Categories: ବାଣିଜ୍ୟ

୩ରୁ ୨କାର୍ଯ୍ୟାଳୟକୁ ବନ୍ଦ କଲା ଟୁଇଟର ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨: ବିଶ୍ୱର ଆଇଟି କମ୍ପାନୀଗୁଡିକ ଦ୍ୱାରା ବଡ଼ ଧରଣର ଛଟେଇ କରାଯାଉଛି। ଭାରତ ଏଥିରୁ ବାଦ୍‌ ପଡ଼ିନାହିଁ। ଏହି କ୍ରମରେ ଟୁଇଟର ଇଣ୍ଡିଆ ଦେଶରେ ଥିବା ମୁମ୍ବାଇ ଏବଂ ଦିଲ୍ଲୀ କାର୍ଯ୍ୟାଳୟ ବନ୍ଦ କରିଦେଇଛି । ବର୍ତ୍ତମାନ କମ୍ପାନୀର କର୍ମଚାରୀଙ୍କ ମଧ୍ୟରେ ମାତ୍ର ୩ ଜଣ ବାକି ରହିଛନ୍ତି।

ଟୁଇଟର ଇଣ୍ଡିଆ ଭାରତରେ କେବଳ ତିନିଜଣ କର୍ମଚାରୀଙ୍କୁ ଛାଡିଛି । ସେମାନଙ୍କୁ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୋଟ ଉପରେ କହିବାକୁ ଗଲେ କମ୍ପାନୀ ଭାରତରେ ନିଜର ସମସ୍ତ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି। ବାକି ଥିବା କର୍ମଚାରୀ ସିଧାସଳଖ ଆମେରିକାକୁ ରିପୋର୍ଟ କରୁଥିବା ବେଳେ ସେମାନେ ଟୁଇଟର ଇଣ୍ଡିଆ ଟିମ୍‌ର ଆଉ ଅଂଶ ନୁହଁନ୍ତି।

Share