ଖଣ୍ଡେ ଶାଢ଼ି, ହଜାରେ ଟଙ୍କା ବଦଳରେ ଯାଆଁଳା ଶିଶୁ ଶିଶୁ ବିକ୍ରି

ମୋରଡ଼ା,୨୩ା୧୨ (ଡି.ଏନ୍‌.ଏ.): ଦାରିଦ୍ର୍ୟର ତାଡ଼ନାରେ ଜଣେ ଆଦିବାସୀ ମହିଳା ହଜାରେ ଟଙ୍କା ଆଉ ଖଣ୍ଡେ ଶାଢ଼ି ବଦଳରେ ନବଜାତ ଯାଆଁଳା ଶିଶୁଙ୍କୁ ଦୁଇ ବ୍ୟକ୍ତିଙ୍କୁ ବିକିଦେବା ଚର୍ଚ୍ଚାର ବିଷୟ ହୋଇଛି। ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଭାଲିଆଡିହା ପଞ୍ଚାୟତର ଡାକୋଇ ଅମଣନାମା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ମହିଳା ଜଣକ ଗତ ୮ ତାରିଖରେ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲରେ ଯାଆଁଳା ସନ୍ତାନ (ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ) ଜନ୍ମ ଦେଇଥିଲେ। ୯ ତାରିଖରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ। କିନ୍ତୁ ଘରକୁ ଫେରିବା ବେଳକୁ ତାଙ୍କ କୋଳରେ ପିଲା ନ ଥିଲେ। ଅସ୍ତିଆ ଏବଂ କାଠପାଳ ଅଞ୍ଚଳର ଦୁଇ ବ୍ୟକ୍ତିଙ୍କୁ ସେ ତାଙ୍କ ପିଲାଙ୍କୁ ବିକ୍ରି କରି ଦେଇଥିବା ଉକ୍ତ ଗ୍ରାମର ଅଙ୍ଗନଓ୍ବାଡି କର୍ମୀ ଲକ୍ଷ୍ମୀ ମୁର୍ମୁ କହିଛନ୍ତି। ପିଲା ବିକ୍ରି ବାବଦରେ ସେ ହଜାରେ ଟଙ୍କା ଏବଂ ଖଣ୍ଡେ ଶାଢ଼ି ଆଣିଥିବା କଥା ଅଙ୍ଗନଓ୍ବାଡି କର୍ମୀଙ୍କୁ ଜଣାଇଥିବା ସୂଚନା ମିଳିଛି। ତେବେ ବୁଧବାର ରାତିରେ ଏନେଇ ଗଁାରେ ଏକ ବୈଠକ ବସି ଦୁଇ ପିଲାଙ୍କୁ ଫେରାଇ ଆଣିବାକୁ ସମ୍ପୃକ୍ତ ମହିଳାଙ୍କୁ କୁହାଯାଇଥିଲା। ତେବେ ଦାରିଦ୍ର୍ୟ ଯୋଗୁ ଦୁଇ ପିଲାଙ୍କୁ ପାଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ମହିଳା ଜଣକ କହିଛନ୍ତି। ଉଲ୍ଲେଖଯୋଗ୍ୟ, ମାନସିକ ବିକୃତି ଯୋଗୁ ମହିଳାଙ୍କ ସ୍ବାମୀ କିଛି ଦିନ ହେବ ଘରୁ କେଉଁଆଡ଼େ ପଳାଇ ଯାଇଛନ୍ତି। ତାଙ୍କ ନିଖୋଜ ସମ୍ପର୍କରେ ପରିବାର ଲୋକେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

ଯୁଦ୍ଧ ଭିତରେ ଭାରତ ବଢାଇଲା ସାହାଯ୍ୟର ହାତ, ଏହି ଦେଶକୁ ଦେଲା ୩୮ହଜାର ମେଟ୍ରିକ ଟନର ପେଟ୍ରୋଲ

ନୂଆଦିଲ୍ଲୀ,୨୯।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ଏବଂ ଫଳସୱରୂପ ହର୍ମୁଜ ପ୍ରଣାଳୀ ବନ୍ଦ ହେବା ମଧ୍ୟରେ, ଭାରତ…

ଆଇପିଏଲ୍‌ ଆରମ୍ଭରୁ ବଡ଼ ବିବାଦ: RCB vs SRH ମ୍ୟାଚ୍‌ରେ ଏମିତି କ’ଣ ହେଲା ଯାହାକୁ ନେଇ ଏବେ ବଢୁଛି ହଙ୍ଗାମା…

ନୂଆଦିଲ୍ଲୀ,୨୯।୩: ଶନିବାରଠାରୁ ଆରମ୍ଭ ହୋଇଥିବା IPL 2026ର ଉଦ୍‌ଘାଟନୀ ମ୍ୟାଚ୍‌ ଯେତିକି ରୋମାଞ୍ଚକର ଥିଲା, ସେତିକି ବିବାଦୀୟ ମଧ୍ୟ ହୋଇପଡ଼ିଛି। RCB ଏବଂ SRH ମଧ୍ୟରେ ଖେଳାଯାଇଥିବା…

‘ନୋ କିଙ୍ଗସ୍‌’ ଆନ୍ଦୋଳନରେ ଦୋହଲି ଗଲାଣି ଆମେରିକା, ଗାଦିଚ୍ୟୁତ ହେବେ ଟ୍ରମ୍ପ!

ଓ୍ବାଶିଂଟନ,୨୯।୩: ଆମେରିକା ବର୍ତ୍ତମାନ ଦୁଇଟି ପ୍ରମୁଖ ମୋର୍ଚ୍ଚା ସହିତ ସଂଘର୍ଷ କରୁଛି। ଗୋଟିଏ ପଟେ, ପଶ୍ଚିମ ଏସିଆରେ ଇରାନ ବିରୁଦ୍ଧରେ ଚାଲିଥିବା ସଂଘର୍ଷରେ ହଜାର ହଜାର ଲୋକଙ୍କ…

ଯାଜପୁରର ଆକର୍ଷଣ ପାଲଟିବ ୧୨୩ ଫୁଟ ଉଚ୍ଚର ଧ୍ୟାନମଗ୍ନ ଶିବ ମୂର୍ତ୍ତି

ଧର୍ମଶାଳା,୨୯ା୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ପବିତ୍ର ବୈତରଣୀ ନଦୀକୂଳରେ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri