Categories: ଫୁରସତ

ଯାଆଁଳା ଭଉଣୀଙ୍କୁ ବିବାହ କରିଥିଲେ ଯାଆଁଳା ଭାଇ ଏବେ ଏକାସାଥେ ହେବେ ମା’

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ଏବେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଯାଆଁଳା ଭଉଣୀ ବ୍ରିଟନି ଓ ବ୍ରିନା ଡିନ ସାଲୟର୍ସ ମା’ ହେବା କଥା ଉଲ୍ଲେଖ କରିଛନ୍ତି। ଏହି ଦୁଇ ଭଉଣୀ ଯାଆଁଳା ଭାଇ ଜୋଶ ଓ ଜେରେମି ସାଲୟର୍ସଙ୍କୁ ବିବାହ କରିଥିଲେ। ଆଉ ଏବେ ଏମାନେ ଏକା ସମୟରେ ମା’ ହେବାକୁ ଯାଉଥିବା ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି। ଏମାନଙ୍କ ପୋଷ୍ଟକୁ ଦେଖି କେତେଜଣ ୟୁଜର୍ସ ହସିବା ସହ ଆଉ କେତେଜଣ ଲେଖିଛନ୍ତି ଏମାନଙ୍କର ଆଉ ଯାଆଁଳା ସନ୍ତାନ ହେବ ନାହିଁତ। ତେବେ ଏମାନେ ଯେଉଁ ଫଟୋ ଶେୟାର କରିଛନ୍ତି ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟ ସହ ଉଭୟ କପଲ ଲେଖିଛନ୍ତି, ଆମ ସନ୍ତାନ କେବଳ ଭାଇ-ଭଉଣୀ ହେବନାହିଁ ବରଂ ଏକ ରୋଚକ କାହାଣୀର ଅଂଶ ହେବେ। ଏବେ ସେହି ସମୟକୁ ଏମାନେ ଅପେକ୍ଷା ରଖିଛନ୍ତି ଯେତେବେଳେ ସେମାନଙ୍କ ସନ୍ତାନ ପ୍ରସବ ହେବ ଓ ସବୁକିଛି ସମ୍ପୂର୍ଣ୍ଣ ଭିନ୍ନ ହୋଇଥିବ। ଏମାନେ କେଉଁଠିକାର ବାସିନ୍ଦା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share