେତେବେଳେ ତାଙ୍କର ଶେଷ ଇଚ୍ଛା ପଚରା ଯାଇଥିଲା ସେତେବେଳେ ସେ କହିଥିଲେ , ଯେତେବେଳେ ମୋର ମୃତ୍ୟୁ ହେବ ସେତେବେଳେ ମୋ କବର ନିକଟରେ କେହି କୋରାନ ପାଠ କରିବେ ନାହିଁ, କେହି କୌଣସି ପ୍ରକାର ପ୍ରାର୍ଥନା ବି କରିବେ ନାହିଁ । ମ୍ୟୁଜିକ ମାଧ୍ୟମରେ ସେଲିବ୍ରେଟ କରିବେ । ସୋମବାର ମାଂଜିଦ୍ରେଜା ରହନାୱର୍ଡଙ୍କୁ ମଶାଦ ସହରରେ ଫାଶୀ ଦିଆଯାଇଥିଲା । ତାଙ୍କ ଶେଷ ଇଚ୍ଛା ସମ୍ପର୍କରେ ସେନା ପଚାରିଥିଲା ।
ମାଂଜିଦ୍ରେଜା ରହନାୱର୍ଡଙ୍କ ସହ ଜଡିତ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ତାଙ୍କ ଶେଷ ଇଚ୍ଛା ସମ୍ପର୍କରେ କହୁଛନ୍ତି । ବେଲଜିୟମର ମହିଳା ସାଂସଦ ଓ ମହିଳା ଅଧିକାରୀଙ୍କ ପାଇଁ କାମ କରୁଥିବା ଦରୟା ସଫାଇ ଏହି ଭିଡିଓକୁ ସୋସିଆଲ ନେଟୱର୍କ ସାଇଟ ଟୁଇଟରରେ ଶେୟାର କରିଛନ୍ତି । ଭିଡିଓରେ ଯୁବକଙ୍କ ଆଖିରେ କଳା ପଟି ବନ୍ଧା ହୋଇଛି ଓ ସେନାଙ୍କୁ ଭୟ ନ କରି ତାଙ୍କର ଶେଷ ଇଚ୍ଛା ପ୍ରକାଶ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri